Home ଜିଲ୍ଲା ପରିକ୍ରମା ନୟାଗଡ଼ ସହରର ପିଠା କାର୍ଯ୍ୟକ୍ରମ ଉଦଯାପିତ

ନୟାଗଡ଼ ସହରର ପିଠା କାର୍ଯ୍ୟକ୍ରମ ଉଦଯାପିତ

172

ନୟାଗଡ଼, ୨୦-୨ (ଓଡ଼ିଆ ପୁଅ) : ନୟାଗଡ଼ ସହରର ୩ଟି ସ୍ଥାନରେ ୬ଦିନ ବ୍ୟାପି ଚାଲିଥିବା ପିଠା କାର୍ଯ୍ୟକ୍ରମ ଉଦ ଯାପିତ ହୋଇଯାଇଛି। ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ, ସିଦ୍ଦେଶ୍ୱରୀ କଲ୍ୟାଣମଣ୍ଡପ ଓ ଟାଉନହଲଠାରେ ଏନଏସି ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଥିବା ଏହି ପିଠା କାର୍ଯ୍ୟକ୍ରମକୁ ନୋଡାଲ ଅଫିସର କୈଳାସ ଚନ୍ଦ୍ର ଜେନା, ଲକ୍ଷ୍ମୀଧର ମହାପାତ୍ର ଓ ଅଜିତ କୁମାର ମଲ୍ଳିକ ପରିଚାଳନା କରିଥିବାବେଳେ ସିଦ୍ଧେଶ୍ୱରୀ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଉଦ ଯାପନୀ ଉତ୍ସବରେ ବରିଷ୍ଠ ସାମ୍ବାଦିକ ସୁବାଷ ଚନ୍ଦ୍ର ମହାପାତ୍ର, ରାମକୃଷ୍ଣ ରଥ, ପୁରୁଷୋତ୍ତମ ମହାପାତ୍ର ଓ ଗଜେନ୍ଦ୍ର କୁମାର ମହାରଣା ଯୋଗଦେଇ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ରୂପରେଖ ଉପରେ ଆଲୋକପାତ କରିଥିଲେ। ଏହି ପିଠା କାର୍ଯ୍ୟକ୍ରମରେ ୯୦ଟି ସ୍ୱୟଂସହାୟକ ଗୋଷ୍ଠୀର ମହିଳା ଯୋଗଦେଇଥିବାବେଳେ ଏଲ ଇଡି ଲାଇଟ ଓ ଭୂମି ଅଧିକାର ପ୍ରମାଣ ପତ୍ର ବଂଟନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.