ଓଡ଼ିଶା

୨୬ ଜାନୁଆରୀରେ ଦିଲ୍ଲୀରେ ପଙ୍କଜ ପାଇବେ ଜାତୀୟ ସାହାସିକତା ପୁରସ୍କାର

ତୁରୁମୁଙ୍ଗା ୧୭-୧ (ଓଡ଼ିଆ ପୁଅ/ସନ୍ତୋଷ କୁମାର ପତି) କେନ୍ଦୁଝରର ପଙ୍କଜ ମହାନ୍ତ ପାଇବେ ସାହାସିକତା ପୁରସ୍କାର। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ କଟୁଳିକନା ଗାଁ ଢ଼ିପା ସାହିର ପଙ୍କଜ ମହାନ୍ତ ଗତବର୍ଷ ମେ ମାସ  ୨୬  ତାରିଖର ଘଟଣା ଗାଁ’ ନିକଟସ୍ଥ ବୈତରଣୀ ନଦୀରେ ଗାଧୋଉ ଥିବା ବେଳେ ଅସାବଧାନତା ବଶତଃ ୩ ଜଣ ମହିଳାଙ୍କର ଚୋରା ବାଲିରେ ଗୋଡ଼ ଖସିଗଲା ସେମାନେ ନଦୀରେ ବୁଡିଗଲେ। ଜୀବନ ବଞ୍ଚିବାକୁ ମହିଳାମାନେ ଚିତ୍କାର କରୁଥିଲେ। ପାଖରେ ସମସ୍ତେ ଦେଖୁଥିଲେ ମଧ୍ୟ କେହି ସାହସ କରିପାରିନଥିଲେ। ହେଲେ ୯ମ ଶ୍ରେଣୀର ଛାତ୍ର ପଙ୍କଜ ନିଜ ଜୀବନକୁ ବାଜି ଲଗାଇ ନଦୀରେ ଡେଇଁ ପଡ଼ିଥିଲେ। ନଦୀରେ ପହଁରି ପହଁରି ୩ ଜଣ ମହିଳାଙ୍କୁ ଥର ଥର କରି ଉଦ୍ଧାର କରିଥିଲେ। ବାପା ଚୁଡାମଣି ମହାନ୍ତ ଓ ମା’ ବାସନ୍ତିଙ୍କର ଏକ ମାତ୍ର ପୁତ୍ର ପଙ୍କଜ। ଆସନ୍ତା ୨୬ ତାରିଖରେ ପଙ୍କଜଙ୍କୁ ଦିଲ୍ଲୀରେ ଜାତୀୟ ସାହାସିକତା ପୁରସ୍କାରରେ ପୁରସୃତ କରାଯିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top