Home ଜିଲ୍ଲା ପରିକ୍ରମା ନୟାଗଡ଼ ଜିଲ୍ଲା କୋର୍ଟ ନୂତନ ଗୃହ ଉଦ୍ଘାଟିତ

ନୟାଗଡ଼ ଜିଲ୍ଲା କୋର୍ଟ ନୂତନ ଗୃହ ଉଦ୍ଘାଟିତ

114

ନୟାଗଡ଼, ୨୨ା୪: ( ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡ଼ଠାରେ ଜିଲ୍ଳାକୋର୍ଟର ନୂତନ ଗୃହ ଉଦ୍ଘାଟିତ ହୋଇଯାଇଛି। ନୟାଗଡ଼-ଖଣ୍ଡପଡ଼ାରୋଡ଼ର ବନବିଭାଗ କାର୍ଯ୍ୟାଳୟ ନିକଟରେ ୧ଲକ୍ଷ ୧୦ହଜାର ୯୯୦ ସ୍କୋୟାରଫୁଟ ପରିମିତ ଜାଗାରେ ତଥା ୨୩କୋଟି ୨ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ନୂତନ ଗୃହକୁ ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ବିନିତ ସରଣ ଉଦ୍ଘାଟନ କରିଛନ୍ତି। ମୁଖ୍ୟଅତିଥିଭାବେ ଉଚ୍ଚତମ ନ୍ୟାୟାଳୟର ମୁଖ୍ୟବିଚାରପତି ଶ୍ରୀ ସରଣ ଯୋଗଦେଇ ନୟାଗଡ଼ ଜିଲ୍ଲାର ଅଧିବାସୀଙ୍କ ସେବାରେ ଏହି ନୂତନ ଗୃହ ନିୟୋଜିତ ରହି ତ୍ୱରିତ ନ୍ୟାୟ ପ୍ରଦାନ ଦେବାରେ ସଫଳ ରହିଲେ ନୂତନ ଗୃହ ସାର୍ଥକ ହେବ ବୋଲି କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚନ୍ୟାୟାଳୟର ବିଚାରପତି ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗ୍ୀ, ୍ବିଚାରପତି ସୁଜିତ ନାରାୟଣ ପ୍ରସାଦ, ୍ବିଚାରପତି ଅକ୍ଷୟ କୁମାର ରଥ, ଶ୍ରୀମତି ଉମା ସରଣ ପ୍ରମୁଖ ଯୋଗଦେଇ ନ୍ୟାୟ ଓ ନ୍ୟାୟିକ ସଚେତନତା ଉପରେ ମତବ୍ୟକ୍ତ କରିଥିଲେ। ଏଥିରେ ଜିଲ୍ଲା ଜଜ୍ ଅଶାନ୍ତ କୁମାର ଦାଶ ସ୍ୱାଗତ ଭାଷଣ ଦେଇଥିଲାବେଳେ ଜିଲ୍ଲା ବାର ଆସୋସିଏସନର ସଭାପତି ଅମିୟ ପଟ୍ଟନାୟକ ବିଭିନ୍ନ ସମସ୍ୟା ଓ ତା’ର ନିରାକରଣ ଉପରେ ସମ୍ୟକ୍ ଆଲୋକପାତ କରିଥିଲେ। ବାର ଆସୋସିଏସନର ସଂପାଦକ ପ୍ରସନ୍ନ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉଦ୍ଘାଟନ ଉତ୍ସବରେ ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ଏସପି ଆଶିଷ କୁମାର ସିଂ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.