Home ଅପରାଧ ନିରାକାରପୁର:ସ୍ମଶାନରେ ଯୁବକଙ୍କୁ ହତ୍ୟା!

ନିରାକାରପୁର:ସ୍ମଶାନରେ ଯୁବକଙ୍କୁ ହତ୍ୟା!

685

ଖୋର୍ଦ୍ଧା:ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନିରାକାରପୁର ସ୍ମଶାନ ପଛପଟୁ ଜଣେ ସ୍ୱଳ୍ପ ବୟସ୍କ ଯୁବକଙ୍କର ମୃତଦେହ ଉଦ୍ଧାର ହୋଇଛି।ମୃତ ଯୁବକ ଜଣଙ୍କ ହେଲେ ନିରାକାରପୁର ଥାନା ଡିଆ ପଞ୍ଚାୟତ ଅନ୍ତର୍ଗତ ଭଟ୍ଟସାହିର ଭାଗିରଥି ଭଟ୍ଟମିଶ୍ରଙ୍କର ସାନ ପୁଅ ମାନସ ଭଟ୍ଟ ମିଶ୍ର।ନିରାକାରପୁର ଶ୍ରୀରାମ ମନ୍ଦିର ସମ୍ମୁଖରେ ଭାଗିରଥି ଏକ ଦୋକାନ କରିଥିଲେ।ମାନସ ଏବଂ ତାଙ୍କ ପରିବାର ଅନ୍ୟ ସଦସ୍ୟ ମଧ୍ୟ ସେହି ଦୋକାନରେ କାମ କରନ୍ତି।ତାଙ୍କ ଦୋକାନର ନିକଟରେ ଥିବା ସ୍ମଶାନ ପଛ ପାଖରୁ ମାନସଙ୍କର ମୃତ ଦେହ ଉଦ୍ଧାର ହୋଇଛି।ମାନସଙ୍କର ମୁହଁ ସଂପୂର୍ଣ୍ଣ କ୍ଷତାକ୍ତ ହୋଇ ଯାଇଥିବା ବେଳେ,ତାଙ୍କ ତଣ୍ଟିକୁ କଟା ଯାଇଥିବା ଜଣାପଡ଼ୁଛି।ମୁଣ୍ଡ ପଛପଟ ବାଳକୁ ଛଞ୍ଚା ଯାଇଛି।ଏହା ଏକ ହତ୍ୟା ବୋଲି ଜଣାପଡ଼ୁଛି।ତେବେ ମାନସ ଜଣେ ଅତ୍ୟନ୍ତ ସାଧାସିଧା ତଥା ସମସ୍ତଙ୍କ ସହ ମିଳିମିଶି ଯାଉଥିବା ସ୍ୱଭାବର ତଥା ହସଖୁସିଆ ପିଲାଟିଏ।ମାନସର ଯେ କେହି ଶତୃ ଥିବେ,ତାହା ସାଧାରଣରେ ସହଜରେ କେହି ବିଶ୍ୱାସ କରିପାରୁ ନାହାଁନ୍ତି।ଦୁଇ ଦିନ ହେଲା ମାନସ ଘରେ କିମ୍ବା ଦୋକାନରେ ନଥିବା ଜଣାପଡ଼ିଛି।/ଦେବଦତ୍ତ

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.