ad
ଆମ ସଂସ୍କୃତି, କଳା ଓ ଐତିହ୍ୟ

ମାର୍ଚ୍ଚ ୧୫ ରୁ ୧୭ ନୂଆଦିଲ୍ଲୀ ଇଣ୍ଡିଆଗେଟ୍ ଲନ୍ ରେ ଅନୁଷ୍ଠିତ ହେଉଛି ‘ଓଡ଼ିଶା ପର୍ବ ୨୦୧୯’

ଏକ ଭବ୍ୟ ପ୍ରଦର୍ଶନୀ ମାଧ୍ୟମରେ ପ୍ରଦର୍ଶିତ ହେବ ଓଡ଼ିଶା ଭବିଷ୍ୟ ଗଠନର ଲକ୍ଷ୍ୟ

ନୂଆ ଦିଲ୍ଲୀ ୧୨-୩ (ଓଡ଼ିଆ ପୁଅ) ଆସନ୍ତା ମାର୍ଚ୍ଚ ୧୫ ରୁ ୧୭ ତାରିଖ ପର୍ଯ୍ୟନ୍ତ ଜାତୀୟ ରାଜଧାନୀ ନୂଆଦିଲ୍ଲୀର କେନ୍ଦ୍ରସ୍ଥଳ ଇଣ୍ଡିଆ ଗେଟ୍ ଲନ୍ ନଂ ୫ରେ ଆରମ୍ଭ ପୁର୍ନବାର ହେବାକୁ ଯାଉଛି ‘ଓଡ଼ିଶା ପର୍ବ’ ୨୦୧୯। ‘ଓଡ଼ିଆ ସମାଜ’ ଦ୍ୱାରା ଆୟୋଜିତ ଏହି ତିନି ଦିନିଆ ‘ଓଡ଼ିଶା ପର୍ବ’ ର ତୃତୀୟ ସଂସ୍କରଣରେ ଓଡ଼ିଶାର ଅଦ୍ୱିତୀୟ ମହାନ ସଂସ୍କୃତି, ଐତିହ୍ୟ, ପରମ୍ପରା, ପାରମ୍ପରିକ ଖାଦ୍ୟ ଓ ବ୍ୟଞ୍ଜନ ଏବଂ ହସ୍ତତନ୍ତ ଓ ହସ୍ତକଳାକୁ ଦେଖିବାକୁ ମିଳିବ ଗୋଟିଏ ମଞ୍ଚରେ।

ମାର୍ଚ୍ଚ ୧୫, ୨୦୧୯ ସନ୍ଧ୍ୟା ୬ଟାରେ ଇଣ୍ଡିଆଗେଟ୍ ଲନ୍ଠାରେ ଏହି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରାଯିବ। ଚଳିତବର୍ଷ ୨ ଲକ୍ଷ ୬୦ ହଜାର ବର୍ଗଫୁଟ ପରିବ୍ୟାପ୍ତ ଅଞ୍ଚଳରେ ‘ଓଡ଼ିଶା ପର୍ବ’ ଆୟୋଜନ କରାଯିବ, ଯେଉଁଠାରେ ଓଡ଼ିଶାର ଭବିଷ୍ୟ ଗଠନର ଥିବା ଲକ୍ଷ୍ୟ ପ୍ରଦର୍ଶନ ହେବ ଏବଂ ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ସମ୍ବଳିତ ଇତିହାସ ସହିତ ଓଡ଼ିଶା ପ୍ରାଚୀନ ଭାରତର କିପରି ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ରୂପେ ପରିଗଣିତ ହେଉଥିଲା, ସେ ସମ୍ପର୍କରେ ପ୍ରଦର୍ଶନ କରାଯିବ। ଏହି ପର୍ବରେ ଉକ୍ତ ଐତିହାସିକ ଗରିମାକୁ ପୁନର୍ବାର ସ୍ଥାପନ କରାଯିବାକୁ ନେଇଥିବା ଲକ୍ଷ୍ୟକୁ ପ୍ରଦର୍ଶିତ କରାଯିବ।

ଏହି ପ୍ରଦର୍ଶନୀର ପ୍ରବେଶଦ୍ୱାରଟିକୁ ସୂର୍ଯ୍ୟୋଦୟ ସଦୃଶ ନିର୍ମାଣ କରାଯିବ -ଯାାହାକି ପୂର୍ବଭାରତର ବିକାଶକୁ ପ୍ରତିପାଦନ କରିବ, ବିଶେଷ ଭାବେ ଏହା ଓଡ଼ିଶାର ବିକାଶକୁ ଦର୍ଶାଇବ। ଏକ ସମୃଦ୍ଧ ଏବଂ ପରିସ୍ଫୁଟ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ପଦ୍ମଫୁଲର ପଚ୍ଛଦପଟ୍ଟ ରେ ଏକ ବିଶାଳ ମଞ୍ଚର ନିର୍ମାଣ କରାଯାଉଛି। ‘ଉତ୍କଳ ଉଦୟ’ ବିଷୟବସ୍ତୁ ଆଧାରିତ ଏକ ୩ଡି ଫିଲ୍ମ ଏହି କାର୍ଯ୍ୟକ୍ରମର ହେବ ମୁଖ୍ୟ ଆକର୍ଷଣ।

