ଓଡ଼ିଶା

ବଢିଲା ତେଲ ଦର ଖାଉଟି ଅସନ୍ତୁଷ‌୍ଟ

ପୁରୀ, ୦୪/୦୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଦେଶରେ ତୈଳ ଦର ଏବେ ରେର୍କଡ ସ୍ତରରେ ପହଚିଂଛି। ଯାହାକୁ ନେଇ ତ୍ରୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଉପଭୋକ୍ତା। ପେଟ୍ରୋଲ୍ ଦର ଲିଟର ପିଛା ୪ବର୍ଷର ସର୍ବୋଚ୍ଚ ୭୩ ଟଙ୍କା ୭୩ ପଇସାରେ ପହଞ୍ଚିଥିବା ବେଳେ ଡିଜେଲ୍ ମୂଲ୍ୟ ସର୍ବକାଳୀନ ରେର୍କଡ଼ ଲିଟର ପିଛା ରାଜଧାନୀରେ ୬୪ ଟଙ୍କା ୫୮ ପଇସାରେ ପହଂଚିଛି। ତୈଳ ମୂଲ୍ୟରେ ଏହି ବୃଦ୍ଧି ସରକାରଙ୍କ ପାଇଁ ଉତ୍ପାଦ ଶୁଳ୍କର ହ୍ରାସ ଘଟାଇବା ନିମନ୍ତେ ଏକ ସତର୍କ ଘଟିଂ ପାଲଟିଛି। ୨୦୧୭ ଜୁନ ରୁ ବିଭିନ୍ନ ରାଷ୍ଟ୍ରାୟତ ତୈଳ କମ୍ପାନୀ ଗୁଡିକ ଦୈନିକ ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟ ରେ ସଂଶୋଧନ କରୁଛନ୍ତି। ରାଷ୍ଟ୍ରାୟତ ତୈଳ ବିତରଣ କାରୀ କମ୍ପାନୀ ଗୁଡି କରବିବାର ଠାରୁ ପେଟ୍ରୋଲ୍ ଓ ଡିଜେଲ ମୂଲ୍ୟ ଲିଟର ପିଛା ୧୮ ପଇସା ବୃଦ୍ଧି କରିଥିବା ବେଳେ, ସୋମବାର ପୁଣି ୮ ପଇସା ବୃଦ୍ଧି ହୋଇଛି। ସହରରେ ଏବେ ପେଟ୍ରୋଲ୍ ଦର ୭୨ ଟଙ୍କା ୮୮ ପଇସାରେ ପହଞ୍ଚି ଥିବା ବେଳେ ଏହାକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପେଟ୍ରୋଲ ମୂଲ୍ୟରେ ଏହା ସର୍ବୋଚ୍ଚ ସ୍ତର ଭାବେ ବିବେଚନା କରାଯାଉଛି। ସେହିଭଳି ଡିଜେଲ୍ ଦର ୬୪ ଟଙ୍କା ୫୮ ପଇସାରେ ପହଞ୍ଚିଛି। ପୂର୍ବରୁ ଚଳିତ ବର୍ଷ ଫେବୃଆରୀ ୭ ରେ ଡିଜେଲ୍ ମୂଲ୍ୟ ୬୪ ଟଙ୍କା ୬୨ ପଇସା ରହିଥିଲା। ଅନ୍ତରାଷ୍ଟ୍ରୀୟ ବଜାରରେ ତୈଳଦର ବୃଦ୍ଧିକୁ ନଜରରେ ରଖି ତୈଳ ମନ୍ତ୍ରଣାଳୟ ପକ୍ଷରୁ ଚଳିତ ବର୍ଷ ପ୍ରାରମ୍ଭରେ ପେଟ୍ରୋଲ୍ ଏବଂ ଡିଜେଲ୍ ର ଉତ୍ପାଦ ଶୁଳ୍କରେ ହ୍ରାସ ଘଟାଇବାକୁ ଅର୍ଥ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଥିଲା। ହେଲେ ସରକାର ସାଧାରଣ ବଜେଟ୍ ରେ ଏହାକୁ ଟାଳି ଦେଇଥିଲେ ୨୦୧୪ ନଭେମ୍ବର ରୁ୨୦୧୬ ଜାନୁଆରୀ ମଧ୍ୟରେ ଉତ୍ପାଦ ଶୁଳ୍କରେ ୯ ଥର ବୃଦ୍ଧି ଘଟିଥିଲା। ତେବେ ୨୦୧୭ ଅକ୍ଟୋବରରେ କେବଳ ସରକାର ଉତ୍ପାଦ ଶୁଳ୍କରେ ଲିଟର ପିଛା ୨ ଟଙ୍କା ହ୍ରାସ କରିଥିଲେ। ଏବେ ପେଟ୍ରୋଲ ଦର ବୃଦ୍ଧି କରିଛନ୍ତି ଉପଭୋକ୍ତା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top