ବାହୁବଳୀର ରେକର୍ଡ ଭାଙ୍ଗିଲା ପଦ୍ମାବତ: ଛପରଫାଡ଼ କମାଇ: ଦୁଇ ଦିନରେ ବଜେଟରୁ ଅଧିକ ଆୟ

ନୂଆଦିଲ୍ଲୀ ୨୭-୧ (ଓଡ଼ିଆ ପୁଅ) ବିରୋଧ ପ୍ରଦର୍ଶନ ମଧ୍ୟରେ ୨୫ ଜାନୁଆରିରେ ରିଲିଜ ହୋଇଥିବା ସଂଜୟ ଲୀଲା ଭଂସାଲୀଙ୍କର ଫିଲ୍ମର ଛପରଫାଡ଼ ଆୟର କ୍ରମ ଜାରି ରହିଛି। କରଣୀ ସେନାଙ୍କର ଧମକ ଏବଂ ହଙ୍ଗାମା ସତ୍ତ୍ୱେ ଦର୍ଶକ, ସଂଜୟ ଲୀଲା ଭଂସାଲୀ, ଦୀପିକା ଏବଂ ରଣବୀରଙ୍କର ସମର୍ଥନ କରିଥିବାର ପ୍ରମାଣ ସିନେମାଘରେ ହେଉଥିବା ଦର୍ଶକଙ୍କର ଭାରି ଭୀଡ଼ରୁ ଦେଖିବାକୁ ମିଳିଛି।

ବକ୍ସ ଫିସ ଇଣ୍ଡିଆର ରିପୋର୍ଟ ମୁତାବକ ପଦ୍ମାବତ ଦ୍ୱିତୀୟ ଦିନରେ ପ୍ରାୟତଃ ୩୨ କୋଟି ଟଙ୍କାର ବ୍ୟାପାର କରିଛି। ଫିଲ୍ମ ପ୍ରଥମଦିନରେ ୧୯ କୋଟି ଟଙ୍କାର ଆୟ କରିଥିଲା। ଅନ୍ୟପକ୍ଷରେ ୨୪ ଜାନୁଆରିରେ ପେଡ ପ୍ରିଭ୍ୟୁ ଶୋରେ ଫିଲ୍ମ ୫ କୋଟି କମାଇ ଥିଲା। ଏହିପରି ଭାବରେ ଫିଲ୍ମ ସର୍ବମୋଟ ୫୬ କୋଟି ଟଙ୍କାର ଇନକମ କରିସାରିଛି।

ପ୍ରାୟ ୨୦୦ କୋଟି ଟଙ୍କାରେ ବନିଥିବା ପଦ୍ମାବତର ଡିଜିଟଲ ରାଇଟ୍ସ ଫିଲ୍ମ ମେକର୍ସ ୨୫ କୋଟିରେ ବିକ୍ରି କରିଥିଲେ। ଅନ୍ୟପକ୍ଷରେ ସେଟେଲାଇଟ ରାଇଟ୍ସରୁ ୭୫ କୋଟି ଟଙ୍କା ବିକ୍ରି ହୋଇଛି। ବିଦେଶରେ ରିଲୀଜ ପାଇଁ ୫୦ କୋଟି ଟଙ୍କାର ସଉଦା କରାଯାଇଛି। ଏହି ପରି ସର୍ବମୋଟ କମାଇ ମିଶାଇ ଫିଲ୍ମ ନିଜର ବଜଟରୁ ଅଧିକ ଅର୍ଥାତ ୨୦୬ କୋଟି କମାଇସାରିଛି।

ପଦ୍ମାବତରେ ଦୀପିକା ପାଦୁକୋଣ ରାନୀ ପଦ୍ମିନୀଙ୍କର ଅଭିନୟ କରିଛନ୍ତି। ଶାହିଦ ଫିଲ୍ମରେ ରାଜା ରତନ ସିଂହ ବନିଥିବାବେଳେ  ରଣୱୀର ଫିଲ୍ମରେ ଅଲାଉଦ୍ଦୀନ ଖିଲଜୀଙ୍କର ଭୂମିକାରେ ଅଭିନୟ କରିଛନ୍ତି। ୨୫ ଜାନୁଆରିରେ ରିଲୀଜ ହୋଇଥିବା ଏହି ଫିଲ୍ମର କରଣୀ ସେନା ଜୋରଦାର ବିରୋଧ କରିଥିଲେ।

Leave a Reply

Your email address will not be published. Required fields are marked *