ମହାନ ପଣାସଂକରାନ୍ତି

ବୈଶାଖ କୃଷ୍ଣ ତ୍ରୟୋଦଶୀ ତିଥି

ଏପ୍ରିଲ ଚଉଦ ଦିନ,

ପ୍ରତିବର୍ଷ ପଡ଼େ ପଣାସଂକରାନ୍ତି

ଏକଥା ନୁହଁଇ ଆନ ।।୧।।

ମେଷ ସଂକରାନ୍ତି ଓଡ଼ିଆ ପୁଅର

ସବୁଠୁ ବଡ଼ ପରବ,

ଉତ୍କଳୀୟଙ୍କର ନବବର୍ଷ ଅଟେ

ଏ ତ ଆମ ଗଉରବ ।।୨।।

ହିନ୍ଦୁ ଭକ୍ତଙ୍କର ଉପବାସ ଦିନ

ଶିବ ଚତୁଃର୍ଦଶୀ ତିଥି

ଶନି ତ୍ରୟୋଦଶୀ ହନୁମାନ ଜୟନ୍ତୀ

ମହାବିଷୁବ ସଂକ୍ରାନ୍ତି ।।୩।।

ମେଷ ପଣା ହୁଏ ନବାତ, କଦଳୀ

ଗଂଜାଇ, ଗୋଲିକି ନେଇ

ସାହି ସାହି ବାଣ୍ଟ ପ୍ରୀତିର ଡୋରରେ

ପ୍ରତିଟି ଘରକୁ ଯାଇ।।୪।।

ଆମ୍ଭ ସମ୍ବିଧାନ ପ୍ରଣେତା ଅଟନ୍ତି

ଡକ୍ଟର ଆମ୍ବେଦକର,

ପଣା ସଂକରାନ୍ତି ସମସ୍ତେ ପାଳନ୍ତି

ମହାନ୍ ଜନ୍ମଦିନର ।।୫।।

ଜନ୍ମୋତ୍ସବ ପରା ସାଦରେ ମାନନ୍ତି

ରାଧାରମଣ ଦେବଙ୍କ

ଜନ୍ମ, ସିଦ୍ଧି ତଥା ମହାପ୍ରୟାଣର

ମହାପୁରୁଷ ବୁଦ୍ଧଙ୍କ ।।୬।।

ବୁଦ୍ଧ ଦେବଙ୍କର ଜନ୍ମ, ସିଦ୍ଧି, ମୃତ୍ୟୁ

ମଙ୍ଗଳବାରଟି ଜାଣ,

ସଦଗୁରୁ ଅର୍ଜୁନ ଗୁରୁକଲେ ବୁଦ୍ଧେ

ମଙ୍ଗଳେ ମହାପ୍ରୟାଣ ।।୭।।

ସିଦ୍ଧି ଲଭିଥିଲେ ମଙ୍ଗଳ ବାରରେ

ସାୟଂକାଳେ ବନ୍ଧୁଘରେ

ସୁନାବେଢ଼ାସ୍ଥିତ ସି-ଚାରି କ୍ୱାଟରେ

ଉଦ୍ଭାଷି ଚଉଦିଗରେ ।।୮।।

ଦିବ୍ୟଦର୍ଶନର ପ୍ରତିଷ୍ଠାତା ସେତ

ସଦଗୁରୁ ଶ୍ରୀଶ୍ରୀ ଅର୍ଜୁନ

ସିଦ୍ଧି ଲାଭକଲେ ପଣା ସଂକ୍ରାନ୍ତିରେ

ବିତରିଲେ ଆତ୍ମଜ୍ଞାନ ।।୯।।

ଉଜ୍ଜାପିତ ହୁଏ ଦଣ୍ଡ ନୃତ୍ୟ ସଦା

ପ୍ରସିଦ୍ଧ ଲୋକ ନୃତ୍ୟରେ,

ମହାକାଳୀଙ୍କର ମହାପର୍ବ ଅଟେ

ଗଞ୍ଜାମ, ନୟାଗଡରେ ।।୧୦।।

ମଣିଷ ବାପୁଡା ଜାଣିପାରେ ନlହିଁ

ଗ୍ରାସିବ ମହାକାଳରେ,

ବାହୁଡିବ ନିଶ୍ଚେ ନିତ୍ୟଧାମେ ଦିନେ

ଜାଗ ! ଏବେ ମହିତଳେ ।।୧୧।।

ଗୁରୁକଲେ ତୁହି ଠିକଣା ପାଇବୁ

ପର°ବ୍ରହ୍ମଙ୍କ ଆସ୍ଥାନ,

ବେଳ ଥାଉ ଥାଉ ବାଳବାନ୍ଧ ତୁହି

ସଦା ହୁଅ ସାବଧାନ !।।୧୨।।

*ଜୟସଦଗୁରୁ*

– ପର୍ଶୁରାମ ପ୍ରଧାନ
(ବିଜ୍ଞାନ ଶିକ୍ଷକ)

Parshuram Pradhan
(Science Teacher)

ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟ,କଳମ୍ବ

Leave a Reply

Your email address will not be published. Required fields are marked *