ଉତ୍ସବରେ ହସ୍ତକଳା ଏବଂ ହସ୍ତତନ୍ତ ଭାଗଟିର ଅନ୍ୟ ସମସ୍ତ ଭାଗ ମଧ୍ୟରୁ ଅଧିକ ଚାହିଦା ରହିବ, କାରଣ ଓଡ଼ିଶାର ପୁରସ୍କାରପ୍ରାପ୍ତ କାରିଗର ଏବଂ ବୁଣାକାର ପ୍ରତିଯୋଗୀମୂଳକ ମୂଲ୍ୟରେ ପାରମ୍ପରିକ ହସ୍ତତନ୍ତ ଶାଢୀ, ଡ୍ରେସ କପଡ଼ା, କଳାକୃତି, ହାତ ତିଆରି ଆଭୂଷଣ ଆଦି ପ୍ରଦର୍ଶନ ତଥା ବିକ୍ରୟ କରିବେ।

ନୃତ୍ୟ ଏବଂ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମରେ ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ ଏବଂ ସଙ୍ଗୀତ, ଓଡ଼ିଶାର ସମକାଳୀନ ଗାୟକଙ୍କ ଦ୍ୱାରା ପ୍ରସ୍ତୁତ ଫୁ୍ୟଜନ ପ୍ରତିଦିନ ସନ୍ଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କରିବ। ସୁପ୍ରସିଦ୍ଧ କଳାକାର ତାନସେନ ସିଂ, ଅଭିଜିତ୍ ମଜୁମଦାର, ପଙ୍କଜ ଜାଲ, ସୁସ୍ମିତା ଦାଶଙ୍କ ବ୍ୟତୀତ ବର୍ତ୍ତମାନର ଯୁବ ଗାୟକ/ଗାୟିକା ଯେପରିକି ସୌରୀନ ଭଟ୍ଟ, ଅସୀମା ପଣ୍ଡା, ଚେଲ୍ସୀ ବେହୁରା ପ୍ରମୁଖ ଏହି ତିନିଦିନିଆ କାର୍ଯ୍ୟକ୍ରମରେ ସେମାନଙ୍କ ସଙ୍ଗୀତର ଲୟ ଜାରି ରଖିବେ। ଦିବଂଗତ ସଙ୍ଗୀତକାର ଶ୍ରୀ ଅକ୍ଷୟ ମହାନ୍ତିଙ୍କ ସ୍ମୃତିରେ ତାଙ୍କ ସୁପୁତ୍ର ଶ୍ରୀ ମିତ୍ରଭାନୁ ମହାନ୍ତିଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ସଙ୍ଗୀତ ଭିତ୍ତିକ ପ୍ରସ୍ତୁତି ‘ସ୍ମୃତି ପସରା’ ଦର୍ଶକମାନଙ୍କୁ ବିମୋହିତ କରିବ। ଅନ୍ୟାନ୍ୟ ମୁଖ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡ଼ିଶୀ ନୃତ୍ୟାଙ୍ଗନା ପଦ୍ମ ବିଭୂଷଣ ସୋନାଲ ମାନସିଂଙ୍କ ଓଡ଼ିଶୀ ନୃତ୍ୟ ଦେଖିବାର ସୁଯୋଗ ପ୍ରାପ୍ତ ହେବ। ବିନାୟକ ପଣ୍ଡା, କସ୍ତୁରୀ ପଟ୍ଟନାୟକ ଏବଂ ମଧୁମିତା ରାଉତଙ୍କ ଶିଷ୍ୟମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ମଧ୍ୟ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି।

ଏତଦ୍ବ୍ୟତୀତ ଓଡ଼ିଶାର ଭିନ୍ନ ଭିନ୍ନ ସ୍ୱାଦିଷ୍ଟ ବ୍ୟଞ୍ଜନ ଯେପରିକି ଐତିହାସିକ କଟକ, ବ୍ରହ୍ମପୁର ଏବଂ ସମ୍ବଲପୁର ସହରର ଷ୍ଟ୍ରୀଟ୍ଫୁଡ୍, ଓଡ଼ିଆ ଥାଳି ଏବଂ ରାଜ୍ୟର ସମସ୍ତ ଭାଗରୁ ବିଭିନ୍ନ ପ୍ରକାର ସୁସ୍ୱାଦୁ ମିଷ୍ଟାନ୍ନ ଆଦି ଦିଲ୍ଲୀବାସୀଙ୍କ ନିକଟରେ ଏହି ଓଡ଼ିଶା ପର୍ବ ପହଞ୍ଚାଇ ପାରୁଥିବାରୁ ବେଶ୍ ଗୌରବାନ୍ୱିତ ମନେକରୁଛି। ଏହାମଧ୍ୟରୁ ଅନେକ ଖାଦ୍ୟ ଦିଲ୍ଲୀ ଏବଂ ଏନ୍ସିଆର୍ବାସୀ ଖାଦ୍ୟପ୍ରେମୀମାନଙ୍କୁ ଏକ ନିଆରା ସ୍ୱାଦ ପ୍ରଦାନ କରିବ।

ମାର୍ଚ୍ଚ ୧୫ ତାରିଖ ସନ୍ଧ୍ୟା ୪ଟା ରୁ ରାତି ୧୦ ଟା ପର୍ଯ୍ୟନ୍ତ ଏବଂ ୧୬ ଓ ୧୭ ତାରିଖରେ ଦିନ ୧୨ ଟାରୁ ରାତି୧୦ ଟା ପର୍ଯ୍ୟନ୍ତ ଏହି ଉତ୍ସବ ସମସ୍ତଙ୍କ ପାଇଁ ଖୋଲା ରହିବ। କାର୍ଯ୍ୟକ୍ରମକୁ ନିଶୁଳ୍କ ପ୍ରବେଶର ବ୍ୟବସ୍ଥା ରହିଛି।

ଅଧିକ ଜାଣିବା ପାଇଁ ଲଗ୍ ଅନ୍ କରନ୍ତୁ : www.odishaparba.com

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top