ଶତାବ୍ଦୀ ପୁରୁଷ ଦୀନଦୟାଲଙ୍କୁ ଶ୍ରଦ୍ଧାଞ୍ଜଳି

ଅଧ୍ୟାପକ ପୁର୍ଣ୍ଣଚନ୍ଦ୍ର ମଲ୍ଲିକ

ପଣ୍ଡିତ ଦୀନଦୟାଲଙ୍କର ଆର୍ବିଭାବ ତିଥି ୧୯୧୬ ସେପ୍ଟେମ୍ବର ୨୫ ତାରିଖ। ତେଣୁ ୨୦୧୬ ସେପ୍ଟେମ୍ବର ୨୫ ରୁ ତାଙ୍କର ଜନ୍ମ ଶତ ବାର୍ଷିକୀ ଉସôବ ଆରମ୍ଭ ହୋଇ ୨୦୧୭ ସେପ୍ଟେମ୍ବର ୨୫ରେ ଉଦ୍ୟାପିତ ହେଉଛି। ସମଗ୍ର ଦେଶରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ତାଙ୍କ ଜନ୍ମ ଶତବାର୍ଷିକୀ ବର୍ଷକୁ ମହାସମାରୋହରେ ପାଳନ କରାଯାଇଛି। ତାଙ୍କ ନାମରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ନାମିତ କରାଯିବା ସହିତ ବିଭିନ୍ନ ସ୍ଥାନରେ ତାଙ୍କର ସ୍ମତିରକ୍ଷା ପାଇଁ ଉଦ୍ୟମ ହୋଇଛି। ତାଙ୍କ ଜନ୍ମ ଶତାବ୍ଦୀ ବର୍ଷକୁ ଗରିବ କଲ୍ୟାଣ ବର୍ଷରୂପେ ପାଳନ କରାଯାଇଛି। ବିଶେଷଭାବେ ତାଙ୍କ ପ୍ରଣିତ ମହାନ ଦର୍ଶନ ‘ଏକାତ୍ମ ମାନବବାଦ’ ଉପରେ ଅଲୋଚନା ଚକ୍ର ସମଗ୍ର ଦେଶରେ ଆୟୋଜିତ ହୋଇଛି ଏବଂ ଭାରତର ସାମଗ୍ରିକ ବିକାଶ ପାଇଁ ଏହାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଉଛି।

ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାର ଚନ୍ଦ୍ରଭାନ୍ ଗ୍ରାମର ପିତା ଭଗବତୀ ପ୍ରସାଦ ଓ ମାତା ରାମପ୍ୟାରୀଙ୍କ ଜ୍ୟେଷ୍ଠ ପୁତ୍ରରୂପେ ଆବିର୍ଭୂତ ଦୀନଦୟାଲ ମାତ୍ର ୩ ବର୍ଷ ବୟସରେ ପିତାଙ୍କୁ ଓ ୭ ବର୍ଷ ବୟସରେ ମାତାଙ୍କୁ ହରାଇ ଛୋଟ ଭାଇ ସହିତ ମାମୁଁଙ୍କ ଘରେ ପ୍ରତିପାଳିତ ହୋଇଥିଲେ। ମାତ୍ର ୧୬ ବର୍ଷ ବୟସରଙ୍କ ସାନ ଭାଇ ଶିବ ଦୟାଲଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ତେଣୁ ଦୀନଦୟାଲଙ୍କ ପାଇଁ ଜୀବନ ଥିଲା ନିଃସଙ୍ଗ, ଏକାକୀ ଓ ସଂର୍ଘଷମୟ। ଦୀନଦୟାଲ ଜଣେ ମେଧାବୀ ଛାତ୍ର ଥିଲେ। ସବୁବେଳେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଲାଭ କରିବା ସହିତ ଉତ୍ତର ପ୍ରଦେଶ ପ୍ରଶାସନିକ ସେବା ପରୀକ୍ଷା ଦେଇ ମଧ୍ୟ ସେଥିରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। କିନ୍ତୁ ସ୍ୱାଧୀନଚେତା ଦୀନଦୟାଲ ପ୍ରଶାସନିକ ସେବାରେ ଯୋଗ ନଦେଇ ଦେଶ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ। ୧୯୩୬ ମସିହାରେ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରେ ଯୋଗ ଦେଇଥିଲେ ଓ ୧୯୪୨ ରେ ଜଣେ ପୂର୍ଣ୍ଣକାଳୀନ ପ୍ରଚାରକ ଭାବେ ସଂଘ କାର୍ଯ୍ୟରେ ନିୟୋଜିତ ହେଲେ। ସେହିଦିନୁ ବ୍ରହ୍ମଚାରୀ ଦୀନଦୟାଲଙ୍କ ଜୀବନ ଦେଶପାଇଁ ସମର୍ପିତ ହୋଇଥିଲା।

୧୯୫୧ ମସିହାରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଯେତେବବେଳ ଭାରତୀୟ ଜନସଂଘର ପ୍ରତିଷ୍ଠା କଲେ ସେତେବେଳେ ତାଙ୍କର ଅନୁରୋଧ କ୍ରମେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘ ଚାଳକ ମାନନୀୟ ଶ୍ରୀ ସଦାଶିବ ଗୋଲୱାଲେକର ୧୯୪୨ରୁ ପୂର୍ଣ୍ଣ ପ୍ରଚାରକ ଭାବେ ଦାୟୀତ୍ୱ ନିର୍ବାହ କରିଆସୁଥିବା ଶ୍ରୀ ଉପାଧ୍ୟାୟଙ୍କୁ ଭାରତୀୟ ଜନସଂଘରେ କାର୍ଯ୍ୟକରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଦିନଠାରୁ ସେ ଜନସଂଘର ସାଧାରଣ ସମ୍ପାଦକ ଓ ୧୯୫୩ ମହିହା ଜୁନ୍ ୨୩ ତାରିଖରେ ଶ୍ରୀ ମୁଖାର୍ଜୀଙ୍କର ଜମ୍ମୁ କାଶ୍ମରୀ କାରଗାରରେ ସନେ୍ଦହ ଜନକ ଭାବେ ମୃତ୍ୟୁ ହେବାପରେ ଦଳର ପ୍ରମୁଖ କାର୍ଯ୍ୟକର୍ତା ରୁପେ ଓ ୧୯୬୭ ଠାରୁ ତାଙ୍କର ନିଧନ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟୀତ୍ୱ ନିର୍ବାହ କରି ଆସୁଥିଲେ। ଏକାଧାରରେ ସେ ଥିଲେ ଜଣେ ସୃଜନଶୀଳ ଲେଖକ, ପ୍ରବୀଣ ସାମ୍ବାଦିକ, ନିସ୍ୱାର୍ଥପର ସମାଜସେବକ, ଦେଶପ୍ରାଣ ରାଷ୍ଟ୍ରୀନୀତିଜ୍ଞ, ଦୁରଦୃଷ୍ଟି ସମ୍ପନ୍ନ ଅର୍ଥନୀତି ବିଶେଷଜ୍ଞ ଓ ଜଣେ ମହାନ ଦାର୍ଶନୀତିଜ୍ଞ। ଏକ ଜାତୀୟ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ(ସଂଗଠନ) ଭାବେ କାର୍ଯ୍ୟ ନିର୍ବାହ କରିବା ସହିତ ୧୯୫୧ ମସିହା ଠାରୁ ‘ରାଷ୍ଟ୍ରଧମ’ର୍ ନାମରେ ଏକ ଦୈନିକ ପତ୍ରିକା, ‘ପାଂଚଜନ୍ୟ’ ନାମରେ ଏକ ସାପ୍ତାହିକ ପତ୍ରିକା ଏବଂ ‘ସ୍ୱଦେଶ’ ନାମରେ ଏକ ମାସିକ ପତ୍ରିକା ନିଜ ସମ୍ପାଦନାରେ ପ୍ରକାଶ କରିଆସୁଥିଲେ ଯାହା ଏବେ ମଧ୍ୟ ପ୍ରକାଶିତ ହେଉଛି।

ଶ୍ରୀ ମୁଖାର୍ଜୀଙ୍କର ନେତୃତ୍ୱରେ ଭାରତୀୟ ଜନସଂଘ ୧୯୫୧-୫୨ ମସିହାରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଭାଗ ନେଇ ସାଧାରଣ ଭୋଟ୍ର ୩.୦୬ ପ୍ରତିଶତ ଭୋଟ୍ ସହିତ ତିନୋଟି ସିଟ୍ ପାଇଥିବା ବେଳେ ଦୀନଦୟାଲଙ୍କ ବଳିଷ୍ଠ ମାର୍ଗ ଦର୍ଶନ ବଳରେ ୧୯୫୭ ରେ ୫.୯୭ ପ୍ରତିଶତ ଭୋଟ୍ ସହିତ ୪ ଟି ଆସନ ୧୯୬୨ ରେ ୬.୪୪ ପ୍ରତିଶତ ଭୋଟ୍ ସହିତ ୧୪ ଟି ଆସନ ଏବଂ ୧୯୬୭ ରେ ୯.୩୧ ପ୍ରତିଶତ ଭୋଟ୍ ସହିତ ୩୫ ଟି ଆସନ ଲାଭ କରିଥିଲା। ଯାହା ଫଳରେ ଭାରତୀୟ ଜନସଂଘ ଭାରତ ବର୍ଷରେ ଏକ ଶକ୍ତିଶାଳୀ ବିକଳ୍ପ ରାଜନୈତିକ ଦଳ ଭାବେ ନିଜକୁ ପ୍ରତିଷ୍ଠା କରିପାରିଥିଲା। ଏହି ପ୍ରତିଷ୍ଠା ଅନ୍ତରାଳରେ ଦୀନଦୟାଲ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

୧୯୪୭ ରେ ଦେଶ ସ୍ୱାଧୀନ ହୋଇଥିଲେ ମଧ୍ୟ ଭାରତ ଇଂରେଜ ଶାସନପଦ୍ଧତି ତଥା ବୈଚାରିକ ସିଦ୍ଧାନ୍ତ ପ୍ରଭାବରୁ ମୁକ୍ତ ହୋଇପାରି ନଥିଲା। ପାଶ୍ଚ୍ୟାତ ସମାଜବାଦ ଓ ପୁଞ୍ଜିବାଦକୁ ରାଜନୈତିକ ସିଦ୍ଧାନ୍ତ ରୂପେ ଗ୍ରହଣ କରି ମିଶ୍ର ଅର୍ଥନୀତି, ପଂଚବାର୍ଷିକ ଯୋଜନା, ତୁଷ୍ଟୀକରଣ ଭିତ୍ତିରେ ଆଧାରିତ ଧର୍ମ ନିରପେକ୍ଷତାକୁ ଅନୁସରଣ କରିଥିଲା। ସୋଭିଏତ୍ ସଂଘ ପ୍ରେରିତ ସମାଜବାଦୀ ବିକେନ୍ଦ୍ରୀକରଣ ନୀତି ଉପରେ ପର୍ଯ୍ୟବେଶିତ ପଂଚବାର୍ଷିକ ଯୋଜନାକୁ ଭାରତୀୟ ଜନସଂଘ ବିରୋଧ କରିବା ସହିତ ସ୍ୱଦେଶୀ ଅର୍ଥ ବ୍ୟବସ୍ଥା ଅନୁସରଣ ଉପରେ ଗୁରୁତ୍ୱ ଦେଇଥିଲା। ‘ଆର୍ଥିକ ଲୋକତନ୍ତ୍ର’ ଓ ‘ବିକେନ୍ଦ୍ରୀ କରଣ’କୁ ଦୀନଦୟାଲ ‘ଅର୍ଥାୟମ୍’ ନାମ ଦେଇଥିଲେ। ତାଙ୍କ ମତରେ, ‘‘ପାଶ୍ଚାତ୍ୟ ରାଜନୈତିକ ଦର୍ଶନ ମନୁଷ୍ୟକୁ ସେକ୍ୟୁଲାରବାଦ, ବ୍ୟକ୍ତିବାଦ, ସମାଜବାଦ,ଏବଂ ସାମ୍ୟବାଦ ବିଚାର ଦେଇଛି। ଭାରତ ସ୍ୱାଧୀନ ହେବା ପରେ ଆମ ଦେଶର ନେତୃବୃନ୍ଦ ସେହି ସବୁ ପାଶ୍ଚତ୍ୟ ଦର୍ଶନ ଆଧାରରେ ଦେଶର ଭବିଷ୍ୟତ ନିର୍ମାଣ ପାଇଁ ଯୋଜନାମାନ ଆରମ୍ଭ କରିଛନ୍ତି।’’ ଦେଶର ନେତୃବୃନ୍ଦଙ୍କ ମନରେ ଏହି ଧାରଣା ଥିଲା ଯେ, ଆମ ଦେଶରେ ନିଜସ୍ୱ କୌଣସି ଦର୍ଶନ ନାହିଁ, ଏଣୁ ପାଶ୍ଚାତ୍ୟ ଦର୍ଶନକୁ ଗ୍ରହଣ କରିନେବା ଉଚିତ। ସେମାନେ ଏପରି ମଧ୍ୟ ଭାବୁଥିଲେ ଯେ, ଆମେ ଅତୀତରେ ଏକ ରାଷ୍ଟ୍ର ନ ଥିଲେ। ଇଂରେଜମାନେ ଆସିବା ପରେ ଆମକୁ ଏକ ରାଷ୍ଟ୍ରଭାବେ ପରିଚିତ କରାଇଲେ ଏବଂ ଏବେ ଆମେ ବିଶ୍ୱରେ ଏକ ନୂଆ ରାଷ୍ଟ୍ରଭାବେ ଉଦୟ ହୋଇଛେ।’’ପଣ୍ଡିତ ଦୀନ ଦୟାଲ ତତ୍କାଳୀନ ନେତୃବୃନ୍ଦଙ୍କ ବିଚାରକୁ ଖଣ୍ଡନ କରି ମତ ଦେଇଥିଲେ ଯେ, ‘‘ଯେତେବେଳେ ଆମେ ପାଶ୍ଚାତ୍ୟ ସାମ୍ରାଜ୍ୟବାଦକୁ ଏହି ଦେଶରୁ ବିତାଡିତ କରିଦେଇଛେ ସେତେବେଳେ ପାଶ୍ଚାତ୍ୟ ଦର୍ଶନ ପଛରେ ଗୋଡାଇବା ଆବଶ୍ୟକ ନାହିଁ।

