ଓଡ଼ିଶା

ରାଜ୍ୟର ଖାଉଟିଙ୍କ ସ୍ୱାର୍ଥପାଇଁ କେତେ ଚିନ୍ତିତ ଆମ ମୁଖ୍ୟମନ୍ତ୍ରୀ ?

ଟିକସ ବାବଦକୁ ଲିଟର ପିଛା ପେଟ୍ରୋଲରେ ୨୯.୨୮ ଟଙ୍କା ଏବଂ ଡିଜେଲରେ ୨୫.୬୪ ଟଙ୍କା ରାଜ୍ୟସରକାର ନେଉଛନ୍ତି: ବିଜେପି
– ମୁଖ୍ୟମନ୍ତ୍ରୀ ତୈଳଦର କମାଇବା ପାଇଁ ପେଟ୍ରୋଲ ଜାତ ଦ୍ରବ୍ୟକୁ ଜିଏସ୍ଟିରେ ସାମିଲ କରନ୍ତୁ
– କେନ୍ଦ୍ର ପାଉଛି ପେଟ୍ରୋଲରେ ୪.୫୨ ଟଙ୍କା ଏବଂ ଡିଜେଲରେ ୩.୫୬ ଟଙ୍କା
– ଦେଶରେ ତୈଳ ଦର କମାଇବା ପାଇଁ ପେଟ୍ରୋଲ ଜାତ ଦ୍ରବ୍ୟକୁ ଜିଏସ୍ଟିରେ ସାମିଲ କରାଯିବା ଜରୁରୀ
– ମୁଖ୍ୟମନ୍ତ୍ରୀ ଜିଏସ୍ଟି କାଉନସିଲ ବୈଠକରେ ଏହି ପ୍ରସ୍ତାବ ଉପସ୍ଥାପିତ କରି ପେଟ୍ରୋଲଜାତ ଦ୍ରବ୍ୟ ମୂଲ୍ୟ କମ୍ କରିବା ପାଇଁ କାହିଁକି ନେତୃତ୍ୱ ନେଉନାହାନ୍ତି ?
– ଆଜି ଦିନରେ ପେଟ୍ରୋଲ ପ୍ରତି ଲିଟରରେ ରାଜ୍ୟସରକାରଙ୍କ ନିଜସ୍ୱ ଟିକସ ୧୪ ଟଙ୍କା ୩୨ ପଇସା ଓ ଡିଜେଲରେ ୧୫ ଟଙ୍କା ୩୩ ପଇସା
– ପେଟ୍ରୋଲ ଜାତ ଦ୍ରବ୍ୟରେ ୨୦୧୪ – ୧୫ ମସିହାରେ ରାଜ୍ୟ ସରକାର ୩୦୪୬ କୋଟି ରାଜସ୍ୱ ପାଇଥିଲା ବେଳେ, ୨୦୧୬-୧୭ରେ ୪୫୨୧ କୋଟି ପାଇଛନ୍ତି
– କେନ୍ଦ୍ର ଟିକସରେ ରାଜ୍ୟର ଅଂଶ ଓ ରାଜ୍ୟର ନିଜସ୍ୱ ଟିକସ ମିଶାଇଲେ ପେଟ୍ରୋଲ ଲିଟର ପିଛା ୨୨ଟଙ୍କା ୫୦ ପଇସା ଓ ଡିଜେଲ ଲିଟର ପିଛା ୨୦ ଟଙ୍କା ୩୧ପଇସା ପାଉଛନ୍ତି ରାଜ୍ୟ ସରକାର
– କେନ୍ଦ୍ରସରକାର ତେଲ ବିକ୍ରିରୁ ଯାହା ଟିକସ ଆଦାୟ କରୁଛନ୍ତି ତାହାର ୪୨ ପ୍ରତିଶତ ଓଡ଼ିଶା ରାଜ୍ୟ ତହବିଲକୁ କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ କରି ଫେରାଇ ଦେଉଛନ୍ତି
– ରାଜ୍ୟ ସରକାର ନିଜସ୍ୱ ଟିକସ କମ କଲେ ରାଜ୍ୟକୁ ଆହୁରି କ୍ଷତି ସହିବାକୁ ପଡିବ ବୋଲି ଅର୍ଥମନ୍ତ୍ରୀ କହିଥିଲେ
