Home କଳାହାଣ୍ଡି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ: ଭବାନୀପାଟଣାରେ ମିଶନ ଶକ୍ତି ଓ ଜୁନାଗଡରେ ମିଲନ ସମାବେଶରେ ଯୋଗଦାନ

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ: ଭବାନୀପାଟଣାରେ ମିଶନ ଶକ୍ତି ଓ ଜୁନାଗଡରେ ମିଲନ ସମାବେଶରେ ଯୋଗଦାନ

610

କଳାହାଣ୍ଡି ୧୬.୦୨ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଭବାନୀପାଟଣା ଉପକଣ୍ଠ ରିଷିଗାଁସ୍ଥିତ କୃଷ୍ଣ ନଗର ପଡିଆଠାରେ ମିଶନ ଶକ୍ତି ସମାବେଶରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହିତ ଉପସ୍ଥିତ ମହିଳାମାନଙ୍କୁ ଉଦବୋଧନ ଦେଇଥିଲେ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଜୁନାଗଡସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ମିଳନ ସମାବେଶରେ ଯୋଗ ଦେଇ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ଜୁନାଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଅଂଚଲରୁ ଶତାଧିକ ବିଜେଡିରେ ଯୋଗଦାନ କରିଥିଲେ। ବିଶେଷକରି ଦଣ୍ଡପାଟ ଅଂଚଲରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ଆଶାଳୀନ ମନ୍ତବ୍ୟ ଦେବାପରେ ଜୁନାଗଡ ବିଧାୟକ ଙ୍କ ଦ୍ୱାରା ମାରିବାକୁ କହୁଥିବା ଭିଡିଓ ଭାଇରାଲ ହେବା ଘଟଣାର ବହୁଚର୍ଚ୍ଚିତ ଚେହେରା ଟଙ୍କଧର ଖର୍ସେଲ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସି ଦିବ୍ୟାଙ୍ଗ ମାନଙ୍କୁ ସାହାଯ୍ୟ କରିବା ପାଇଁ ନିବେଦନ କରିବା ଘଟଣା ମୁଖ୍ୟ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଥିଲା। ଗଣମାଧ୍ୟମର ପ୍ରଶ୍ନର ଉତର ଦେବାକୁ ଯାଇ ଟଙ୍କଧର ନିଜସ୍ୱ ଇଚ୍ଛାରେ ଏଠାକୁ ଆସିଥିବା ପ୍ରକାଶ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ସମବେତ ଜନତାଙ୍କୁ ଓଡିଆରେ ଉଦବୋଧନ ଦେବା ସହ ଶୁଭକାମନା କରିଥିଲେ। ଜୁନାଗଡ ବିଧାୟକ କାପଟେନ ମିଶ୍ରଙ୍କ ସଂଯୋଜନାରେ ବିପୁଳ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ହୋଇଥିବା ବେଳେ ସମଗ୍ର ଜୁନାଗଡ ଅଂଚଳରେ ବିଧାୟକ ମିଶ୍ରଙ୍କ ପତିୟାରା ଆଜିମଧ୍ୟ ଦବଦବା ରହିଥିବା ଆଲୋଚନା ହେଉଥିଲା। ଜୁନମାଗଡ କାର୍ଯ୍ୟକ୍ରମ ସାରି ମାନ୍ୟବର ମୁଖ୍ୟ ମନ୍ତ୍ରୀ ଭବାନୀପାଟଣା ଗସ୍ତ କରି ସେଠାରେ ମହିଳା ସମାବେଶରେ ଯୋଗ ଦେଇଥିଲେ। ମହିଳା ଓ ଶିଶୁକଲ୍ୟାଣ ବିଭାଗ ଦ୍ୱାରା ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ସମଗ୍ର ଜିଲ୍ଲାର ୫୦ ହଜାରରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା ମାନେ ଯୋଗ ଦେଇଥିଲେ। ସମଗ୍ର ପଡିଆ ମହିଳା ମାନଙ୍କ ଦ୍ୱାରା ଛାଇ ହୋଇଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭବାନୀପାଟଣା, କେସିଙ୍ଗା, ନର୍ଲାଓ ଲାଂଜିଗଡ ଆଦି ବ୍ଲକର ୬୯ ଖଣ୍ଡ ଗ୍ରାମର ପ୍ରାୟ ୮୫୦୦ ହେକ୍ଟର ଚାଷ ଜମିରେ ଜଳ ସେଚନ କରାଯିବା ପାଇଁ ରେତ ମଧ୍ୟମ ଜଳସେଚନ ପ୍ରକଳ୍ପର ସମେତ କେସିଙ୍ଗା ବ୍ଲକର ଦୁଇଟି ମେଗା ପ୍ରକଳ୍ପର ଉଦଘାଟନ କରିଥିଲେ। ଆଦିବାସୀ ଛାତ୍ରାବାସ ତଥା ସଡକ ପ୍ରକଳ୍ପର ଉଦଘାଟନ କରିଥିଲେ। ମହିଳା ବିକାଶ ସଚିବ ସ୍ୱାଗତ ଭାଷଣ ଦେବାପରେ ମୁଖ୍ୟମନ୍ତ୍ରୀ ନିଜ ଅଭୀଭାଷଣରେ କଳାହାଣ୍ଡିକୁ ଭାତହାଣ୍ଡି ଏବଂ ମିଶନ ଶକ୍ତିର ମାଁ ମାନଙ୍କୁ ଅନ୍ନପୂର୍ଣ୍ଣା ବୋଲି ବର୍ଣ୍ଣନା କରିଥିଲେ। ରାଜ୍ୟରେ ଶିଶୁ ମୃତ୍ୟୁହାର ରୋକିବା ଦିଗରେ ମିଶନଶକ୍ତି ମାଁ ମାନଙ୍କ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଥିବା ପ୍ରକାଶ କରିଥିଲେ। ଏହି ଅବସରରେ ୧୧, ୧୨୨ ମହିଳା ସ୍ୱୟଂ ସହାୟକ ଦଳକୁ ସିଡମନି ଆକାରରେ ୧୫ ହଜାର ଟଙ୍କା ଲେଖାଏଁ ଏବଂ ୨୪ଟି ବ୍ଲକ ସ୍ତରୀୟ ମହାସଂଘକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ତଥା ୯୮୩୬ ମହିଳା ସ୍ୱୟଂ ସହାୟକ ଦଳକୁ ଡିଜିଟାଲ ସଶକ୍ତିକରଣ ପାଇଁ ୩ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦେଇଥିଲେ। ଜାଗାମିଶନ ଯୋଜନାରେ ଭୂମିନୀନ ମାନଙ୍କୁ ଜାଗା ପ୍ରମାଣପତ୍ର ଯୋଗାଇଦିଆଯାଇଥିଲା। ମିଶନଶକ୍ତିର ସଫଳତା ପାଇଁ ମହିଳାମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ। ସେହିପରି ଭବାନୀପାଟଣା ସରକାରୀ ମହାବିଦ୍ୟାଳୟକୁ ବିଶ୍ୱବୁଦ୍ୟାଲୟ ମାନ୍ୟତା ଦେବାକୁ ଘୋଷଣା କରିଥିଲେ। ମହିଳା ବିକାଶ ସମବାୟ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.