ପ୍ୟାଲେସ୍ ଅନ୍ ହ୍ୱିଲ୍ସ ଏବେ ହେରିଟେଜ ପ୍ୟାଲେସ୍ ଅନ୍ ହ୍ୱିଲ୍ସ ନାଁରେ ଦୌଡିବ- ଭଡ଼ା କେତେ ଜାଣନ୍ତି କି?

ଶାହୀ ସବାରୀ ପାଇଁ ଖ୍ୟାତନାମା ପ୍ୟାଲେସ୍ ଅନ୍ ହ୍ୱିଲ୍ସ ଏବେ ନବ କଳେବର ସହିତ ହେରିଟେଜ ପ୍ୟାଲେସ୍ ଅନ୍ ହ୍ୱିଲ୍ସ ନାମରେ ରେଳ ଧାରଣାରେ ଦୌଡିବ

ନୂଆଦିଲ୍ଲୀ ୩୧-୧୨ (ଓଡ଼ିଆ ପୁଅ) ନିଜର ଶାହୀ ସବାରୀ ପାଇଁ ଖ୍ୟାତନାମା ରୟାଲ ରାଜସ୍ଥାନ ଏବଂ ପ୍ୟାଲେସ୍ ଅନ୍ ହ୍ୱିଲ୍ସର ପରିଚିତ। ପ୍ୟାଲେସ୍ ଅନ୍ ହ୍ୱିଲ୍ସର ନବ କଲେବର ସହିତ ଏହା ଏବେ ହେରିଟେଜ ପ୍ୟାଲେସ୍ ଅନ୍ ହ୍ୱିଲ୍ସର ନାମରେ ରେଳ ଧାରଣାରେ ଦୌଡିବ। ଅଧିକ ରାଜକୀୟ ଢଙ୍ଗରେ ଯାତ୍ରୀମାନଙ୍କର ଯାତ୍ରାକୁ ବିଳାସପୂର୍ଣ୍ଣ କରିବାକୁ ବ୍ୟବସ୍ଥା କରାଯାଇଛି ଏଥିରେ।

୨୪ ବର୍ଷ ପୁରୁଣା ପ୍ୟାଲେସ୍ ଅନ୍ ହ୍ୱିଲ୍ସ ଏବେ ନିଜର ନୂଆ ନାମ ହେରିଟେଜ ପ୍ୟାଲେସ୍ ଅନ୍ ହ୍ୱିଲ୍ସ ରୂପରେ ଏହାର ପ୍ରଥମ ଯାତ୍ରା ଶୁକ୍ରବାରଦିନ ନୂଆଦିଲ୍ଲୀରେ ଥ୍ରୀ ନାଇଟ ଗୋଲ୍ଡେନ ଟୁର ପାଇଁ ଯାତ୍ରା କରିଛି। ଏହାର ବିଶେଷତ୍ୱ ହେଉଛି ଏହି ଟ୍ରେନରେ ଯାତ୍ରା ପର୍ଯ୍ୟଟକଙ୍କର ରାଜକୀୟ ଢାଞ୍ଚାରେ ସ୍ୱାଗତ କରାଯାଇଛି ଏବଂ ବିଳାସପୂର୍ଣ୍ଣ ଯାତ୍ରାର ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି।

ରାଜକୀୟ ଜୀବନ ଶୈଳୀ ପରି ଅନୁଭବ ଦେଉଥିବା ଏହି ହେରିଟେଜ ପ୍ୟାଲେସ୍ ଅନ୍ ହ୍ୱିଲ୍ସରେ ସୁବିଧା ମଧ୍ୟ କୌଣସି ପାଞ୍ଚ ତାରକା ହୋଟଲ ଠାରୁ କମ ନୁହେଁ। ଯାତ୍ରୀମାନଙ୍କୁ ରାଜକୀୟ ଅନୁଭବ କରାଇବା ପାଇଁ ରାଜା-ମହାରାଜାଙ୍କର ଜୀବନ ଶୈଳୀ  ମୁତାବକ ଏହାକୁ ପ୍ରସ୍ତୁତ କରାଯାଇଛି। ଏଥିରେ ପର୍ଯ୍ୟଟକଙ୍କର ଆଧୁନିକ ସୁଖ-ସୁବିଧା ଉପରେ ମଧ୍ୟ ବିଶେଷ ଧ୍ୟାନ ରଖା ଯାଇଛି। ଲଜ ବାର ମହାରାଣୀ ରେଷ୍ଟୁରାଣ୍ଟ ପରି ସୁବିଧା ଏହି ଟ୍ରେନକୁ ବିଶେଷ ବନାଉଛି। ଟ୍ରେନର ଟଏଲେଟ ଏବଂ ୱାଶରୂମକୁ ଅତ୍ୟନ୍ତ ସୁନ୍ଦର ବନାଯାଇଛି। ସମସ୍ତ ଫର୍ଣ୍ଣିଚରକୁ ନୂଆ ରୂପ ଦିଆଯାଇଛି। ଏହା ବ୍ୟତୀତ ୱୁଡନ ବଲ୍ସ ବାର ଏବଂ ଲାଉଞ୍ଜ ଏରିଆକୁ ମଧ୍ୟ ବିଶେଷ ଭାବରେ ନୂଆ ଲୁକରେ ପ୍ରସ୍ତୁତ କରାଯାଇଛି।