ଭାରତୀୟ ଜନତା ପାର୍ଟି ବା ପୂର୍ବର ଭାରତୀୟ ଜନସଂଘ ଦୃଢ ଭାବରେ ବିଶ୍ୱାସ କରେ ଯେ, ‘ଆମ ଦେଶ ଏକ ପ୍ରାଚୀନ ଏବଂ ସନାତନ ରାଷ୍ଟ୍ର। ପାଶ୍ଚାତ୍ୟରେ ରାଷ୍ଟ୍ର ଓ ରାଜ୍ୟ ପରିକଳ୍ପନା ପ୍ରାରମ୍ଭର ଅନେକ ପୂର୍ବରୁ ଆମ ଦେଶରେ ‘ସାଂସ୍କୃତିକ ରାଷ୍ଟ୍ରବାଦ’ ରୂପରେ ରହିଆସିଛି। ଭାରତ ବର୍ଷର ଏକ ଗୌରବମୟ ଜ୍ଞାନ ପରମ୍ପରା ରହିଛି ଏବଂ ଆମକୁ ଏହି ଜ୍ଞାନ ପରମ୍ପରା ଭିତରେ ଦେଶର ଭବିଷ୍ୟତ ଖୋଜିବା ଉଚିତ୍ ହେବ।’ତେଣୁ ଭାରତୀୟ ଜନସଂଘ ଭାରତ ପାଇଁ ଭାରତର ମୂଳ ଭୂତ ଏକ ନୂତନ ବୈଚାରିକ ସିଦ୍ଧାନ୍ତର ଆବଶ୍ୟକ କରୁଥିବା ବେଳେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ୧୯୬୪ ମସିହାରେ ତାଙ୍କର “ଏକାତ୍ମ ମାନବ ଦର୍ଶନ’ ପ୍ରଣୟନ କରିଥଲେ। ୧୯୬୫ ମସିହାରେ ଆନ୍ଧ୍ରର ବିଜୟୱାଡା ଠାରେ ଅନୁଷ୍ଟିତ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଏହାକୁ ଦଳର ରାଜନୈତିକ ଆଦର୍ଶ ରୂପେ ଗ୍ରହଣ କରାଯାଇଥିଲା।ଭାରତୀୟ ଜନସଂଘର ପରବର୍ତ୍ତି ରୂପ ଭାରତୀୟ ଜନତା ପାର୍ଟି ମଧ୍ୟ ଦଳୀୟ ସମ୍ବିଧାନର ଧାରା ୩ ଅନୁସାରେ “ଏକାତ୍ମ ମାନବ ବାଦ’କୁ ପୁଣିଥରେ ପାର୍ଟିର ମୂଳ ସିଦ୍ଧାନ୍ତ ରୂପେ ଗ୍ରହଣ କରିଛି।

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କର ‘ ଏକାତ୍ମ ମାନବ ଦର୍ଶନ’ ସମଗ୍ର ଭାରତୀୟ ଦର୍ଶନର ଏକ ସମ୍ମିଳିତ ରୂପ। ଭିନ୍ନ ମତ, ପନ୍ଥ ଓ ସମ୍ପ୍ରଦାୟ ଭିତ୍ତିରେ ହଜାର ହଜାର ବର୍ଷ ଭିତରେ ଆତ୍ମପ୍ରକାଶ କରିଥିବା ବିଭିନ୍ନ ଦର୍ଶନର ବୈଜ୍ଞାନିକ ଅନୁଶୀଳନ ସହିତ ସେ ସବୁର ଶ୍ରେଷ୍ଠ ଚିନ୍ତନକୁ ନେଇ ଏକ ସ୍ୱତନ୍ତ୍ର ଦର୍ଶନଭାବେ ଏକାତ୍ମ ମାନବ ଦର୍ଶନର ପରିକଳ୍ପନା ଓ ବିକାଶ। ସୂକ୍ଷ୍ମାଂଶ ରୂପରେ ଏହା ପ୍ରାକ୍ତନ ଅଭିବ୍ୟକ୍ତିର ପ୍ରତିଫଳନ ହୋଇପାରେ କିନ୍ତୁ ସାମଗ୍ରୀକ ଭାବେ ଏହା ଅନନ୍ୟ , ଅସାଧାରଣ ଏବଂ ଅଭୂତପୂର୍ବ। କେବଳ ଭାରତୀୟ ଦର୍ଶନ ନୁହଁ, ବିଭିନ୍ନ ସମୟରେ ପୃଥିବୀର ଭିନ୍ନ ଭିନ୍ନ ଭୂଖଣ୍ଡରେ ପ୍ରକାଶ ପାଇଥିବା ବିଭିନ୍ନ ଦର୍ଶନର ତୂଳାନାତ୍ମକ ବିଚାର ସହିତ କେତେକ କ୍ଷେତ୍ରରେ ସେ ସବୁର ନିର୍ଯାସ ମଧ୍ୟ ଏ ଦର୍ଶନରେ ଅନୁରଣିତ ଓ ଉପଲବ୍ଧ। ତେଣୁ ‘ଏକାତ୍ମ ମାନବ ଦର୍ଶନ’ କେବଳ ଭାରତ ଓ ଭାରତୀୟଙ୍କ ପାଇଁ ନୁହେଁ ସମଗ୍ର ବିଶ୍ୱର ମାନବ ଓ ମାନବେତର ପ୍ରାଣୀମାନଙ୍କ ନିମନ୍ତେ ମଧ୍ୟ ଅନ୍ୟତମ ସର୍ବଶ୍ରେଷ୍ଠ ଦର୍ଶନ।

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କର ୧୯୬୮ ମସିହା ଫେବୃଆରୀ ୧୧ ତାରିଖ ଦିନ ଲକ୍ଷ୍ମୋ÷ରୁ ପାଟନା ଫେରୁଥିବା ବେଳେ ସନେ୍ଦହ ଜନକ ଭାବେ ମୋଗଲ ସରାଇ ରେଲ ଷ୍ଟେସନର ରେଳ ଧାରଣା ଉପରୁ ତାଙ୍କର ମର ଶରୀର ମିଳିଥିଲା। ସେତେବେଳେ କେନ୍ଦ୍ରରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଉତ୍ତର ପ୍ରଦେଶରେ ଚୌଧୁରୀ ଚରଣ ସିଂ ମୁଖ୍ୟମନ୍ତ୍ରୀ ଥିଲେ ମଧ୍ୟ ଉଭୟ ସରକାର ଏହାକୁ ଏକ ସାଧାରଣ ଦୁର୍ଘଟଣା ରୁପେ ଗ୍ରହଣ କରିଥିଲେ କିନ୍ତୁ ସମଗ୍ର ଭାରତରେ ତାଙ୍କର ଏପରି ଅସ୍ୱାଭାବିକ ମୃତ୍ୟୁକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ରୁପେ ଗ୍ରହଣ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦୀନଦୟାଲ ଉପାଧ୍ୟାୟଙ୍କ ମୃତ୍ୟୁ ରହସ୍ୟ ଉଦ୍ଘାଟନ ପାଇଁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ।

ଭାରତରେ ସ୍ୱାଧିନତା ପରେ ପରିବାରବାଦ ଓ ଜାତିଭିତ୍ତିକ ଶାସନ ବ୍ୟବସ୍ଥା, ଏକାତ୍ମମାନବ ଦର୍ଶନ ଉପରେ କୌଣସି ପ୍ରକାର ଗୁରୁତ୍ୱ ଦେଇନାହିଁ। ଶ୍ରୀ ଅଟଳବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ‘ଏକାତ୍ମ ମାନବଦର୍ଶନ’ର ପ୍ରୟୋଗାତ୍ମକ ପରୀକ୍ଷଣ ଆରମ୍ଭ ହୋଇଥିଲା। ସେ ଆରମ୍ଭ କରିଥିବା ‘ଅନ୍ତ୍ୟୋଦୟ’ ଯୋଜନା ଭାରତ ବର୍ଷର ସର୍ବଶ୍ରେଷ୍ଠ ଓ ସର୍ବ ବ୍ୟାପକ ମାନବବାଦୀ ଯୋଜନା ଭାବେ କାର୍ଯ୍ୟକାରୀ ହେଉଅଛି। ଗୋରଖପୁର ବିଶ୍ୱ ବିଦ୍ୟାଳୟକୁ ପୁର୍ନଃ ନାମିତ କରି “ଦୀନଦୟାଲ ଉପାଧ୍ୟାୟ ଗୋରଖପୁର ବିଶ୍ୱବିଦ୍ୟାଳୟ’ କରାଯାଇଛି। ୨୦୦୩ରେ ଶ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥଽା ବେଳେ ଗାନ୍ଧୀନଗର ଠାରେ “ପଣ୍ଡିତ ଦୀନଦୟାଲ ପଟ୍ରୋଲିୟମ୍ ବିଶ୍ୱବିଦ୍ୟାଳୟ’ ପ୍ରତିଷ୍ଠା କରିଥିଲେ। ୨୦୧୪ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦୀନଦୟାଲ ଉପାଧ୍ୟାୟଙ୍କର ଆଦର୍ଶକୁ ଅନୁସରଣ କରି ବିଭିନ୍ନ ଯୋଜନାର ସୁଫଳକୁ ଆଜି ସୁଦ୍ଧା ଯେଉଁମାନେ ସେଥିରୁ ବଂଚିତ ହୋଇଛନ୍ତି ସେମାନଙ୍କ ପାଖରେ ପହଂଚାଇବାକୁ ଚେଷ୍ଟା କରୁଛନ୍ତି। ଗ୍ରାମାଞ୍ଚଳରେ ପ୍ରତ୍ୟେକ ପରିବାରକୁ ବିଜୁଳି ଯୋଗାଇବା ପାଇଁ ଦୀନଦୟାଲଙ୍କ ନାମରେ ସେ “ଦୀନଦୟାଲ ଗ୍ରାମ ଜ୍ୟୋତି ଯୋଜନା’, ଗ୍ରାମାଞ୍ଚଳରେ ବୃତ୍ତିଗତ ଦକ୍ଷତାର ବିକାଶ ପାଇଁ “ଦୀନଦୟାଲ ଉପାଧ୍ୟାୟ ଗ୍ରାମିଣ କୌଶଲ ବିକାଶ ଯୋଜନା’ ଏବଂ “ଶ୍ରମିକ ମାନଙ୍କ ପାଇଁ, ଦୀନଦୟାଲ ଉପାଧ୍ୟାୟ ଶ୍ରମେବ ଜୟତେ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଆମର ବିଶ୍ୱାସ ଏକବିଂଶ ଶତାବ୍ଦୀରେ ଏହି ଦର୍ଶନ ହିଁ ଭାରତ ବର୍ଷକୁ ‘ଶ୍ରେଷ୍ଠ ଭାରତ’ ଭାବେ ଗଢିବାରେ ଯେ ସହାୟକ ହେବ ଏଥିରେ ସନେ୍ଦହ ନାହିଁ।

Leave a Reply

Your email address will not be published. Required fields are marked *