ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ଭାରତୀୟ ବ୍ୟାଡମିଣ୍ଟନ ଦଳରେ ସାମିଲ

ଭୁବନେଶ୍ୱର ୨୮-୬ (ଓଡ଼ିଆ ପୁଅ) ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ୨୦ ସଦସ୍ୟବିଶିଷ୍ଟ ଜାତୀୟ ବ୍ୟାଡମିଣ୍ଟନ ସ୍ୱାର୍ଡ଼ରେ ସାମିଲ ହୋଇଛନ୍ତି। ଏହା ନିଶ୍ଟିତଭାବରେ ଓଡ଼ିଆଙ୍କ ପାଇଁ ଗୌରବର ବିଷୟ। ସୂଚନାଯୋଗ୍ୟଯେ, ଭାରତୀୟ ବ୍ୟାଡମିଣ୍ଟନ ସଂଘ (ବିଏଆଇ) ଜାକର୍ତ୍ତାରେ ହେବାକୁ ଯାଉଥିବା ୨୦୧୮ ଏସିଆନ ଗେମ୍ସ ଭଲ ପ୍ରଦର୍ଶନର ଆଶା ରଖି ବୁଧବାରଦିନ ୨୦ଜଣ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳର ଘୋଷଣା କରାଯାଇଛି। ପୁରୁଷ ଟିମର ନେତୃତ୍ଵ ଦୁନିଆର ସପ୍ତମ ନମ୍ବରର ଖେଳାଳି କିଦମ୍ବୀ ଶ୍ରୀକାନ୍ତ କରିବେ। ଏଥିରେ ଏଚ. ଏସ. ପ୍ରଣୟ ମଧ୍ୟ ସାମିଲ ଅଛନ୍ତି। ଦୁନିଆର ତୃତୀୟ ନମ୍ବର ଖେଳାଳି ପିବି ସିନ୍ଧୁ ଭାରତର ମହିଳା ଟିମର ନେତୃତ୍ୱ କରିବେ। ଏବଂ ଏଥିରେ ଦୁନିଆର ଦଶମ ନମ୍ବରର ଖେଳାଳି ସାଇନା ନେହୱାଲ ମଧ୍ୟ ସାମିଲ ଅଛନ୍ତି। ଏସିଆନ୍ ଗେମ୍ସ ପାଇଁ ଚୟନ କରାଯାଇଥିବା ଭାରତୀୟ ଟିମ ଅନୁଭବ ତଥା ଯୁବ ଖେଳାଳୀମାନଙ୍କର ଏକ ଉତ୍ତମ ସମାହାର।

ଭାରତର ପୁରୁଷ ଟିମ: ଶ୍ରୀକାଂତ, ଏଚଏସ ପ୍ରଣଟ, ବିସାଇ ପ୍ରଣୀତ, ସମୀର ବର୍ମା, ସାତ୍ଵିକ ସାଇରାଜ, ଚିରାଗ ସେଟ୍ଟୀ, ବି ସୁମିତ ରେଡ୍ଡୀ, ମନୁ ଅତ୍ରୀ, ପ୍ରଣବ ଜେରୀ ଚୋପଡ଼ା, ସୌରଭ ବର୍ମା।

ମହିଳା ଟିମ : ପିଭି ସିନ୍ଧୁ, ସାଇନା ନେହୱାଲ, ଏନ. ସିକୀ ରେଡ୍ଡୀ, ଅଶ୍ଵିନୀ ପୋନପ୍ପା, ସାଈ ଉତ୍ତିଜଥା ରାଓ, ଅଶ୍ମିତା ଚାଲିହା, ଋତୁପର୍ଣ୍ଣା ପଣ୍ଡା, ଆରତୀ ସାରା ସୁନୀଲ, ଆକର୍ଷି କଶ୍ୟପ, ଗାୟତ୍ରୀ ଗୋପୀଚାନ୍ଦ।

କୋଚ : ପୁଲେଲା ଗୋପୀଚନ୍ଦ, ତାନ କିମ ହର, ଅରୁଣ ବିଷ୍ଣୁ, ଏଡୱିନ ଇରୱାନ।

ସ୍ପୋର୍ଟ ଷ୍ଟାଫ : ଗାୟତ୍ରୀ ଶେଟ୍ଟୀ, ପେଡ୍ରା କ୍ରିଷ୍ଟୋଫର , ସୀ. କିରଣ, ନିଗମ। (ଫଟୋ ସୌଜନ୍ୟ -orisports.com)

Leave a Reply

Your email address will not be published. Required fields are marked *