NEET ଫଳ ପ୍ରକାଶିତ: କଳ୍ପନା ଟପର, ମିଳିଲା ୯୯.୯୯ ପର୍ସେଣ୍ଟାଇଲ

ନୂଆ ଦିଲ୍ଲୀ ୪ ଜୁନ୍ (ଓଡ଼ିଆ ପୁଅ) କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ (NEET) ଫଳାଫଳ ପ୍ରକାଶ କରିଛନ୍ତି। ବୋର୍ଡ www.cbseneet.nic.in ଏବଂ www.cbseresults.nic.in ରେ ପରୀକ୍ଷାର ଫଳ ପ୍ରକାଶ କରାଯାଇଛି। ବୋର୍ଡ ଫଳ ପ୍ରକାଶ କରିବା ସହିତ ପ୍ରାୟ ୧୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଅପେକ୍ଷାର ଅନ୍ତ ଘଟିଛି। ପରୀକ୍ଷାରେ କଳ୍ପନା କୁମାରୀ ପ୍ରଥମ ସ୍ଥାନ ହାସଲ କରିଛନ୍ତି ଏବଂ ତାଙ୍କୁ ୯୯.୯୯ ପର୍ସେଣ୍ଟାଇଲ ମିଳିଛି। ସେ ଫିଜିକ୍ସରେ ୧୮୦ ରୁ ୧୭୧ ଅଙ୍କ, କେମେଷ୍ଟ୍ରି ରେ ୧୮୦ ରୁ ୧୬୦ ଅଙ୍କ ଏବଂ ବାୟୋଲୋଜୀରେ ୩୬୦ ରୁ ୩୬୦ ଅଙ୍କ ହାସଲ କରିଛନ୍ତି। ତାଙ୍କୁ ସର୍ବମୋଟ ୭୨୦ ରୁ ୬୯୧ ଅଙ୍କ ମିଳିଛି।

ସମ୍ପୂର୍ଣ୍ଣ ଦେଶରେ ଏମବିବିଏସ ଏବଂ ବିଡିଏସ କୋର୍ସରେ ଆଡମିଶନ ପାଇଁ ୬ ମଇକୁ ନିଟ ପରୀକ୍ଷାର ଆୟୋଜନ କରାଯାଇଥିଲା। ଏହି ପରୀକ୍ଷାରେ ୧୩,୨୬,୭୨୫ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ପରୀକ୍ଷାର ଆୟୋଜନ ୧୩୬ ସହରରେ ୨୨୫୫ ପରୀକ୍ଷା କେନ୍ଦ୍ରରେ କରାଯାଇଥିଲା। ଏହି ପରୀକ୍ଷାର୍ଥୀ ମାନଙ୍କ ମଧ୍ୟରେ ୫,୮୦,୬୪୮ ପୁରୁଷ ପରୀକ୍ଷାର୍ଥୀ ଏବଂ ୭,୪୬,୦୭୬ ମହିଳା ପରୀକ୍ଷାର୍ଥୀ ସାମିଲ ଥିଲେ। ଏବଂ ଜଣେ ଟ୍ରାନ୍ସଜେଣ୍ଡର ମଧ୍ୟ ନିଟ ପରୀକ୍ଷା ଦେଇଥିଲେ।

Leave a Reply

Your email address will not be published. Required fields are marked *