ପୁରୁଷୋତ୍ତମପୁରରେ ପଞ୍ଚୁ ଦଣ୍ଡ ମହାମିଳନ

ପୁରୁଷୋତ୍ତମପୁର, ୧୧/୪(ଓଡ଼ିଆ ପୁଅ/ସୁଦାମ ମହାରଣା) ପୁରୁଷୋତ୍ତମପୁରରେ ପଞ୍ଚୁଦଣ୍ଡ ମହାମେଳନ ଅନୁଷ୍ଠିତ ହୋଇଯାଇଛି। ପୁରୁଷୋତ୍ତମପୁରର ତିନି ଦଣ୍ଡ, ଡି.ପାଟପୁର, କବିସୂର୍ଯ୍ୟ ନଗର ମାଝି ଦଣ୍ଡଦଳ ଯୋଗ ଦେଇଥିଲେ। ସମସ୍ତ ଦଣ୍ଡଦଳ କାଳୀ ମନ୍ଦିର ଛକଠାରେ ଏକତ୍ରିତ ହୋଇ ସହର ପରିକ୍ରମା କରିଥିଲେ। ଧୂଳି ଦଣ୍ଡ, ପାଣିଦଣ୍ଡ ନୀତି ପରେ ସପ୍ନେଶ୍ବର ମନ୍ଦିର ନିକଟରେ ମହାମେଳନ ପର୍ବର ଅନୁଷ୍ଠିତ ହୋଇଥିଲା। ଦୀର୍ଘ ୪୦ବର୍ଷ ପରେ ଏଭଳି ମହାମିଳନ ପର୍ବକୁ ଲକ୍ଷାଧିକ ଦର୍ଶକ ସମାଗମ ହୋଇଥିଲେ। ସନ୍ଧ୍ୟାରେ ଆଳତି, ରାତ୍ର ସସ୍କୃତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶିବାଶକ୍ତିକାଳୀ ସଙ୍ଘ, ଅଟୋ ସଙ୍ଘ, ବଜାର ବଣିକସଙ୍ଘ ଓ ସହରବାସୀ ସହଯୋଗ କରିଥିଲେ। ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ଆୟୋଜନ କରାଯାଇଥିଲା।

Leave a Reply

Your email address will not be published. Required fields are marked *