NGT ର କେନ୍ଦ୍ରକୁ ଝଟକା ! ଦିଲ୍ଲୀ-ଏନସିଆରରେ ବ୍ୟାନ୍ ରହିବ ୧୦ ବର୍ଷ ରୁ ପୁରୁଣା ଡିଜେଲ ଗାଡ଼ି

ନୂଆଦିଲ୍ଲୀ ୧୪-୯ (ଓଡ଼ିଆ ପୁଅ) ଦିଲ୍ଲୀ-ଏନସିଆରରେ ୧୦ ବର୍ଷରୁ ପୁରୁଣା ବାହନ ଉପରେ ସମ୍ପୂର୍ଣ୍ଣ ଭାବେ କଟକଣା ଲାଗିଲା। କେନ୍ଦ୍ର ସରକାରଙ୍କୁ ବଡା ଝଟକା ଦେଇ ନେସନଲ ଗ୍ରୀନ ଟ୍ରିବ୍ୟୁନଲ NGT ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ଏନସିଆର କ୍ଷେତ୍ରରେ ୧୦ ବର୍ଷରୁ ଅଧିକ ପୁରୁଣା ଡିଜଲ ବାହନ ଉପରେ ଲଗାଯାଇଥିବା କଟକଣା ଜାରି ରଖିଛନ୍ତି। ଏହାବ୍ୟତୀତ ୧୫ ବର୍ଷରୁ ପୁରୁଣା ପେଟ୍ରୋଲ ବାହନ ଉପରେ ମଧ୍ୟ ଲଗାଯାଇଥିବା କଟକଣା ଜାରି ରହିବ। NGT କେନ୍ଦ୍ର ସରକାରଙ୍କ ସେହି ଯାଚିକାକୁ ଖାରଜ କରି ଦେଇଛନ୍ତି ଯେଉଁଥିରେ ଡିଜେଲ ବାହନ ଉପରେ ଲଗାଯାଇଥିବା କଟକଣା ହଟାଇବାକୁ ଦାବି କରାଯାଇଥିଲା ଜଷ୍ଟିସ ସ୍ୱତନ୍ତ୍ର କୁମାରଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠ ଏହି ମାମଲା ଉପରେ ତାଙ୍କର ଫଇସଲା ଶୁଣାଇଛନ୍ତି।

ଏହି ମାମଲା ଲମ୍ବିତ ଥିଲା ଏହି ମାମଲା ଉପରେ କେନ୍ଦ୍ର ସରକାର ଯେଉଁଠାରେ ବୟସ ସୀମା ଆଧାର ଉପରେ ଡିଜଲ ବାହନ ଉପରେ ପ୍ରତିବନ୍ଧ ଲଗାଇବାକୁ ଆଦେଶର ବିରୁଦ୍ଧରେ ରହିଖିଲେ ସେଠାରେ ଅନ୍ୟପକ୍ଷରେ NGT ବୟସ ସୀମା ଆଧାର ଉପରେ  ପୁରୁଣା ଡିଜେଲ ବାହନ ଉପରେ ପ୍ରତିବନ୍ଧକୁ ଠିକ ଭାବିଛନ୍ତି। ଏହି ଖଣ୍ଡପୀଠରେ ଜଷ୍ଟିସ ଜାବଦ ରହୀମ ଜଷ୍ଟିସ ରଘୁଭେନ୍ଦ୍ର, ଏସ ରାଠୌରଙ୍କ ସହିତ ଭିଡିଓ କନ୍ଫ୍ରେଂସିଙ୍ଗ ଜରିଆରେ ଏକ୍ସପର୍ଟ ମେମ୍ବବର ବିକ୍ରମ ସିଂହ ମଧ୍ୟ ସାମିଲ ଥିଲେ।

ଆଇଆଇଟିଙ୍କ ରିପୋର୍ଟରୁ ହିଁ ଏହି କଥା ସଫା ହୋଇଥିଲାଯେ, ଡିଜେଲ ବାହନରୁ ବାତାବରଣ ଅଧିକ ପ୍ରଦୂଷିତ ହେଉଛି। କିନ୍ତୁ କେନ୍ଦ୍ର ସରକାର ତାଙ୍କର ହଲଫନାମାରେରେ ସବୁବେଳେ କହୁଥିଲେଯେ, ଡିଜେଲ ବାହନରୁ ହେଉଥିବା ପ୍ରଦୂଷଣ ଭାଗିଦାରୀ ବହୁତ କମ। ଏହା ପୂର୍ବରୁ NGT ୧୦ ବର୍ଷ ରୁ ଅଧିକ ପୁରୁଣା ଡିଜେଲ ବାହନକୁ ଦିଲ୍ଲୀ-ଏନସିଆରରୁ ବାହର ରାଜ୍ୟ ଏବଂ ଜିଲାରେ ପଠାଇବାକୁ ମଧ୍ୟ ପୂର୍ବରୁ ଆଦେଶ ଦେଇଛନ୍ତି ଯେଉଁଠାରେ ଗାଡିଙ୍କର ସଂଖ୍ୟାର ଘନତ୍ୱ କମ ଏବଂ ପ୍ରଦୂଷଣ ମଧ୍ୟ କମଅଛି।

Leave a Reply

Your email address will not be published. Required fields are marked *