୨୬ ରେ, ନୂଆ ଦିଲ୍ଲୀରେ ଓଡିଆ ସମାଜ ପକ୍ଷରୁ “ଜଲବାୟୁ ପରିବର୍ତ୍ତନ ଏବଂ ଓଡିଶା” ଶିର୍ଷକ ଉପରେ ଗୋଲ ଟେବୁଲ ବୈଠକ

ନୂଆ ଦିଲ୍ଲୀ ୨୩-୯ (ଓଡ଼ିଆ ପୁଅ) ଜଲବାୟୁ ପରିବର୍ତ୍ତନ ଏକ ବିଶ୍ୱ ପାଇଁ ଚିନ୍ତାର ଘଟଣା।  ପୂର୍ବରୁ ଏହାର ବିନାଶକାରୀ ପରିଣାମ ଉପରେ କାହାକୁ ଅଛପା ନାହିଁ। ବୈଜ୍ଞାନିକ ମାନନ୍ତିଯେ, ଗ୍ଲୋବାଲ ୱାର୍ମିଙ୍ଗ, ପ୍ରାକୃତିକ ଦୁର୍ବିପାକ ଏବଂ ସମୁଦ୍ରର ଜଳ ସ୍ତର ବଢିବା ଜଲବାୟୁ ପରିବର୍ତ୍ତନର କାରଣରୁ ହେଉଛି। ଏହି ବିଷୟ ଉପରେ ଆସନ୍ତା ୨୬ ତାରିଖରେ ନୂଆଦିଲ୍ଲୀରେ ଓଡିଆ ସମାଜ ପକ୍ଷରୁ “ଜଲବାୟୁ ପରିବର୍ତ୍ତନ ଏବଂ ଓଡିଶା” ଶିର୍ଷକ ଉପରେ ଗୋଲ ଟେବୁଲ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଅନେକ ସୁପ୍ରତିଷ୍ଠିତ ବକ୍ତାମାନେ ତାଙ୍କର ବକ୍ତବ୍ୟ ତଥା ମତ ପ୍ରଦାନ କରିବେ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *