ad
ଆନ୍ତର୍ଜାତୀୟ

ନ୍ୟୁଜିଲ୍ୟାଣ୍ଡ: ଦୁଇଟି ମସଜିଦ୍ ଗୁଳିକାଣ୍ଡରେ ୪୦ ଜଣଙ୍କର ମୃତ୍ୟୁ, ୨୦ରୁ ଅଧିକ ଗମ୍ଭୀର ଭାବରେ ଆହତ

ନୂଆଦିଲ୍ଲୀ ୧୫-୩ (ଓଡ଼ିଆ ପୁଅ) ନ୍ୟୁଜିଲ୍ୟାଣ୍ଡର କ୍ରାଇଷ୍ଟଚର୍ଚ୍ଚରେ ଦୁଇଟି ମସଜିଦ୍ ଅଲ ନୂର ଏବଂ ଲିନବୁଡ଼ରେ ହୋଇଥିବା ଗୁଳିକାଣ୍ଡରେ ବଡ଼ ସଂଖ୍ୟାରେ ଲୋକ ହତାହତ ହେବାର ଖବର ଆସିଛି। ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜୈକିଣ୍ଡା ଅର୍ଡନ ୪୦ ଜଣ ଲୋକମାନଙ୍କର ମୃତ୍ୟୁର ପୁଷ୍ଟି କରିଛନ୍ତି। ଅବଶ୍ୟ, ଏହି ସଂଖ୍ୟା ବଢ଼ିପାରେ। ଏତଦ୍ ବ୍ୟତୀତ ୨୦ ରୁ ଅଧିକ ଲୋକ ଗମ୍ଭୀର ରୂପରେ ଆହତ ହୋଇଛନ୍ତି। ନ୍ୟୁଜିଲ୍ୟାଣ୍ଡର ପୁଲିସ କହିଛି ବର୍ତ୍ତମାନ ମଧ୍ୟ ବିପଦ ଅଛି। ପୁଲିସ ଅନୁସାରେ ଘଟଣା ପରେ ୪ ଜଣ ଲୋକଙ୍କୁ ଗିରଫ କରିଛି ପୋଲିସ୍।

ଗୁଳିକାଣ୍ଡର ପ୍ରଥମ ଘଟଣାର ଖବର କ୍ରାଇଷ୍ଟଚର୍ଚ୍ଚର ହେଗ୍ଲେ ପାର୍କ ନିକଟରେ ଥିବା ଡୀନ୍ସ ଏବେରେ ଥିବା ମସଜିଦ୍ ରୁ ଆସିଥିଲା। ନମାଜ ପଢ଼ିବା ସମୟରେ ଏହି ଗୁଳିକାଣ୍ଡ ହୋଇଥିଲା। ତା’ର ଅଳ୍ପ ସମୟ ପରେ ଏହି କ୍ଷେତ୍ରରେ ସ୍ଥିତ ଦ୍ୱିତୀୟ ମସଜିଦ୍ ରେ ଗୁଳିକାଣ୍ଡ ହୋଇଥିଲା। ସିଏନଏନ ଅନୁସାରେ ସ୍ଥାନୀୟ ସମୟ ମୁତାବକ ପ୍ରଥମ ଘଟଣା ଶୁକ୍ରବାର ଦ୍ୱିପ୍ରହର ୧.୪୦ ବେଳେ ହୋଇଥିଲା। ଏହି ଘଟଣାରେ ବାଙ୍ଗ୍ଲାଦେଶର କ୍ରିକେଟ ଟିମ ମଧ୍ୟ ଅଳ୍ପେକେ ବିପଦମୁକ୍ତ ହୋଇଥିବାର ଖବର ଆସିଛି। ବାଙ୍ଗ୍ଲାଦେଶର କ୍ରିକେଟ ଟିମ, ତମୀମ ଇକବାଲ ଟ୍ଵୀଟ କରିଥିଲେ ସୂଚନା

ମସଜିଦ୍ କୁ ଯାଇ ଶୂଟର କଲେ ଆଖିବୁଜା ଗୁଳିକାଣ୍ଡ:

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଜଣେ ଶୂଟର ମସଜିଦ୍ ରେ ପ୍ରବେଶ କରି ଆଖିବୁଜା ଗୁଳିମାରିବାରେ ଲାଗିଲା। ସିଏନଏନ ଅନୁସାରେ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି କି ସେ ମସଜିଦ୍ ରେ ଗୁଳିକାଣ୍ଡ ସମୟରେ ଉପସ୍ଥିତ ଥିଲେ, ସେହି ସମୟରେ ପ୍ରାୟତଃ ୨୦୦ ଲୋକ ଥିଲେ। ନ୍ୟୁଜିଲ୍ୟାଣ୍ଡ ପୁଲିସ ଅନୁସାରେ ସହରକୁ ଲକଡାଉନ କରି ଦିଆଯାଇଛି, ଅର୍ଥାତ୍ କୌଣସି ବ୍ୟକ୍ତି ସହର ଭିତରକୁ କିମ୍ବା ସହରରୁ ବାହରକୁଯାଇପାରିବେ ନାହିଁ।

ନ୍ୟୁଜ ଏଜେନ୍ସୀ ଏପି ଅନୁସାରେ ପୁଲିସ କହିଛି କି ସେହି ଘଟଣା ପରେ ଅନେକ ବୋମାକୁ ନିଷ୍କ୍ରିୟ କରାଯାଇଛି ଯାହାକି ମସଜିଦ୍ ବାହର ଗାଡ଼ିରେ ଲଗାଯାଇଥିଲା।

ନ୍ୟୁଜିଲ୍ୟାଣ୍ଡ ପୁଲିସର ମାଇକ ବୁଶ କହିଛନ୍ତି- ‘ଚାରିଜଣ ଲୋକଙ୍କୁ ଗିରଫ କରାଯାଇଛି। ଏଥିରେ ଜଣେ ମହିଳା ଏବଂ ତିନିଜଣ ପୁରୁଷ ଅଛନ୍ତି।

ନ୍ୟୁଜିଲ୍ୟାଣ୍ଡ ପୁଲିସ ସହରର ଲୋକମାନଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦେଇଛି। ଏହା ସହିତ ନ୍ୟୁଜିଲ୍ୟାଣ୍ଡ ପୁଲିସ ସମସ୍ତ ମସଜିଦ୍ କୁ ଭିତର ପଟୁ ବନ୍ଦ କରିବାକୁ ମଧ୍ୟ ନିର୍ଦେଶ ଦେଇଛି। ଲୋକମାନଙ୍କୁ ମଧ୍ୟ ସେଠାକୁ ବର୍ତ୍ତମାନ ନଯିବା ପାଇଁ ଉପଦେଶ ଦିଆଯାଇଛି।

ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜେକିଣ୍ଡା ଅର୍ଡନ କହିଛନ୍ତି: ଏହା ନ୍ୟୁଜିଲ୍ୟାଣ୍ଡର ସବୁଠାରୁ ବଡ଼ କଳା ଦିବସ ଅଟେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top