– ୟୁପିଏ ସରକାରରେ ତେଲ ଦର ଅଧିକ ଥିଲା ମାତ୍ର ଟିକସ ଅର୍ଥ ବିକାଶ କାମରେ ଲୋକଙ୍କ ପାଖରେ ପହଂଚୁନଥିଲା
– ମୋଦି ସରକାର ଦାୟିତ୍ୱ ନେବା ପରେ ଓଡ଼ିଶାର ବିକାଶ ପାଇଁ ଗତ ଦିନ ମାନଙ୍କରେ ୪ଲକ୍ଷ କୋଟି ଟଙ୍କା ଓଡ଼ିଶାକୁ ଆସିଛି
– ରେଳ, ଜାତୀୟ ରାଜ ମାର୍ଗ, ଗରିବ ଲୋକଙ୍କୁ ଚାଉଳ, ପାଇଖାନା, ରୋଷେଇ ଗ୍ୟାସ, ପକ୍କା ଘର ତଥା ରାଜ୍ୟସରକାରଙ୍କୁ ଟିକସର ଭାବରେ ମିଳିଛି ରେକର୍ଡ ପରିମାଣ ଅର୍ଥ

ଭୁବନେଶ୍ୱର, ତା ୦୩/୦୪ (ଓଡ଼ିଆ ପୁଅ) : ରାଜ୍ୟରେ ତେଲଦର କମାଇବା ପାଇଁ ମୁଖ୍ୟମନ୍ତ୍ରୀ ତୈଳଜାତ ଦ୍ରବ୍ୟକୁ ଜିଏସ୍ଟିରେ ସାମିଲ କରନ୍ତୁ। ଆଜି ଦିନରେ ପେଟ୍ରୋଲ ପ୍ରତି ଲିଟରରେ ରାଜ୍ୟସରକାରଙ୍କ ନିଜସ୍ୱ ଟିକସ ୧୪ଟଙ୍କା ୩୨ ପଇସା ଓ ଡିଜେଲରେ ୧୫ ଟଙ୍କା ୩୩ ପଇସା ପାଉଛନ୍ତି। କେନ୍ଦ୍ର ଟିକସରେ ରାଜ୍ୟର ଅଂଶ ଓ ରାଜ୍ୟର ନିଜସ୍ୱ ଟିକସ ମିଶାଇଲେ ପେଟ୍ରୋଲ ଲିଟର ପିଛା ୨୨ଟଙ୍କା ୨୫ ପଇସା ଓ ଡିଜେଲ ଲିଟର ପିଛା ୨୦ ଟଙ୍କା ୩୧ ପଇସା ପାଉଛନ୍ତି ରାଜ୍ୟ ସରକାର। ଯଦି ପେଟ୍ରୋଲଜାତ ଦ୍ରବ୍ୟକୁ ଜିଏସ୍ଟି ପରିସର ଭୁକ୍ତ କରାଯାଏ ତେବେ ସାଙ୍ଗେ ସାଙ୍ଗେ ୨୦ରୁ ୨୫ ପ୍ରତିଶତ ମୂଲ୍ୟହ୍ରାସ ଦେବ ବୋଲି ରାଜ୍ୟମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା କହିଛନ୍ତି।

ରାଜ୍ୟକୁ କେନ୍ଦ୍ରୀୟ ଟିକସରେ ଅଂଶ ଓ କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ରୀୟ ଅଂଶ ଦେବା ପରେ ଲିଟର ପିଛା ଟିକସରେ ରାଜ୍ୟ ପେଟ୍ରୋଲରେ ୨୯.୨୮ ଟଙ୍କା ଏବଂ ଡିଜେଲରେ ୨୫.୬୪ ଟଙ୍କା ପାଉଛି। ସେହିପରି କେନ୍ଦ୍ର ପେଟ୍ରୋଲରେ ମାତ୍ର ୪.୫୨ ଟଙ୍କା ଏବଂ ଡିଜେଲରେ ୩.୫୬ ଟଙ୍କା ପାଉଛି। କେନ୍ଦ୍ର ସରକାର ପେଟ୍ରୋଲଜାତ ଦ୍ରବ୍ୟରେ ୨ ଟଙ୍କା ଟିକସ କମ କରିଛନ୍ତି। କିନ୍ତୁ ରାଜ୍ୟ ଅର୍ଥମନ୍ତ୍ରୀ ଏହି ଦୁଇ ଟଙ୍କା କମ ଯୋଗୁ ରାଜ୍ୟ ସରକାର ୧ ଟଙ୍କା ୩୬ ପଇସା ହରାଉଥିବା ନେଇ କହିଥିଲେ। ଏହି କାରଣରୁ ରାଜ୍ୟ ସରକାର ନିଜସ୍ୱ ଟିକସ କମ କଲେ ରାଜ୍ୟକୁ ଆହୁରି କ୍ଷତି ସହିବାକୁ ପଡିବ ବୋଲି ଅର୍ଥମନ୍ତ୍ରୀ କହିଥିଲେ। ରାଜ୍ୟ ସରକାରଙ୍କ ମନ୍ତ୍ରୀ ଗୋଟିଏପଟେ ଟିକସ କମ୍ କରିବାକୁ ବିରୋଧ କରୁଥିବାବେଳେ ଅନ୍ୟପଟେ ଶାସକ ବିଜେଡି ଦଳର ବିଧାୟକମାନେ ତେଲ ଦର ବୃଦ୍ଧି ପ୍ରତିବାଦରେ ଧାରଣା ଦେବା ପାଇଁ ନିଷ୍ଫତି ନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଶର୍ମାା କହିଛନ୍ତି।

ପେଟ୍ରୋଲ ଜାତ ଦ୍ରବ୍ୟରେ ୨୦୧୪ – ୧୫ ମସିହାରେ ରାଜ୍ୟ ସରକାର ୩୦୪୬ କୋଟି ରାଜସ୍ୱ ପାଇଥିଲା ବେଳେ, ୨୦୧୬-୧୭ରେ ୪୫୨୧ କୋଟି ପାଉଛନ୍ତି। କେନ୍ଦ୍ରସରକାର ତେଲ ବିକ୍ରିରୁ ଯାହା ଟିକସ ଆଦାୟ କରୁଛନ୍ତି ତାହାର ୪୨ ପ୍ରତିଶତ ଓଡ଼ିଶା ରାଜ୍ୟ ତହବିଲକୁ କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ କରି ଫେରାଇ ଦେଉଛନ୍ତି। କେନ୍ଦ୍ରୀୟ ଟିକସ ଛଡ଼ା ରାଜ୍ୟସରକାର ପେଟ୍ରୋଲଜାତ ଦ୍ରବ୍ୟ ଉପରେ ଅତିରିକ୍ତ ୨୬ ପ୍ରତିଶତ ଟିକସ ଲାଗୁ କରିଛନ୍ତି ଯାହା ଆମର ପଡ଼ୋଶୀ ରାଜ୍ୟଗୁଡିକଠାରୁ ଅଧିକ ବୋଲି ଶ୍ରୀ ଶର୍ମା କହିଛନ୍ତି।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଦି ତୈଳଦର ବୃଦ୍ଧି ନେଇ ଚିନ୍ତିତ ତେବେ ଜିଏସ୍ଟି କାଉନସିଲ ବୈଠକରେ ଏହି ପ୍ରସ୍ତାବ ଉପସ୍ଥାପିତ କରି ପେଟ୍ରୋଲଜାତ ଦ୍ରବ୍ୟ ମୂଲ୍ୟ କମ୍ କରିବା ପାଇଁ କାହିଁକି ନେତୃତ୍ୱ ନେଉନାହାନ୍ତି ବୋଲି ଶ୍ରୀ ଶର୍ମା ପ୍ରଶ୍ନ କରିଛନ୍ତି।

