ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ୫ଟି ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି

ଭୁବନେଶ୍ୱର ୨୧-୯ (ଓଡ଼ିଆ ପୁଅ) ଆଜି ରାଜ୍ୟ କ୍ୟାବିନେଟ୍‌ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ୫ଟି ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି ମିଳିଛି। ସେଥିମଧ୍ୟରୁ ରାଜ୍ୟରେ ଗଠନ ହେବ ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ପରିଷଦ, ବୁଣାକାର ଓ ଶିଳ୍ପୀଙ୍କ ଆର୍ଥିକ ସ୍ୱଚ୍ଛଳତା ପାଇଁ କାମ କରିବ ଏହି ପରିଷଦ। ଓଡ଼ିଶା ଅଗ୍ନିଶମ ସେବା ନିୟମରେ ସଂଶୋଧନକୁ ମଞ୍ଜୁରି, ଉଚ୍ଚ ଅଟ୍ଟାଳିକାରେ ଅଗ୍ନି ନିରୋଧକ ବ୍ୟବସ୍ଥାର ତଦାରଖ ପାଇଁ ପଦକ୍ଷେପ ନିଆଯିବ। OFS ପଦବୀ ସଂଖ୍ୟା ୭୩୦ରୁ ୮୦୦କୁ ବୃଦ୍ଧି, OAS ପଦବୀ ସଂଖ୍ୟା ୧୫୫୦ରୁ ୧୭୦୦କୁ ବୃଦ୍ଧି କରାଯାଇଛି। ଏବେ RTOମାନେ ବରିଷ୍ଠ ପ୍ରଥମ ଶ୍ରେଣୀ ଅଧିକାରୀ ହେବେ, MVIମାନେ କନିଷ୍ଠ ପ୍ରଥମ ଶ୍ରେଣୀ ଅଧିକାରୀ ହେବେ।

Leave a Reply

Your email address will not be published. Required fields are marked *