Home ଜିଲ୍ଲା ପରିକ୍ରମା ନିଖୋଜ ବାଳକର ଶବ କୂଅରୁ ଉଦ୍ଧାର

ନିଖୋଜ ବାଳକର ଶବ କୂଅରୁ ଉଦ୍ଧାର

86

ନୟାଗଡ଼,୨୪ା୨:(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ତ୍ରିନାଥ ଛକଠାରୁ ଗତ ୩ଦିନ ଧରି ନିଖୋଜ ହୋଇଥିବା  ୪ବର୍ଷର ବାଳକର ଶବ ନିକଟସ୍ଥ ଜଜାଙ୍ଗିପାହାଡ଼ ପାଶ୍ୱର୍ର ଏକ କୂଅ ଭିତରୁ ଉଦ୍ଧାର କରାଯାଇଛି । ବାଳକର ମୃତ କେମିତି ହେଲା ତାହା ଏବେବି ଅସ୍ପଷ୍ଟ ରହିଥିବାବେଳେ କେହି ବାଳକଟିକୁ କୌଣସି କାରଣରୁ  ମାରି ପକାଇଥଦେଇଥିବା ଚର୍ଚ୍ଚା ହେଉଛି । ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଗାୟତ୍ରୀ କଲୋନୀରୁ ଗତ ୨୨ ତାରିଖରୁ ୪ବର୍ଷର ବାଳକ ଆଶୁତୋଷ ସ୍ୱାଇଁ କେଉଁଆନେ ନିଖୋଜ ହୋଇଯାଇଥିବା ବେଳେ ଆଶୁଷୋତର ଜେଜେବାପା ଆଶୁଷୋତକୁ କେହି ଅପହରଣ କରିନେଇଥିବା ନୟାଗଡ଼ ଟାଉନଥାନାରେ  ଅଭିଯୋଗ କରିଥିଲେ । ଏହାକୁ ନେଇ ପୁଲିସ ୩୧/୧୮ରେ  ଏକ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଥିବାବେଳେ ଶନିବାର ସକାଳୁ ଆଶୁତୋଷର ମୃତଦେହ ଜଜାଙ୍ଗିପାହାଡ଼ ପାଦଦେଶର ଏକ କୂଅରେ ପଡିଥିବା ଦେଖିବାକୁ ମିଳିଥିଲା । ଆଶୁଷୋତଙ୍କ ଘର ଗଣିଆ ଥାନା ସିଧାମୂଳା ହୋଇଥିବାବେଳେ ତାଙ୍କ ମା ବହୁ ଆଗରୁ ମୃତ୍ୟୁ ବରଣ କରିସାରିଥିବାବେଳେ ତାଙ୍କ ବାପା ବାହାରେ କାମ କରନ୍ତି । ତେବେ ଆଶୁଷୋତ ଗାୟତ୍ରୀ କଲୋନୀରେ ଜେଜେମା ଓ ଜେଜେମାଙ୍କ ପାଖରେ ରହି ପାଠ ପଢୁଥିବାବେଳେ ସେ ନିଖୋଜ ହେବା ଦିନ ଘରୁ ଖାଇସାରି ବାହାରକୁ ଖେଳିବାକୁ ଆସି ଆଉ ଘରକୁ ଫେରି ନଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.