ଓଡ଼ିଶା

ନାବାଳିକାକୁ ଦୁର୍ଷ୍କମ ଉଦ୍ୟମ, ଜଣେ ଗିରଫ

ରାୟଗଡା ୧୮-୬ (ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ପୁଣି ଥରେ ଚର୍ଚ୍ଚାକୁ ଆସିଛି ରାୟଗଡା ଜିଲ୍ଲା ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଲକ, ଏଥର କିନ୍ତୁ ପ୍ରସବ ଜନିତ ଘଟଣା ନୁହେଁ ଚର୍ଚ୍ଚାକୁ ଆସିଛି ଦୁର୍ଷ୍କମ ପାଇଁ। ଘଟଣାରୁ ଜଣାପଡିଛି ଯେ କଲ୍ୟାଣସିଂହପୁର ସଦର ମହକୁମାର କଦମ୍ବଦ୍ୱାରା ସାହିର ଜଣେ ନାବାଳିକୁ ଜଣେ ବୃଦ୍ଧା ଦୁର୍ଷ୍କମ ଉଦ୍ୟମ କରିଥିଲେ। ରାତି ୨ ଟା ସମୟରେ ଜଳ ବେନିଆ ନାମ ଜଣେ (୫୫) ବର୍ଷିୟା ବୃଦ୍ଧି ରେବତି କରକରିଆକୁ ( ଛଦ୍ମନାମ -୧୮) ଏକୁଟିଆ ଶୋଇଥିବା ସମୟରେ ଦୁର୍ଷ୍କମ କରିବା ପାଇଁ ଉଦ୍ୟମ କରିଥିଲା। ରେବତି ପାଟି କରିବାକୁ ବେନିଆ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ସକାଳେ ପରିବାରବର୍ଗ କଲ୍ୟାଣସିଂହପୁର ଥାନାରେ ଅଭିଯୋଗ କରିବା ପରେ ଜଳ ବେନିଆ କୁ ଗିରଫ କରାଯାଇଥିଲା। ଅଭିଯୁକ୍ତକୁ ଆଜି ରାୟଗଡା ଏସଡିଜେଏମ କୋର୍ଟରେ ହାଜର କରାଯାଇଛି। ଘଟଣାର ଅଧିକ ତଦନ୍ତ କଲ୍ୟାଣସିଂହପୁର ଥାନା ଏସ.ଆଇ କୁନି ଶବର କରୁଥିବା ଜଣାପଡିଛି। ବେଲ ନାମଂଜୁର ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତରେ ରଖାଯାଇଥିବା ଜଣାପଡିଛି। ଏଠାରେ ସୂଚନାଯୋଗ୍ୟ ଦୁର୍ଷ୍କମ ଶୀକାରର ପୀଡିତା ନିଜ ରୋଗାଗ୍ରସ୍ତ ବାପାଙ୍କ ସହ ରହୁଥିବା ବେଳେ ଦୁର୍ଷ୍କମ ଉଦ୍ୟମ କରିଥିବା ଅଭିଯୁକ୍ତ ପୀଡିତାର ସଂପର୍କୀୟ ମାମୁଁ ବୋଲି ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top