Home ଜିଲ୍ଲା ପରିକ୍ରମା ନୟାଗଡ଼ କପ୍ ଫୁଟବଲ୍ : ଫାଇନାଲରେ କିଶୋର କ୍ଲବ ଭୁବନେଶ୍ୱର

ନୟାଗଡ଼ କପ୍ ଫୁଟବଲ୍ : ଫାଇନାଲରେ କିଶୋର କ୍ଲବ ଭୁବନେଶ୍ୱର

112

ନୟାଗଡ଼,୮ା୨(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଖେଳ ପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ନୟାଗଡ଼ କପ୍ ଫୁଟବଲ୍ ଟୁର୍ଣ୍ଣାମେଂଟର ପ୍ରଥମ ସେମିଫାଇନାଲରେ କିଶୋର କ୍ଲବ ଭୁବନେଶ୍ୱର କଟକ ସ୍ପୋର୍ଟସ୍ ହଷ୍ଟେଲକୁ ୫-୩ ଗୋଲରେ ପରାସ୍ତ କରି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି । ସିନ୍ଦୁରିଆ ୭୮୬ ୟୁଥ୍ କ୍ଳବ ଓ ଜିଲ୍ଳା ଆଥ୍ଲେଟିକ୍ ଆସୋସିଏସନର ମ ିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ସପ୍ତମ ଦିବସରେ ବହୁ ସଂଘର୍ଷପୂର୍ଣ୍ର ଖେଳ ହୋଇଥିଲା । ଏହି ଦୁଇ ଦଳର ଖେଳକୁ  ଦର୍ଶକ ବହୁ ଉକ୍ରଣ୍ଠାପୂର୍ଣ୍ଣଭାବେ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଉପଭୋଗ କରିଥିଲେ । ଖେଳର ଶେଷ ପର୍ଯ୍ୟନ୍ତ କେହି କାହାରିକୁ କୌଣସି ଗୋଲ ଦେଇନପାରିବାରୁ ଟ୍ରାଇବେକରର ପନ୍ଥା ଗ୍ରହଣ କରାଯାଇଥିଲା । ଫଳରେ ଟ୍ରାଇବେକରରେ ଭୁବନେଶ୍ୱର କିଶୋର କ୍ଳବ କଟରର ସ୍ପୋର୍ଟସ୍ ହଷ୍ଟେଲକୁ ୫-୩ ଗୋଲରେ ପରାସ୍ତ କରି ବିଜୟ ଲାଭ କରିଥିଲା । କଟକର ୬ନଂ ଖେଳାଳୀ ବିକାଶ ପଢିଆରୀ ଖେଳରେ ନିଜର ଉକ୍ରର୍ଷତା ପାଇଁ ମ୍ୟାନ ଅଫ ଦି ମ୍ୟାଚ ହାସଲ ସହ ହଜରତ ଖାଁଙ୍କ ପ୍ରଦତ୍ତ ନଗଦ ୫ଶହ ଟଙ୍କା ଓ ଟ୍ରଫି ମୂ୍ଖ୍ୟଅତିଥିଙ୍କ ଠାରୁ  ଗ୍ରହଣ କରିଥିଲେ । ମୁଖ୍ୟ ରେଫରିଭାବେ ରାଜୁ ମହାନ୍ତି ଖେଳ ପରିଚାଳନା କରିଥିବାବେଳେ ପି.କେ.ପାଲ,ଅଶୋକ କହଁର,କାର୍ତ୍ତିକ ଦାଶ ପ୍ରମୁଖ ରେଫରିମାନେ ତାଙ୍କୁ ଖେଳରେ ସହାୟତା କରିଥିଲେ । ମ୍ୟାଚ କମିଶନର ପ୍ରଶାନ୍ତ କୁମାର ବରାଡ଼ ଖେଳକୁ ସଂପାଦନା କରୁଥିବାବେଳେ ସାମ୍ବାଦିକ ରାମକୃଷ୍ଣ ରଥ ଓ ଶେଖ୍ ଅବଦୁଲ୍ ଖାଲିକ୍ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ମୁଖ୍ୟଅତିଥିଭାବେ ଡ.ସିଦ୍ଧାର୍ଥ  ଦାଶ ଯୋଗଦେଇଥିବାବେଳେ ଅନ୍ୟତମ ଅତିଥିଭାବେ  ଆରଏମସି ସଂପାଦକ ଭାସ୍କର ଚନ୍ଦ୍ର ପାଣିଗ୍ରାହୀ,ୟୁନିଟେକ୍ ରେସିଡେନ୍ସିଆର ସ୍କୁଲର ନିଦେ୍ର୍ଦଶକ ପ୍ରଦୀପ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ । ଖେଳର ମୁଖ୍ର ସଂଯୋଜକ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକ,ସରିଫ ଖାଁ,ଶେଖ ଇସ୍ମାଇଲ,ଶେଖ ନଇମ୍,ନଗରପାଳ ଗୁରୁପ୍ରସାଦ ଜେନା,ପୂର୍ବତନ ବିଧାୟକ ସତ୍ୟନାରାୟର ପଧାନ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.