ଟ୍ରେନ ଧକ୍କାରେ ବୃଦ୍ଧାଙ୍କ ମୁତ୍ୟୁ

କୋରପୁଟ ୫/୪ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରପୁଟ ଜିଲାର ନନ୍ଦପୁର ବ୍ଲକର ପାଡୁଆ ଗ୍ରାମ ପଂଚାୟତ ନିକଟରେ ଟ୍ରେନ ଲାଇନ ବୁଲାଣିଠାରେ ଆଜି ସକାଳଳେ ପାଡୁଆ ଗ୍ରାମର ଈଶ୍ୱର ଗଙ୍ଗନାଙ୍କ ସ୍ତ୍ରୀ (୬୨)ଙ୍କର ଘଟଣା ସ୍ଥଳରେ ମୁତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି। ସୂଚନାନୁଯାଇ ପଡୁଆ ଗ୍ରାମ ଠାରୁ ନିଜ କୁକୁଡ଼ା ଦୋକାନକୁ ଟ୍ରେନ ଲାଇନ ଦେଇ ଯାଉଥିବା ସମୟରେ ହଠାତ ଟ୍ରେନ ଆସିବାରୁ ଟ୍ରେନ ଧକ୍କାରେ ଘଟଣା ସ୍ଥଳରେ ମୁତ୍ୟୁ ବରଣ କରିଛନ୍ତି। ଆଜି ସପ୍ତାହିକ ହାଟଥିବା ବେଳେ ଲୋକମାନଙ୍କ ନଜରକୁ ଆସିଥିଲା। ଖବର ପାଇ ଘଟଣା ସ୍ଥଳରେ ପ୍ରବଳ ଭିଡ଼ ଜମିଥିଲା। ଏହି ସ୍ଥାନରେ କିଛି ଦିନ ତଳେ ତାଇଣ୍ଟର ଗ୍ରାମର ଜଣେ ଯୁବକ ଏହିପରି ମୃତ୍ୟୁ ବରଣ କରିଥିଲେ।

Leave a Reply

Your email address will not be published. Required fields are marked *