– ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କର କିଡନୀ ପ୍ରତ୍ୟାରୋପଣ AIIMS ରେ କରାଯାଇଛି।
-ଏମ୍ସର ଡାକ୍ତରଙ୍କ ଅନୁଯାୟୀ ସର୍ଜରୀ ସଫଳ ହୋଇଛି।
– ଛଅ ରୁ ଆଠ ସପ୍ତାହ ପର୍ଯ୍ୟନ୍ତ ଆରାମ ଆବଶ୍ୟକ ବୋଲି ଡାକ୍ତର କହିଛନ୍ତି
ନୂଆ ଦିଲ୍ଲୀ ୧୪ ମଇ (ଓଡ଼ିଆ ପୁଅ) ଏମ୍ସରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କର କିଡନୀ ପ୍ରତ୍ୟାରୋପଣ ସୋମବାରଦିନ କରାଯାଇଛି। ୬୫ ବର୍ଷୀୟ ଜେଟଲୀ ଶନିବାରଦିନ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ।
ସୋମବାର ସକାଳେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ ମେଡିକଲ ସାଇନ୍ସେସ୍ ରେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କର କିଡନୀ ପ୍ରତ୍ୟାରୋପଣ ହୋଇଛି। ସେଥିପାଇଁ ଛଅରୁ ଆଠ ସପ୍ତାହ ପର୍ଯ୍ୟନ୍ତ ଆରାମ ଆବଶ୍ୟକ। ରେଲ ମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଅର୍ଥ ମନ୍ତ୍ରଣାଳୟର ଅତିରିକ୍ତ ଦାୟୀତ୍ୱ ଦିଆଯାଇଛି। ରିପୋର୍ଟ ମୁତାବକ ଶ୍ରୀ ଗୋୟଲ ଏହି ଅତିରିକ୍ତ ଗୁରୁ ଦାୟୁତ୍ୱ ଅର୍ଥମନ୍ତ୍ରୀ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ତୁଲାଇବେ।
ଗୃହ ମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ପୂର୍ବତନ ଅର୍ଥ ମନ୍ତ୍ରୀ ପି. ଚିଦାମ୍ବରମଙ୍କ ସହିତ ବରିଷ୍ଠ ରାଜନେତାମାନେ ଜେଟଲୀଙ୍କର ତ୍ଵରିତ ସୁସ୍ଥତା କାମନା କରିଛନ୍ତି।
ସୂଚନାଯୋଗ୍ୟଯେ, ଜେଟଲୀ ଏକ ମାସରୁ ଅଧିକ ସମୟ ହେବ ମନ୍ତ୍ରଣାଳୟର କାର୍ଯ୍ୟାଳୟକୁ ଆସିପାରୁନଥିଲେ, ବାସଗୃହରେ ଫାଇଲ ଦେଖୁଥିଲେ।