ହେରିଟେଜ ପ୍ୟାଲେସ୍ ଅନ୍ ହ୍ୱିଲ୍ସର ଭଡ଼ା:

ଯାତ୍ରାର ଆନନ୍ଦ ଉଠାଇବା ପାଇଁ ପର୍ଯ୍ୟଟକଙ୍କୁ ଏବେ କମ ଭଡ଼ା ଦେବାକୁ ପଡ଼ିବ। କାରଣ ଏହି ଟ୍ରେନ ଗୋଲ୍ଡନ ଟ୍ରାଙ୍ଗେଲରେ ପର୍ଯ୍ୟଟକଙ୍କୁ କମ ଖର୍ଚ୍ଚରେ ଯାତ୍ରା କରାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଅର୍ଥାତ୍ ବର୍ଷର ଅନ୍ତିମ ସପ୍ତାହ ଏବଂ ନୂଆ ବର୍ଷର ଆରମ୍ଭରେ କମ ଦାମରେ ପର୍ଯ୍ୟଟକ ଏହାର ଫାଇଦା ଉଠାଇ ପାରିବେ। ବିଭାଗ ମୁତାବକ ଏହି ଟ୍ରେନର ଭଡ଼ା ୬୫୦ ଡଲାରରୁ କମ କରାଯାଇ ୩୦୦ ଡଲାର ଅର୍ଥାତ ୧୯,୨୦୦ ଟଙ୍କା ପ୍ରତିଦନ ସ୍ଥିର କରାଯାଇଛି।

ଶାହୀ ଟ୍ରେନ ପ୍ୟାଲେସ୍ ଅନ୍ ହ୍ୱିଲ୍ସର ଇତିହାସ:

ଏହି ଟ୍ରେନ ପୁରୁଣା ରାଜାଙ୍କର ରାଜକୀୟ ଠାଠ-ବାଟ ସହିତ ଯାତ୍ରୀଙ୍କୁ ରାଜକୀୟ ଢଙ୍ଗରେ ଯାତ୍ରା କରାଇବା ପାଇଁ ଆରମ୍ଭ କରାଯାଇଥିଲା। ଏହି ଟ୍ରେନରେ ସେହି କୋଚଗୁଡ଼ିକ ଲଗାଯାଇଥିଲା ଯେଉଁ କୋଚଗୁଡ଼ିକ ପୂର୍ବରୁ ମହାରାଜାମାନେ ବ୍ୟବହାର କରିଥିଲେ। କିନ୍ତୁ ପରେ ୧୯୯୧ରେ ଏହି କୋଚକୁ ବଦଳାଯାଇ ପ୍ୟାଲେସ୍ ଅନ୍ ହ୍ୱିଲ୍ସର ପ୍ରଥମ ଯାତ୍ରା ୧୯୮୨ ରେ ଆରମ୍ଭ ହୋଇଥିଲା। ଆରମ୍ଭର ବର୍ଷମାନଙ୍କରେ ଏହା ବହୁତ ଲୋକପ୍ରିୟ ରହିଥିଲା। କିନ୍ତୁ କିଛି ବର୍ଷ  ପରେ ଏହାର ଆକର୍ଷଣ କମ ହୋଇଯାଇଥିଲା। ୨୦୦୭-୦୮ ରୁ ୨୦୧୩-୧୪ ମଧ୍ୟରେ ଏହି ଟ୍ରେନର ଯାତ୍ରୀଙ୍କର ସଂଖ୍ୟାରେ ୪୩ ପ୍ରତିଶତ କମ ହୋଇଥିଲା। ଏହି ଟ୍ରେନକୁ ସବୁଠାରୁ ବଡ଼ ଝଟକା ୨୦୧୫ ରେ ଲାଗିଥିଲା ଯେତେବେଳେ ବୁକିଂ ଅଭାବରୁ ଏହାର ଫେରା ରଦ୍ଦ କରିବାକୁ ପଡ଼ିଥିଲା। ଏହି ଟ୍ରେନକୁ ଆମେରୀକାର ଟ୍ରାଭେଲ ମାଗାଜିନ କୋନ୍ଡେ ନାସ୍ଟ ଏହାକୁ ଦୁନିଆର ସର୍ବଶ୍ରେଷ୍ଠ ପାଞ୍ଚଟି ଟ୍ରେନ ମଧ୍ୟରୁ ଏହାକୁ ପାଞ୍ଚ ନମ୍ବର ସ୍ଥାନ ଦେଇଥିଲା।

Leave a Reply

Your email address will not be published. Required fields are marked *