ବେତନଟି କୃଷ୍ଣଚନ୍ଦ୍ରପୁର ଜଙ୍ଗଲରୁ ମିଳିଲା ନବଜାତ କନ୍ୟା

ମୟୁରଭଞ୍ଜ/ବାରିପଦା ୨୪/୫ (ଓଡ଼ିଆ ପୁଅ) ସରକାର ଏବଂ ଅନେକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ କନ୍ୟା ଭୃଣ ହତ୍ୟା ଏବଂ ନବଜାତ କନ୍ୟା ହତ୍ୟା ଆଦିକୁ ରୋକିବା ପାଇଁ ଅନେକ ଜନ ଜାଗରଣ ଯୋଜନା କାର୍ଯ୍ୟକାରି ହେବା ସହ ଲୋକମାନଙ୍କ ମଧ୍ୟରେ ଅନେକ ସଚେତନତା ଭଳି ଉତ୍ତମ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଆଜି ଦେଖିବାକୁ ମିଳିଛି ଅନ୍ୟଏକ ଅମାନବୀୟ ଘଟଣା।

ଘଟଣାରୁ ଜଣାପଡ଼ିଛିଯେ, ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥୀନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଜଙ୍ଗଲରୁ ଏକ ନବଜାତ କନ୍ୟାକୁ ଉଦ୍ଧାର କରାଯାଇଛି ବୋଲି ଖହର ଆମର ହସ୍ତଗତ ଦୋଇଛି। ଉଦ୍ଧାର ହୋଇଥିବା କନ୍ୟାକୁ ବାରିପଦା ହସପିଟାଲରେ ଭର୍ତ୍ତି କରାଯାଇଛି। କନ୍ୟା କାହାର? କ’ଣ ପାଇଁ ଏଠାକୁ ଆସିଲା? ଏ ବିଷୟରେ ବିଶେଷ ଖବର ମିଳିପାରିନାହିଁ।

 

Image Credit – The News Minute

Leave a Reply

Your email address will not be published. Required fields are marked *