ୟୁପିଏ ସରକାରରେ ତୈଳ ଦର ଅଧିକ ଥିଲା। ମାତ୍ର ଟିକସ ଅର୍ଥର ଲାଭ ଦେଶର ସାଧାରଣ ଲୋକଙ୍କ ପାଖରେ ପହଂଚୁନଥିଲା। ମୋଦି ସରକାରରେ ତୈଳ ଟିକସରୁ ରୋଜଗାର ହେଉଥିବା ଅର୍ଥ ସିଧାସଳଖ ଭାବେ ସାଧାରଣ ଲୋକଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପାଖକୁ ଆସୁଛି। ମୋଦି ସରକାର ଦାୟିତ୍ୱ ନେବା ପରେ ଓଡ଼ିଶାର ବିକାଶ ପାଇଁ ଗତ ଦିନ ମାନଙ୍କରେ ୪ଲକ୍ଷ କୋଟି ଟଙ୍କା ଓଡ଼ିଶାକୁ ଆସିଛି। ସରକାର ନେଉଥିବା ଟିକସକୁ ଓଡ଼ିଶାରେ ରେଳ ବିକାଶ ବାବଦରେ ୧୪, ୯୦୩ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ୟୁପିଏର ୧୦ ବର୍ଷ ଶାସନରେ ଓଡ଼ିଶାକୁ ୧୩୫୮ କିଲୋମିଟର ଜାତୀୟ ରାଜପଥ ଥିବାବେଳେ ମୋଦି ସରକାର ଦାୟିତ୍ୱ ନେବା ପରେ ଆଉ ୪୭୪୩ କିଲୋମିଟର ଜାତୀୟ ରାଜପଥ ନିର୍ମାଣର ଯୋଜନା ତିଆରି ହୋଇଛି। ଓଡ଼ିଶାର ଗରିବ ଲୋକମାନଙ୍କ ପାଇଁ ପକ୍କା ଘର ଯୋଜନାରେ ଘର ୟୁନିଟ୍ର ମୂଲ୍ୟ ବୃଦ୍ଧି ହେବା ସହ ଘର ସଂଖ୍ୟାରେ ମଧ୍ୟ ଦ୍ରୁତ ବୃଦ୍ଧି ହୋଇଛି। ୧୦ ଲକ୍ଷରୁ ଊର୍ଦ୍ଧ୍ୱ କଚ୍ଚା ଘରେ ରହୁଥିବା ଲୋକଙ୍କ ଘରକୁ ପକ୍କା କରାଯିବା ପାଇଁ ଆର୍ଥିକ ବ୍ୟବସ୍ଥା ହୋଇଛି। ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାରେ ରେକର୍ଡ ୬, ୫୧୧କୋଟି ଅନୁଦାନ ମିଳି ସାରିଛି। ପାଇଖାନା, ଗରିବ ମା’ ପାଖରେ ଏଲପିଜି ସଂଯୋଗ ପହଂଚିବା ପାଇଁ ପର୍ଯ୍ୟାପ୍ତ ଆର୍ଥôକ ବ୍ୟବସ୍ଥା କରାଯାଇଛି। କେବଳ ପେଟ୍ରୋଲିୟମ ବିଭାଗର ୧, ୨୫, ୦୦୦ କୋଟି ଟଙ୍କା ପ୍ରକଳ୍ପ ଓଡ଼ିଶାରେ କାର୍ଯ୍ୟକାରୀ ହୋଇଛି। ମୋଦି ସରକାର ଦେଶର ବିକାଶରେ ଗରିବ ଲୋକଙ୍କୁ ଅଧିକ ଭାଗ ଯୋଗାଇ ଦେବା ଯୋଜନାରେ ଟିକସରେ ମିଳୁଥିବା ଅର୍ଥକୁ ଦେଶର ଗରିବ ତଥା ଭିତିଭୂମିର ବିକାଶର ପ୍ରାଧାନ୍ୟ ଦେଇ କାମ କରୁଛନ୍ତି ବୋଲି ଶ୍ରୀ ଶର୍ମା ସ୍ପଷ୍ଟ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top