ନୟାଗଡ଼ବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ନୟାଗଡ଼,୨୩/୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ଖୋର୍ଦ୍ଧରୋଡ଼-ବଲାଙ୍ଗୀର ରେଳପଥ ପ୍ରକଳ୍ପରେ  ବୋଲଗଡ଼ ରୋଡ଼ଠାରୁ ନୟାଗଡ଼ ଟାଉନ ପର୍ଯ୍ୟନ୍ତ ରେଳ ଚଳାଚଳ ଆରମ୍ଭ ହୋଇଛି। ଏଥିପାଇଁ ନୟାଗଡ଼ବାସୀଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି। ହେଲେ ନୟାଗଡ଼ ଟାଉନ ଠାରୁ କେବଳ ପୁରୀ ପର୍ଯ୍ୟନ୍ତ ରେଳ ଯାତ୍ରା ସୁବିଧା ହୋଇଥିବାବେଳେ ଅନ୍ୟ ସ୍ଥାନକୁ ରେଳ ଯାତ୍ରା ବିଷମ ହୋଇଛି। ନୟାଗଡ଼ଟାଉନ ଠାରୁ ରେଳରେ ଅନ୍ୟ  ଯେକୌଣସି ସ୍ଥାନକୁ ଯାତ୍ରା କରିବାକୁ ହେଲେ ଖୋର୍ଦ୍ଧାରୋଡ଼ ଠାରେ ଓହ୍ଲାଇ ଅନ୍ୟ ରେଳରେ ଯିବାକୁ ପଡ଼ିବ। ଯାହାକି ଯାତ୍ରା କରିବାରେ  ଯାତ୍ରୀଙ୍କୁ ଅସୁବିଧା ସୃଷ୍ଟି ହେବ। ଯେଉଁ ଅସୁବିଧାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୃଦୟଙ୍ଗମ କରି ପାରିଛନ୍ତି। ଏହି ଅସୁବିଧାକୁ ଦୂର କରିବାପାଇଁ ନୟାଗଡ଼ଟାଉନ ଠାରୁ ହୱାଡ଼ା ଏବଂ ବିଶାଖାପାଟଣାକୁ ୨ଟି ଟ୍ରେନ ଚଳା ଚଳ କରିବାକୁ ମୁଖ୍ୟମନ୍ତ୍ରୀ  କେନ୍ଦ୍ର ରେଳମନ୍ତ୍ରୀ ସୁରେଶ ପ୍ରଭୁକୁ ଚିଠି ଲେଖିଛନ୍ତି। ସେ କହିଛନ୍ତି  ନୟାଗଡ଼ ମୁଖ୍ୟାଳୟକୁ ରେଳ ଛୁଇଁ ଥିବାରୁ ଏବେ ସେଠାରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନକୁ ରେଳ ଚଳାଚଳ କରିବାର ଆବଶ୍ୟକତା ରହିଛି।  ଏପରିକି ଭୁବନେଶ୍ୱରରୁ ହାୱାଡ଼ା ଚଳାଚଳ କରୁଥିବା ଗରିବ ରଥ ଏକ୍ସପ୍ରେସ ଟ୍ରେନକୁ ମୁଖ୍ୟମନ୍ତ୍ରୀ ନୟାଗଡ଼ ଟାଉନ ପର୍ଯ୍ୟନ୍ତ ସଂପ୍ରସାରଣ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟ ସରକାର ଏହି ପ୍ରକଳ୍ପରେ ରେଳବାଇକୁ ଆର୍ଥୀକ ଏବଂ ପ୍ରଶାସନିକ ସହଯୋଗ ଜାରି ରଖିଥିବାବେଳେ ନୟାଗଡ଼ବାସୀଙ୍କ ଭାବାବେଗକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ଏପରି ପ୍ରସ୍ତାବ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦେଇଥିବାରୁ  ନୟାଗଡ଼ର ବିଭିନ୍ନ ମହଲରୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ନିକଟରେ ଗଭୀର କୃତଜ୍ଞତା ପ୍ରକାଶ କରାଯାଇଛି।

Leave a Reply

Your email address will not be published. Required fields are marked *