ଓଡିଆ ନୂଆବର୍ଷରେ ସଚେତନତା ବାର୍ତ୍ତା ବାଣ୍ଟଲେ ଛାତ୍ର

ଭୁବନେଶ୍ୱର ୧୫/୦୪ (ଓଡ଼ିଆ ପୁଅ): ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କ ଦ୍ୱାରା ଏକସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉତ୍କଳବିଶ୍ୱବିଦ୍ୟାଳୟର ଛାତ୍ରମାନେ ବାଣୀବିହାର ଛକଠାରେ ଲୋକଙ୍କୁ ଓଡିଆ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ପ୍ରଚାର ପତ୍ର ବାଣ୍ଟିଥିଲେ। ଛାତ୍ରମାନେ ଓଡିଆ ଭାଷାରେ ସ୍ୱାକ୍ଷର କରିବା, ଘରେ ଓ ବାହରେ ଓଡିଆ ଭାଷା ବ୍ୟବହାର କରିବା, ନିମନ୍ତ୍ରଣ ପତ୍ର ଓଡିଆରେ ଛାପିବା, ନାମଫଳକ ଓଡିଆରେ ଲେଖିବା, ଉଚ୍ଚଶିକ୍ଷା କ୍ଷେତ୍ରରେ ଇଂରାଜୀ ଭାଷା ସହ ଓଡିଆ ଭାଷାକୁ ସମ ଗୁରୁତ୍ୱ ଦେବା, ପିଲାଙ୍କୁ ଓଡିଆ ଭାଷା କହିବାକୁ ପ୍ରେରଣା ଦେବା, ଘରକୁ ନିୟମିତ ଓଡିଆ ପତ୍ରପତ୍ରିକା ନେବା ଆଦି ଦିଗରେ ପ୍ରଚାରପତ୍ର ବାଣ୍ଟି ସଚେତନ କରେଇଥିଲେ। ସାମ୍ବାଦିକତା ଓ ଗଣଯୋଗାଯୋଗ ଛାତ୍ର ଶିବରାମ ମହାପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯକ୍ରମରେ ଛାତ୍ର ଅସିତ ରଂଜନ ଦାସ, ବିଶ୍ୱଜିତ୍ ବରାଳ, ଦେବୀପ୍ରସାଦ ମାହନ୍ତି, କମଳାକାନ୍ତ ସାହୁ, ସତ୍ୟରଂଜନ ଜେନା ଏବଂ ସୁନିଲ ସେଠି ପ୍ରମୁଖ ସାମିଲ ହୋଇଥିଲେ। ଏହି କାର୍ଯକ୍ରମ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସିତ ହୋଇଥିଲା।

Leave a Reply

Your email address will not be published. Required fields are marked *