ନୂଆପଡା: ପୁଲିସ ଓ ମାଓ ମଧ୍ୟରେ ଦୀର୍ଘ ସମୟ ଗୁଳି ବିନିମୟ-ମାଓ କ୍ୟାମ୍ପ ଠାବ: ମାଓ ସାମଗ୍ରୀ ଜବତ

ନୂଆପଡା-୯/୪-(ଓଡିଆ ପୁଅ/ନନ୍ଦିଘୋଶ ଖମାରୀ)- ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ପାଟଦରା ଅଞ୍ଚଳରେ ଏସଓଜି ଜବାନଙ୍କ କୁମ୍ବି ବେଳେ ଏକ ମାଓ କ୍ୟାମ୍ପ ଠାବ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ ଦୁଇ ଦିନ ପୂର୍ବରୁ ପାଟଦରା ଓ କଟପାହାର ଅଞ୍ଚଳରେ ଜବାନ ମାନେ କୁମ୍ବି କରୁଥିଲେ। ଗତକାଲି ୧୧ ଟା ୨୨ ରେ ଏସଓଜି କ୍ୟାମ୍ପ ଠାବ ହୋଇଥିଲା। ଠାବ ପରେ ପୁଲିସ ଓ ମାଓ ମଧ୍ୟରେ ଦୀର୍ଘ ସମୟ ଗୁଲି ବିନିମୟ ହୋଇଥିଲା।ଜବାନଙ୍କ ଆକ୍ରମଣରେ ମାଓକ୍ୟାମ୍ପ ଛାଡି ପଳାୟନ କରିଥିବା ବେଳେ ବ୍ୟାପକ ମାତ୍ରାରେ ମାଓ ବ୍ୟବହୃତ ସାମଗ୍ରୀ ଏବଂ ଡେଟୋନିଟର, ତାର, ବାରୁଦ, ଜବତ ହୋଇଥିବା ନୂଆପଡା ଏସ.ପି ସ୍ମିତ. ପି. ପରମାର ଏକ ସମ୍ବାଦିକ ସମ୍ବିଲନୀରେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *