ଓଡ଼ିଶା

ସ୍ୱାଧିନତାର ୭୨ ବର୍ଷ ପରେ ଗାଁକୁ ରାସ୍ତା ନାହିଁ କି ପିଇବାକୁ ପାଣି ନାହିଁ! ୧୫୦୦ ଜନସଂଖ୍ୟା ବିଶିଷ୍ଚ ଗ୍ରାମବାସୀଙ୍କ ଦୁଃଖ ବୁଝିବ କିଏ?

କୋରପୁଟ:୨୯/୪(ଅଭିନାଶ ଜାନାମ)କୋରପୁଟ ଜିଲ୍ଲାର ରାଇସିଂ ଗ୍ରାମପଞ୍ଚୟତ ଅନ୍ତର୍ଗତ କିଂଜରବା ଗ୍ରାମରେ ପାନୀୟ ଜଳ ସଙ୍କଟ ଲାଗିରହିଛି। ପାନୀୟ ଜଳର ସୁବିଧା ଗ୍ରାମବାସୀ ବାଧ୍ୟ ହୋଇ ଚୁଆ ଓ ପୋଖରୀ ଦୂଷିତ ପାଣି ବ୍ୟବହାର କରୁଛନ୍ତି। ଦେଶ ସ୍ବାଧୀନତାର ୭୨ବର୍ଷ ପରେ ବି ଏହି ଗ୍ରାମରେ ରାସ୍ତା ନଥିବାରୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ଦେଖିବାକୁ ମିଳିଛି। କୌଣସି ସରକାରୀ ଯୋଜନାରେ ରାସ୍ତା ନିର୍ମାଣ ନକରିବାରୁ ଗ୍ରାମବାସୀ ଘର ପିଛା ୧୦୦୦ ଟଙ୍କା ଚାନ୍ଦା କରି ଥିଲେ ମଧ୍ୟ ଗୋଷ୍ଟି ଉନୟନ ଅଧିକାରୀ କିମ୍ବା ପଞ୍ଚୟତ ନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ପଡୁନଥିବା କିଂଜରବା ଗ୍ରାମବାସୀ ଦାବି କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗାଁ ରେ ଆଦିବାସୀ ଓ ହରିଜନ, ପଛୁଆ ବର୍ଗ ସମ୍ପ୍ରଦାୟର ୩୭୫ ପରିବାର ବସବାସ କରୁଛନ୍ତି। ଲୋକ ସଂଖ୍ୟା ୧୫୦୦ରୁ ଅଧିକ। ଏମାନଙ୍କ ପାଇଁ ଗାଁ ରେ ୩ଗୋଟି ନଳକୁଅ ରହିଥିବାବେଳେ ଦୁଇଟି ଅଚଳ ହୋଇ ଯିବାରୁ ମହିଳା ମାନେ ବାଧ୍ୟହୋଇ ଗାଁ ନିକଟ ଚୁଆ ଓ ପୋଖରୀର ଦୂଷିତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଏହା ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ଶିକାର ହେଉଛନ୍ତି। କେବଳ ପାନୀୟ ଜଳ ନୁହେଁ। ଦେଶ ସ୍ୱାଧୀନତାର ୭୨ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ଗ୍ରାମକୁ ରାସ୍ତା ନାହିଁ। ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ଲାଭ ମିଳୁନଥିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏସମ୍ପର୍କରେ ବିଡ଼ିଓଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

କିଂଜରବା ଗ୍ରାମବାସୀ କହୁଛନ୍ତି ସବୁଠାରୁ ବଡ଼ ସମସ୍ୟା ଏହି ଗ୍ରାମକୁ ଯିବାକୁ ଚାରିଆଡେ ବିଲ ଥିବାରୁ ମଳି ଆମ୍ବଲ ଆର ଡ଼ି, ରାସ୍ତା ଠାରୁ କିଂଜରବା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣରେ ବାଧା ସୃଷ୍ଟି ହେବାରୁ। ଗ୍ରାମବାସୀ ସରକାରୀ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି। ଆମ୍ବେଲ ଠାରୁ କିଂଜରବା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବାକୁ ୱାର୍ଡ ମେମ୍ବର ସନଦେଇ ଖେମୁଣ୍ଡୁ, ହରି ବନ୍ଧୁ ଖେମୁଣ୍ଡୁ, ଚନ୍ଦ୍ର ନାୟକ, ମହନ ଶିସା, ସୁକୁ ପାଙ୍ଗି, ସୁକୁ ଶିସା, ପ୍ରମୁଖ ସମେତ ଶତାଧିକ ଗ୍ରାମବାସୀ ଦାବି କରିଛନ୍ତି। ଜିଲ୍ଲା ପ୍ରଶାସନ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଗାଁ ଲୋକଙ୍କ ସମସ୍ୟା ଦୂର କରିବା ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top