ଜିଲ୍ଲା ପରିକ୍ରମା

ନୟାଗଡ଼: ନିୟନ୍ତ୍ରଣ ବାହାରେ ଘରୋଇ କୋଚିଂ ସେଂଟର

ନୟାଗଡ଼, ୧୯ା୧(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ଶିକ୍ଷା ନାଁରେ ନୟାଗଡ଼ ଜିଲ୍ଲାରେ ଏବେ ବେପାର ଚାଲିଥିବା ଅଭିଭାବକ ମହଲରେ ଗୁରୁତର ଅଭିଯୋଗ ହେଉଛି। ଛାତ୍ରଛାତ୍ରୀମାନଙ୍କୁ ପାଠପଢା, ପରୀକ୍ଷା, ହଷ୍ଟେଲରେ ରହିବା ଓ ଖାଇବା ଆଦିରେ ଫି ଆଦାୟ ନାମରେ ଶୋଷଣ କରାଯାଉଥିବା କେତେକ ଅଭିଭାବକ ଅଭିଯୋଗ କରିଛନ୍ତି। ଚିଟ୍ଫଣ୍ଡ ସଂସ୍ଥା ଖୋଲିବା ଭଳି ଲଗାମ ବିହୀନ ଘରୋଇ କୋଚିଂ ସେଣ୍ଟର ଏବେ ମୁଣ୍ଡବ୍ୟାଥାର କାରଣ ହୋଇଛି। ନୟାଗଡ଼ ସହରରରେ ପ୍ରଥମଶ୍ରେଣୀଠାରୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ନିମନ୍ତେ ଘରୋଇ କୋଚିଂ ଖୋଲାଯାଇଛି। ଜିଲ୍ଲା ଏବଂ ଜିଲ୍ଲା ବାହାରୁ ହଜାର ହଜାର ଛାତ୍ରଛାତ୍ରୀ ଏହି କୋଚିଂ ସେଣ୍ଟରରେ ପାଠ ପଢୁଛନ୍ତି। ଏହି କୋଚିଂସେଣ୍ଟର ଗୁଡ଼ିକ ରାଜ୍ୟ ସରକାରଙ୍କ ଦ୍ୱାରା ପଞ୍ଜିକୃତ ନୁହନ୍ତି ଏପରିକି ନୟାଗଡ଼ ସହରରେ ବହୁଳଭାବରେ ଛତୁଫୁଟିଲା ଭଳି କୋଚିଂ ସେଣ୍ଟର ଖୋଲିଥିବାବେଳେ ଏମାନେ ମଧ୍ୟ ନୟାଗଡ଼ ଏନଏସି ଦ୍ୱାରା ଅନୁମତି ପ୍ରାପ୍ତ ପାଇନାହାନ୍ତି। କୋଚିଂ ସେଣ୍ଟର ଗୁଡ଼ିକ ଉପରେ ଭରଷା କରି ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ପାଠ ପଢିବାକୁ ଛାଡ଼ୁଥିବାବେଳେ ପ୍ରକୃତରେ ପାଠପଢା ଆଶାଜନକ ନହେବା କୋଚିଂ ସେଣ୍ଟରରେ ହଜାର ହଜାର ଛାତ୍ରଛାତ୍ରୀ ରହୁଥିବାବେଳେ ସେମାନଙ୍କ ସୁରକ୍ଷା ଏବେ ଉଦ୍ବେଗଜନକ ହୋଇପଡ଼ିଛି। ଦିନକୁ କୋଚିଂରେ ସେଂଟରଣ୍ଟ ବା ଟ୍ୟୁଟୋରିଆଲ ସଂଖ୍ୟା ବେପାର ଭିତ୍ତିରେ ବଢି ଚାଲିଥିବାବେଳେ ସରକାର ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଅଙ୍କୁଶ ନଲାଗିବା ଏବେ ବୁଦ୍ଧିଜୀବୀ ମହଲକୁ ଆନ୍ଦୋଳିତ କରିଛି। ୍ରଅନ୍ୟପକ୍ଷରେ ସ୍କୁଲ କଲେଜରେ ଶିକ୍ଷକ ନଥିବାବେଳେ ଏହି କୋଚିଂ ସେଂଟରରେ ଶିକ୍ଷକମାନେ ବେଶ୍ ଭିଡ଼ ଜମଉଥିବା ଲକ୍ଷ୍ୟ କରାଯାଉଛି। ଗତବର୍ଷ ହିସାବ ଅନୁସାରେ ନୟାଗଡ଼ ଜିଲ୍ଳାରେ ୧୧ଟି ଘରୋଇ ସ୍କୁଲ ଖୋଲିଥିବା କୁହାଯାଉଥିବା କୁହାଯାଉଥିବାବେଳେ କିନ୍ତୁ ପ୍ରକୃତରେ ଆହୁରି ଅଧିକ ସଂଖ୍ୟକ ଘରୋଇ ସ୍କୁଲ କୋଚିଂ ସେଂଟର ଖୋଲାଯାଇଥିବା ଆଲୋଚନା ହେଉଛି। ଖଣ୍ଡପଡ଼ା ବ୍ଳକରେ ୬ଟି, ଖଣ୍ଡପଡ଼ା ଏନଏସିରେ ୪ଟି, ଭାପୁର ବ୍ଳକରେ ୭ଟି, ଦଶପଲ୍ଲାରେ ୧୦ଟି, ଗଣିଆରେ ବ୍ଳକରେ ୪ଟି, ନୟାଗଡ଼୍ ବ୍ଳକରେ ୧୧ଟି, ନୟାଗଡ଼ ଏନଏସିରେ ୧୪ଟି, ନୂଆଗାଁ ୍ବ୍ଳକରେ ୬ଟି, ଓଡ଼ଗାଁ ବ୍ଳକ ଓ ଏନଏସିରେ ୨୫ଟି ଓ ରଣପୁରରେ ୩୪ଟି ଘରୋଇ କୋଚିଂ ସେଂଟର ଖୋଲିଥିଲା। ସେହିପରି କଲେଜ କଥା ବି ତଦୃପ। ନୟାଗଡ଼ ଜିଲ୍ଲାର ପ୍ରମୁଖ ମହାବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାଦାନ ହେଉନାହିଁ ବୋଲି ଦର୍ଶାଇ ଏବଂ ମହାବିଦ୍ୟାଳୟର କିଛି ଅଧ୍ୟାପକଙ୍କୁ ହାତ କରି କୋଚିଂ ସେଂଟର ପ୍ରତି ଆକୃଷ୍ଟ କରାଯାଇ ଏହାକୁ ବ୍ୟବସାୟୀ କରଣ କରାଯିବା ଗୁରୁତର ଅଭିଯୋଗ ହେଉଛି। କୌଣସି କଲେଜର ଛାତ୍ରଛାତ୍ରୀମାନେ ଆଉ କଲେଜକୁ ଯିବାର ଆବଶ୍ୟକତା ପଡ଼ୁନି। କଲେଜ ନଯାଇ ମଧ୍ୟ ଉପସ୍ଥାନ ଠିକ୍ରେ ପକାଯାଉଥିବା ଅଭିଯୋଗ ହେଉଛି। ପ୍ରଥମ ଠାରୁ କଲେଜ ପର୍ଯ୍ୟନ୍ତ ଏହି ଧାରା ଲାଗି ରହିଥିବାବେଳେ ୍ବିଶେଷକରି ବିଜ୍ଞାନ କଲେଜରେ ଏହି ଅଭିନବ ଉପାୟ ଅବଲମ୍ବନ କରାଯାଉଥିବା ଅଭିଯୋଗ ହେଉଛି। ନୟାଗଡ଼ ଜିଲ୍ଲାର ପ୍ରାୟ ସବୁ ବିଜ୍ଞାନ କଲେଜରେ କଲେଜକୁ ନଗଲେ ମଧ୍ୟ ସମ୍ପୃକ୍ତ କଲେଜ ଏବଂ କୋଚିଂ ସେଣ୍ଟରର ଭାଗିଦାରିରେ କଲେଜକୁ ଛାତ୍ରଛାତ୍ରୀମାନେ କ୍ଲାସ କରିବାକୁ ନଗଲେ ମଧ୍ୟ ଉପସ୍ଥାନ ଠିକ୍ ଅଛି ବୋଲି କିଛି ଅସୁବିଧା ନଥିବା ପରିଲକ୍ଷିତ ହୋଇଛି। ଏହି କଲେଜର ଯୁକ୍ତ ୨ ବିଜ୍ଞାନରେ ଲେଖାଇଥିବା ଛାତ୍ରଛାତ୍ରୀମାନେ କ୍ଳାସକୁ ନଯାଇ ଉପସ୍ଥାନ କେମିତି ପଡ଼ୁଛି ତାହା ମଧ୍ୟ ଅନେକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରକ୍ୃତରେ ଘରୋଇ କୋଚିଂ ସେଂଟରରେ କିପରି ପାଠ ପଢାହେଉଛି ପିଲାମାନେ କେତେ ଉପକୃତ ହେଉଛନ୍ତି ଏହା ଉପରେ କୌଣସି ଅଙ୍କୁଶ ନଥିବାରୁ କୋଚିଂ ସେଂଟରମାନେ ଲଗାମବିହୀନ ହୋଇପଡ଼ିଛନ୍ତି। ଚିଟ୍ଫଣ୍ଡ ସଂସ୍ଥା ଯେପରି ଭଲକଥା କହି ଜନସାଧାରଣଙ୍କୁ ଠକିବାରେ ଲାଗିଛନ୍ତି ସେହିପରି ଭାବରେ କୋଚିଂ ସେଂଟରରେ ସୁରକ୍ଷା ବ୍ୟବସ୍ଥା ସହ ପାଠପଢାର ଅବ୍ୟବସ୍ଥାକୁ ନେଇ ଏବେ ଅଭିଭାବକ ମହଲରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟିକରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top