ad
ଖେଳ

ରାଜ୍ୟ ଗୋଷ୍ଠୀ କ୍ରୀଡା-୨୦୧୮ରେ ଭାଗ ନେଇଥିବା ଭାରତୀୟ କଂଟିନଜେଂଟକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆ ଦିଲ୍ଲୀ ୧୫-୪ (ଓଡ଼ିଆ ପୁଅ) “ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେଇଥିବା ସଫଳ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

୨୦୧୮ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଅଂଶଗ୍ରହଣ କରିଥିବା ଭାରତୀୟ କଂଟିନଜେଂଟ ଉତମ କ୍ରୀଡା ପ୍ରଦର୍ଶନ କରି ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛନ୍ତି। ଆମର ସମସ୍ତ ଖେଳାଳୀ ଭଲ ଖେଳ ଖେଳିବା ସହ ଉଚ୍ଚକୋଟୀର କ୍ରୀଡା ନୈପୂଣ୍ୟ ପ୍ରଦର୍ଶନ କରିଛନ୍ତି। ପଦକ ନେଇ ଆସୁଥିବା ସବୁ ଖେଳାଳୀଙ୍କୁ ମୋର ଅଭିନନ୍ଦନ।

୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ପ୍ରତିନିଧିତ୍ୱ କରିଥିବା ସମସ୍ତ ଖେଳାଳୀ ଆମକୁ ପ୍ରେରଣା ଦେଉଛନ୍ତି। ସେମାନଙ୍କର ଜୀବନାଦର୍ଶ ଏକ ସମର୍ପିତ ସାମର୍ଥ୍ୟର ପରାକାଷ୍ଠା ପ୍ରଦର୍ଶନ କରୁଛି ଏବଂ ସେମାନଙ୍କଠାରେ କେବେହେଲେ ହାରିବି ନାହିଁ ମନୋଭାବନା ପ୍ରକଟ କରୁଛି ଯାହାକି ରାଜ୍ୟଗୋଷ୍ଠୀ କ୍ରୀଡାରେ ସମସ୍ତ ପ୍ରତିଦ୍ୱନ୍ଦୀତାକୁ ଅତିକ୍ରମ କରି ସାଫଲ୍ୟର ଶୀର୍ଷ ସୋପାନରେ କ୍ରୀଡାବିତମାନଙ୍କୁ ପହଂଚାଇଛି।

ଆଶାକରୁଛି ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ସାଫଲ୍ୟ ଦେଶର ଅଧିକରୁ ଅଧିକ ଉଦୀୟମାନ ଯୁବ ଖେଳାଳୀମାନଙ୍କୁ ଅନୁପ୍ରେରୀତ କରିବ ଏବଂ ପ୍ରତ୍ୟେକଙ୍କୁ ନିଜ ନିଜ ଜୀବନରେ ସୁସ୍ଥ ଓ ସାମର୍ଥ୍ୟବାନ ହେବାର ଆବଶ୍ୟକତା ନେଇ ସମସ୍ତଙ୍କୁ ସଚେତନ କରାଇବ।

ସରକାରଙ୍କ ପକ୍ଷରୁ ଫିଟ ଇଣ୍ଡିଆ ଆନ୍ଦୋଳନକୁ ଆହୁରି ମଜବୁତ କରିବା ଲାଗି ଯାହାକିଛି ସମ୍ଭବ କରାଯିବ, ” ବୋଲି ପ୍ରଧାନମନ୍ତ୍ରୀ କ୍ରମାଗତ ଟ୍ୱିଟ ଜରିଆରେ କହିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top