ମାଫିଆ ଡନ ଛୋଟା ରାଜନ-ଓଡ଼ିଶା କନେକ୍ସନ! ଓଡିଶା ନେଟୱର୍କ ଠାବ : ୪ ଗିରଫ, ସିମ ବକ୍ସ, ଅଟୋ ଏକ୍ସଚେଞ୍ଜ ମେସିନ ଜବତ

ବ୍ରହ୍ମପୁର: ୮/୦୭/୨୦୧୭ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ମାଫିଆ ଡନ ଛୋଟା ରାଜନର କଳା କାରନାମା ସହ ସମ୍ପର୍କ ରଖିଥିବା ୪ ଜଣ ଯୁବକକୁ ଆଜି ବ୍ରହ୍ମପୁର ପୋଲିସ ଗୋପାଳପୁର ଠାରେ ଗିରଫ କରିଛନ୍ତି। କେତେକ ଆନ୍ତର୍ଜାତିକ ଫୋନ କଲ କୁ ଟ୍ରାକିଂ କରି ପୋଲିସ ଏହି ଚାରି ଜଣଙ୍କ ପାଖରେ ପହଞ୍ଚିପାରିଛି।

ଭାରତୀୟ ପୋଲିସ ତାଲିକାରେ ରହିଥିବା ଛୋଟା ରାଜନର ସହଯୋଗୀ ଭାବେ ସୁରେଶ ପୂଜାରୀ ନାମକ ବ୍ୟକ୍ତିଙ୍କୁ ସଂଖ୍ୟାଧିକ କଲ ହଂକଂକୁ ହେଉଥିବା ପୋଲିସ ଟ୍ରାକିଂ କରିଥିଲେ। ଅନୁସନ୍ଧାନ ବେଳେ କଲ ଗୁଡିକ ବ୍ରହ୍ମପୁରରୁ ହେଉଥିବା ଜଣା ପଡିଥିଲା। ତଦନ୍ତ କରି ପୋଲିସ ଗୋପାଳପୁର ଠାରେ ରହିଥିବା ୪ ଜଣ ଯୁବକଙ୍କୁ ଧରିଥିଲେ। ସେମାନଙ୍କ ଠାରୁ ୫ଟି ସିମ ବକ୍ସ ଏବଂ ଚୀନ ନିର୍ମିତ ଟେଲିକଲ ମେସିନ ଜବତ କରିଛନ୍ତି। ଅତିରିକ୍ତ ଏସ.ପି.ଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ଏହି ଅନୁଧ୍ୟାନ ଓ ଚଢ଼ାଉ କରିଥିଲେ। ମୁମ୍ବାଇର ଏକ ବ୍ୟବସାୟୀଙ୍କୁ ଫୋନ ଦ୍ୱାରା ଦୁଇ କୋଟି ଟଙ୍କା ବଟି ଦାବି କରି ଫୋନ କଲ ହୋଇଥିଲା। ସେ ସମ୍ପର୍କରେ ମୁମ୍ବାଇ ପୋଲିସ ଏକ ମକଦ୍ଦମା ରୁଜୁ କରି ଅନୁସନ୍ଧାନ ଚଳାଇଥିଲେ।ଫୋନ କଲ ବ୍ରହ୍ମପୁରରୁ ହେଉଥିବା ଜାଣିବା ପରେ ବ୍ରହ୍ମପୁର ପୋଲିସ ତତ୍ପର ହୋଇ ଏହି ସଫଳତା ପାଇଛନ୍ତି। ଜବତ ଚୀନ ନିର୍ମିତ ମେସିନ ଏକ ଅଟୋ ଫୋନ ଏକ୍ସଚେଞ୍ଜ ଭଳି କାମ କରେ ଏବଂ ଇଣ୍ଟରନେସନାଲ କଲ ଲୋକଲ କଲ ଭଳି କାର୍ଯ୍ୟକାରୀ ହେଉଥିଲା। ଜବତ ମେସିନର ଦାମ ପ୍ରାୟ ୫ ଲକ୍ଷ ଟଙ୍କା ହେବ। ଏ ସମ୍ପର୍କରେ ପୋଲିସର ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *