ad
ଓଡ଼ିଶା

ନବୀନଙ୍କ ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବିଫଳ : ଖଟିଆରେ ବୁହାହେଉଛନ୍ତି ଗର୍ଭବତୀ

କରଞ୍ଜିଆ ୧୦-୨ (ଓଡ଼ିଆ ପୁଅ/ଦୀପକ ମହାନ୍ତ) ସାଧାରଣ ଲୋକଙ୍କ ଆବଶ୍ୟକତା ପୂରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ରାଜ୍ୟ ସରକାରଙ୍କ “ଆମ ଗାଁ, ଆମ ବିକାଶ”କାର୍ଯ୍ୟକ୍ରମ। ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇନପାରିବା ଭଳି ଘଟଣା ସାମ୍ନାକୁ ଆସିଥିବା ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପାଇଁ ଲଜ୍ୟାଜନକ ପରିସ୍ଥିତି ସୃଷ୍ଟି କରିଛି। ଏଭଳି ସ୍ଥିତିରେ ପାରିବା ପଣିଆର ପ୍ରଚାର ଛାଡି ବାସ୍ତବତାକୁ ସରକାର ଏବଂ ପ୍ରଶାସନ କେବେ ଆସିବ ଆଉ ତୃଣମୂଳ ସ୍ତରରେ ରହିଥିବା ସର୍ବନିମ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ତତ୍ପର ହେବ ବୋଲି ମତପ୍ରକାଶ ପାଉଛି।

ତେବେ ଗାଁକୁ ରାସ୍ତା ଅଭାବରୁ ଆମ୍ବୁଲାନ୍ସ ଯିବା ସମ୍ଭବ ନ ହେବାରୁ ସାହିପୋଡ଼ିଶା ମାନେ ମିଶି ପ୍ରାୟ ୨ କିଲୋମିଟରରୁ ଉର୍ଦ୍ଧ୍ବ ରାସ୍ତା ଖଟିଆରେ ଗର୍ଭବତୀ ମହିଳାଙ୍କୁ ବୋହିଆଣି ଆମ୍ବୁଲାନ୍ସରେ ଡାକ୍ତରଖାନା ପଠାଇଥିଲେ। ଏଭଳି ଲଜ୍ଜିତ ଘଟଣା ଆଜି ମୟୁରଭଞ୍ଜଜିଲ୍ଲା ପାଞ୍ଚପୀଢ଼ ଉପଖଣ୍ଡ ଶୁକୃଳି ବ୍ଳକ ଅଞ୍ଚଳରେ ଦେଖିବାକୁ ମିଳିଛି। ଆଜି ଦିନ ପ୍ରାୟ ୧୧ଟା ସମୟରେ ଚତୁରାଞ୍ଜଳି ଗ୍ରାମ ପଞ୍ଚାୟତ ଜେଠମାନାୟକ ସାହିରେ ଜୈନେକା ମହିଳାଙ୍କ ଗର୍ଭଯନ୍ତ୍ରଣା ହେବାରୁ ଗ୍ରାମବାସୀଙ୍କ ସାହାଯ୍ୟରେ ପାଖା ପାଖି ୨କିଲୋମିଟର ରାସ୍ତା ଏକଖଟିଆରେ ବୋହି ଆଣିବା ପରେ ୧୦୨ ଆମ୍ବୁଲାନ୍ସ ଯୋଗେ ଶୁକୃଳି ଗୋଷ୍ଠି ସ୍ୱାସ୍ଥ କେନ୍ଦ୍ରକୁ ନେଇଥିବାର ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଏପଟେ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ କରୁଥିବା କହୁଥିବା ବେଳେ ଜିଲ୍ଲାରେ ଆଜିବି ଏପରି ଗାଁ ରହିଛି ଯୋଉ ଗାଁକୁ ସ୍ୱାଧୀନତାର ୭୦ବର୍ଷ ପରେ ମଧ୍ୟ ରାସ୍ତାଟିଏ ନିର୍ମାଣ କରି ଯୋଗାଇ ଦେବାରେ ବିଫଳ ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନ।ତେବେ ଏପରି ଅଭାବନୀୟ ଘଟଣା ବିଭିନ୍ନ ସମୟରେ ସାମ୍ନାକୁ ଆସୁଥିଲେ ମଧ୍ୟ ସମାଧାନ କରି ରାସ୍ତା ଅଭାବ ଭଳି ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦେବା ଦିଗରେ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଖିଦୃଶିଆ ତତ୍ପରତା ପ୍ରକାଶ ପାଉନଥିବା ଅଭିଯୋଗ ହେଉଛି। ଖବର ଅନୁଯାୟୀ ଜେଠମାନାୟକ ଗ୍ରାମର ଗର୍ଭବତୀ ମହିଳାଙ୍କ ଗର୍ଭ ଯନ୍ତ୍ରଣା ଆଜି ବୃଦ୍ଧି ପାଇଥିଲା। ତେଣୁ ଡାକ୍ତରଖାନାରେ ଭର୍ତ୍ତି କରିବା ପାଇଁ ନେବାକୁ ଆମ୍ବୁଲାନ୍ସ ଡକାଯାଇଥିଲେ। ହେଲେ ଗାଁକୁ ଚାରିଚକିଆ ଯାନ ଯିବା ପାଇଁ ରାସ୍ତା ବ୍ଳକ, ଗ୍ରାମ ପଞ୍ଚାୟତ,କିମ୍ବା ଅନ୍ୟ କୌଣସି ବିଭାଗ ପକ୍ଷରୁ ନିର୍ମାଣ ହୋଇନଥିବାରୁ ଦୂରରେ ଅଟକି ଥିଲା ଆମ୍ବୁଲାନ୍ସ। ଏଭଳି ସ୍ଥିତିରେ ବ୍ୟସ୍ତବିବ୍ରତ ପରିବାର ପୋଡ଼ାଶୀଙ୍କ ସାହାଯ୍ୟ ସହଯୋଗରେ ଖଟିଆରେ ବୋହି ଗାଁ ଠାରୁ ୨କିଲୋମିଟର ଦୂରରେ ଅଟକି ରହିଥିବା ଆମ୍ବୁଲାନ୍ସ ପାଖକୁ ନେଇଥିଲେ। ତେବେ ରାସ୍ତା ଅଭାବ କାରଣରୁ ଅନେକ ସମୟରେ ରୋଗୀ ଆମ୍ବୁଲାନ୍ସ ସେବା ଠିକ ସମୟରେ ପାଇବାରୁ ବଞ୍ଚିତ ହୋଇ ମୃତ୍ୟୁ ମୁଖରେ ପଡୁଥିବା ଭଳି ଅଭିଯୋଗ ହୋଇ ଆସୁଛି। ଏହି ଗାଁର ମୌଳିକଅଧିକାର ରାସ୍ତାଅଭାବ ପୂର୍ଣ୍ଣ କରିବା ପାଇଁ ରୋଗ ଆଉକେତେ ନିରୀହ ଲୋକଙ୍କ ମୁଣ୍ଡ ଖାଇଲେ ସରକାରଙ୍କ ଆଖି ଫିଟିବ ବୋଲି ଚର୍ଚ୍ଚା ଜୋର ହେଉଛି। ରାସ୍ତା ଅଭାବରୁ ଗାଁକୁ ଆଜିବି ଅପହଞ୍ଚ ହୋଇ ରହିଛି ବିକାଶ। ଏଭଳି ସ୍ଥିତିରେ ରାଜ୍ୟର ବହୁପ୍ରସଙ୍ଗଶିତ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଆଗକୁ କିପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ଦେଖିବାକୁ ବାକି ରହିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top