ରାୟଗଡା ନିକଟରେ ଦୁର୍ଘଟଣା ଜଣେ ମୃତ

ରାୟଗଡ଼ା ୧୦/୦୬ (ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ରାୟଗଡା ଜିଲ୍ଲାର ପିତାମହଲ ଗ୍ରାମ ନିକଟରେ କାର ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଜଣେ ମହିଳା ମୃତ୍ୟୁ ଅନ୍ୟ ଜଣେ ଗୁରୁତର ଆହତଙ୍କୁ ବିଶାଖାପାଟଣା ସ୍ଥାନାନ୍ତର ଆଉ ଛଅ ଜଣ ରାୟଗଡା ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଆଜି ରବିବାର ହେତୁ ରାୟଗଡାର ଆରଧ୍ୟା ଦେବୀ ମାଆ ମଝି ଘରିଆଣୀଙ୍କୁ ଦର୍ଶନ କରିବା ପାଇଁ ଆନ୍ଧ୍ର ପ୍ରଦେଶ ବିଜୟ ନଗରମ ଜିଲ୍ଲାର ଆରୁଖୁ ଗ୍ରାମ ଦୁଇ ସମ୍ପର୍କୀୟ ପରିବାର ଗୋଟିଏ ଗାଡ଼ିରେ ଆଠ ଜଣ ଯାତ୍ରୀ ଆସୁଥିଲେ। ମାଆଙ୍କ ମନ୍ଦିର ଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିଲା। ଏପି ୩୧ ଏ ଏଫ ୭୧୪୭ ନମ୍ବର କାରଟି ଦ୍ରୁତ ଗତିରେ ଥିବା ହେତୁ ବିପରୀତ ଦିଗରୁ ଆସୁଥିବା ଗାଡ଼ିକୁ ରାସ୍ତା ଦେବା ସମୟରେ ରାସ୍ତା କଡରେ ଠିଆ ହୋଇଥିବା ଟେଙ୍କର ଗାଡ଼ି ଓଆର ୦୭ ଜେଡ୍ ୯୯୭୭ କୁ ଧକ୍କା ଦେଇଥିଲା। ଫଳରେ ଭି ଭବାନୀ ନାମକ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି।

Leave a Reply

Your email address will not be published. Required fields are marked *