ନିମାଣୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ପକାଇଲେ ଲୋକେ

ନୟାଗଡ଼,୨୦ା୮(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଭାପୁର ବ୍ଳକ ନିମାଣୀ ପଂଚାୟତସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ମିଳୁନଥିବା ନେଇ ସ୍ଥାନୀୟ ଅଂଚଳବାସୀ ତାଲା ପକାଇ ଦେଇଛନ୍ତି । ସ୍ଥାନୀୟ ଅଂଚଳବାସୀଙ୍କ ଦାବିକୁ ଗୁରୁତ୍ୱ ଦେଇ ୧୫ବର୍ଷ ତଳେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଖୋଲା ଯାଇଥିଲା । ହେଲେ ୫ବର୍ଷ ଏଲୋପ୍ୟାଥିକ ଡାକ୍ତର ଆସି ରୋଗୀସେବା କରୁଥିବାବେଳେ  କେତେବେଳେ ହୋମିଓପ୍ୟାଥି ଡାକ୍ତରତ ଆଉ କେତେବେଳେ ଆୟୁର୍ବେଦିକ ଡାକ୍ତର ଚଳାଉଥିବାବେଳେ ଏବେ ବିନା ଡାକ୍ତରରେ ଫାର୍ମାସିଷ୍ଟରେ ରୋଗୀ କରାଯାଉଛି । ପୁଣି ଫାର୍ମାସିଷ୍ଟଙ୍କ ମର୍ଜିରେ ଡାକ୍ତରଖାନା ଚାଲୁଥିବାବେଳେ ସାଲାଇନ୍ ଓ ଓøଷଧ ମିଳୁନଥିବା ନେଇ ଲୋକେ ଅଭିଯୋଗ କରୁଛନ୍ତି । ଯାହାକି ଏପରି ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥାକୁ ନେଇ ଲୋକମାନେ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ପକାଇ ଦେଇଥିବା  ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *