ଚୀନ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

ନୂଆ ଦିଲ୍ଲୀ ୨୬-୪ (ଓଡ଼ିଆ ପୁଅ) ଏପ୍ରିଲ ୨୭-୨୮, ୨୦୧୮ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚୀନ ଗସ୍ତରେ ଯାଉଛନ୍ତି। ତାଙ୍କର ଚୀନ ଗସ୍ତ ପୂର୍ବରୁ ସେ ନିମ୍ନୋକ୍ତ ବିବୃତି ଜାରି କରିଛନ୍ତି।

“ଚୀନ ଗଣତନ୍ତ୍ରର ରାଷ୍ଟ୍ରପତି ମହାମହିମ ସି ଜିନପିଙ୍ଗଙ୍କ ସହ ଏକ ଅନୌପଚାରିକ ବୈଠକରେ ଯୋଗ ଦେବା ଲାଗି ମୁଁ ୨୭-୨୮ ଏପ୍ରିଲ ୨୦୧୮ରେ ଚୀନ ଗସ୍ତରେ ଯାଉଛି।

ଦ୍ୱିପାକ୍ଷିକ ଏବଂ ବିଶ୍ୱସ୍ତରରେ ଗୁରୁତ୍ୱ ବହନ କରୁଥିବା ବ୍ୟାପକ ପ୍ରସଙ୍ଗ ଉପରେ ରାଷ୍ଟ୍ରପତି ସି ଏବଂ ମୁଁ ମତ ବିନିମୟ କରିବୁ। ବିଶେଷ କରି ବର୍ତମାନ ଏବଂ ଭବିଷ୍ୟତର ଅନ୍ତର୍ଜାତୀୟ ପରିସ୍ଥିତି ପରିପ୍ରେକ୍ଷୀରେ ଜାତୀୟ ବିକାଶ ଲାଗି ନିଜ ନିଜର ସଂକଳ୍ପ ଏବଂ ପ୍ରାଥମିକତା ବିଷୟରେ ଆମେ ଆଲୋଚନା କରିବୁ।

ଆମେ ଭାରତ-ଚୀନ ରଣନୈତିକ ଏବଂ ଦୀର୍ଘସ୍ଥାୟୀ ସମ୍ପର୍କର ପ୍ରଗତି ଦିଗରେ ମଧ୍ୟ ସମୀକ୍ଷା କରିବୁ।”

Leave a Reply

Your email address will not be published. Required fields are marked *