ad
ଓଡ଼ିଶା

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଗସ୍ତ କରିବେ ଓଡିଶା, ଝାଡଖଣ୍ଡ

ନୂଆ ଦିଲ୍ଲୀ ୪ ଜାନୁଆରୀ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଜାନୁୟାରୀ ୦୫, ୨୦୧୯ରେ ଓଡିଶା ଓ ଝାଡଖଣ୍ଡ ଗସ୍ତ କରିବେ।

ପ୍ରଥମ ଚରଣରେ ପ୍ରଧାନମନ୍ତ୍ରୀ ଝାଡଖଣ୍ଡରେ ପହଂଚିବେ। ସେଠାରେ ସେ ଫଳକ ଉନ୍ମୋଚନ ପୂର୍ବକ ଉତର କୋଏଲ (ମଣ୍ଡଳ ଡ୍ୟାମ) ପ୍ରକଳ୍ପର ପୁନରୁଦ୍ଧାର ଏବଂ କହଁର ଷ୍ଟୋନ ପାଇପଲାଇନ ଜଳସେଚନ ପ୍ରକଳ୍ପର ଆଧାରଶିଳା ରଖିବେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ୨୫ ହଜାର ହିତାଧିକାରୀଙ୍କ ପାଇଁ ଇ-ଗୃହ ପ୍ରବେଶ କାର୍ଯ୍ୟକୁ ଭିଡିଓ କନଫରେନ୍ସ ଜରିଆରେ ଉଦ୍ଘାଟନ କରିବେ। ସେଠାରେ ସେ ଏକ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ଦ୍ୱିତୀୟ ଚରଣରେ ପ୍ରଧାନମନ୍ତ୍ରୀ ଓଡିଶା ଆସିବେ। ବାରିପଦାଠାରେ ସେ ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ସେକ୍ସନ ଏଲପିଜି ପାଇପଲାଇନ ପ୍ରକଳ୍ପ ଏବଂ ବାଲେଶ୍ୱର ବହୁମୂଖୀ ଲଜିଷ୍ଟିକ ପାର୍କର ଲୋକାର୍ପଣ କରିବେ। ଭାରତୀୟ ତୈଳ ନିଗମ ପକ୍ଷରୁ ଏହି ଏଲପିଜି ପାଇପଲାଇନ ନିର୍ମାଣ କରାଯାଉଛି।

ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଫଳକ ଉନ୍ମୋଚନ ପୂର୍ବକ ହରିପୁରଗଡ ଠାରେ ଥିବା ଐତିହାସିକ ଦୁର୍ଗର ରସିକରାୟ ମନ୍ଦିରର ବିକାଶ ଓ ସଂରକ୍ଷଣ କାର୍ଯ୍ୟକୁ ଶୁଭାରମ୍ଭ କରିବେ। ସେ ଏହି ଅବସରରେ ରାଜ୍ୟର ୬ଟି ପାସପୋର୍ଟ ସେବା କେନ୍ଦ୍ର ଉଦ୍ଘାଟନ କରିବା ସହ ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ଶିଳାନ୍ୟାସ କରିବେ। ଟାଟାନଗର-ବାଦାମପାହାଡ ମଧ୍ୟରେ ଦ୍ୱିତୀୟ ପାସେଞ୍ଜର ଟ୍ରେନର ଚଳାଚଳକୁ ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ବାରିପଦାଠାରେ ଏକ ଜନସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top