ଶ୍ରୀଜିଉଙ୍କୁ ଦର୍ଶନ କଲେ ନେପାଳ ରାଷ୍ଟ୍ରପତି

ପୁରୀ ୨୧/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶୁକ୍ରବାର ପୁରୀ ଗସ୍ତରେ ଆସି ରତ୍ନସିଂହାସନ ବିଜେ ଚତୃର୍ଦ୍ଧା ମୂର୍ତ୍ତୀଙ୍କୁ ଦର୍ଶନ କରିଛନ୍ତି ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ। ନେପାଳ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଶୁକ୍ରବାର ଶ୍ରୀମନ୍ଦିରରେ ପୁର୍ବାହ୍ନରୁ ନୀତି ତ୍ୱରାନୀତ କରାଯାଇଥିଲା। ସକାଳ ଧୂପ ସରିବା ପରେ ଶ୍ରୀମନ୍ଦିରକୁ ଶୋଧ କରାଯାଇଥିଲା। ପୁର୍ବାହ୍ନ ୧୦ଟା ଠାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ପୁର୍ବାହ୍ନ ୧୦ଟା ୪୦ ମିନିଟ୍ ସମୟରେ ଶ୍ରୀମତୀ ଭଣ୍ଡାରି ସ୍ୱତନ୍ତ୍ର କ୍ୟାର୍ ଗେଟ୍ ଯୋଗେ ସୂଚନା କେନ୍ଦ୍ର ସମ୍ମୁଖରେ ପହଞ୍ଚିଥିଲେ। ଗାଡ଼ିରୁ ଓହ୍ଲାଇବା ପରେ ଶ୍ରୀମତୀ ଭଣ୍ଡାରିଙ୍କୁ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସ୍ ପି ଡକ୍ଟର ସାର୍ଥକ ଷଡ଼ଙ୍ଗୀ, ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ କୁମାର ଦାସ ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ। ଅରୁଣ ସ୍ତମ୍ବ ନିକଟରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ସେବାୟତ ଓ ତାଙ୍କର ପୈତୁକ ପଣ୍ଡା ଲାଲ ମୋହରି ଗଙ୍ଗାଧର ମହପାତ୍ର, ଛତିଶା ନିଯୋଗ ନାୟକ ଜନାର୍ଦ୍ଧନ ପାଟଯୋଶୀ ମହାପାତ୍ରା ପ୍ରମୁଖ ତାଙ୍କୁ ଶ୍ରୀମନ୍ଦିରକୁ ପାଛୋଟି ନେଇଥିଲେ। ଶ୍ରୀମନ୍ଦିରରେ ଶ୍ରୀମତୀ ଭଣ୍ଡାରି ମା’ ଲକ୍ଷ୍ମୀ ଓ ବିମଳାଙ୍କୁ ଦର୍ଶନ କରିବା ସହ ଦୀପ ଜାଳିଥିଲେ। ପରେ ସେ ଜୟବିଜୟ ଦ୍ୱାର ଦେଇ ଯାଇ ବାହାରକାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆର୍ଶିବାଦ କାମନା କରିଥିଲେ। ଶ୍ରୀମନ୍ଦିର ମଧ୍ୟରେ ପ୍ରାୟ ଅଧଘଣ୍ଟା କାଳ ଶ୍ରୀମତୀ ଭଣ୍ଡାରୀ ରହି ପାଶ୍ୱର୍ଦେବା ଦେବୀଙ୍କୁ ଦର୍ଶନ କରିଥିଲେ। ଫେରିବା ପରେ ସିଂହଦ୍ୱାର ନିକଟରେ ଶ୍ରୀମନ୍ଦିର ପ୍ରଶାସକ ଓ ସେବାୟତ ମାନଙ୍କ ପକ୍ଷରୁ ମହାପ୍ରଭୁଙ୍କ ଖଣ୍ଡୁଆ ଓ ସୋଲ ଫଟୋଚିତ୍ର ଉପହାର ଭାବେ ପ୍ରଦାନ କରାଯାଇଥିଲା। ପରେ ସେ ପୈତୃକ ପଣ୍ଡାଙ୍କ ଖାତାରେ ଦସ୍ତଖତ କରି କଡ଼ାସୁରକ୍ଷା ମଧ୍ୟରେ ଫେରିଯାଇଥିଲେ। ଶ୍ରୀମନ୍ଦିର ମଧ୍ୟରେ ପୈତୃକ ପଣ୍ଡା ଲାଲ ମୋହରିଆ ଗଙ୍ଗଧର ମହାପାତ୍ର ମହାପ୍ରଭୁଙ୍କ ନିମେନ୍ତ କସ୍ତୁରୀ ଯୋଗାଇଦେବାକୁ ଅନୁରୋଧ କରିଥିଲେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୧୫ ପ୍ଲାଟୁର୍ନ ଫୋର୍ସ ସମେତ ଶହେ ଅଧିକାରୀଙ୍କୁ ନିଯୋଜିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *