ଡ଼ଷ୍ଟବିନରୁ ମିଳିଲା ନବଜାତ ଶିଶୁର ମୃତ ଶରୀର

ବାଲେଶ୍ୱର ୧୩/୬ (ଓଡ଼ିଆ ପୁଅ/ଅଜିତ୍ ମହାନ୍ତି) ବାଲେଶ୍ୱରର ବିବେକାନନ୍ଦ ମାର୍ଗ ସ୍ଥିତ କାଳି ମନ୍ଦିର ସାମନାରେ ଏକ ଡଷ୍ଟ ବିନରୁ ନବଜାତ ଶିଶୁର ମୃତ ଶରୀର ମିଳିଛି। ବାଲେଶ୍ୱର ଟାଉନ ଥାନା ପୋଲିସ୍ ସେଠାରେ ପହଁଚି ନବଜାତ ଶିଶୁର ମୃତ ଶରୀରକୁ ଜବତ କରି ତଦନ୍ତ ଜାରି ରଖିଛି।

ଏଠାରେ ପ୍ରକାଶ ଯୋଗ୍ୟଯେ, ଏହି ସ୍ଥାନଟି ବାଲେଶ୍ୱର ମୁଖ୍ୟ ହସପିଟାଲଠାରୁ ପ୍ରାୟ ଏକ କିଲୋମିଟର ମଧ୍ୟରେ। କିଏ, ଏ କାଣ୍ଡ କରିଛି ଏବଂ କ’ଣ ପାଇଁ କରିଛି ତାହା ବର୍ତ୍ତମାନ ଜଣାପଡ଼ିନାହିଁ।

Leave a Reply

Your email address will not be published. Required fields are marked *