Home ଓଡ଼ିଶା ନୟାଗଡ଼ରେ ମାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାୟନ ବର୍ଜନ ଓ ଧାରଣା

ନୟାଗଡ଼ରେ ମାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାୟନ ବର୍ଜନ ଓ ଧାରଣା

99

ନୟାଗଡ଼, ୧୯ା୩(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ବ୍ରଜେନ୍ଦ୍ର ଉଚ୍ଚବିଦ୍ୟାଳୟରେ ଆଜିଠାରୁ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାୟନକୁ ଓଡ଼ିଶା ସ୍କୁଲ ଓ କଲେଜ ଶିକ୍ଷକ ଓ କର୍ମଚାରୀ ମିଳିତ ମଂଚର ଆହ୍ୱାନରେ ନୟାଗଡ଼ ଶାଖା ପକ୍ଷରୁ ବର୍ଜନ କରାଯିବା ସଙ୍ଗେ ସଙ୍ଗେ ଧାରଣା ଦିଆଯାଇଛି। ସ୍କୁଲ ଶିକ୍ଷକ ନେତା ଦଣ୍ଡପାଣି ସ୍ୱାଇଁ ଓ ୬୬୨ ବର୍ଗ କଲେଜ ଜିଲ୍ଲା ସଂଯୋଜକ ସରୋଜ କୁମାର ରଥଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଧାରଣାରେ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଖାତା ମୂଲ୍ୟାୟନ କେନ୍ଦ୍ର ବ୍ରଜେନ୍ଦ୍ର ଉଚ୍ଚବିଦ୍ୟାଳ ଫାଟକ ସମ୍ମୁଖରେ ଖାତା ବର୍ଜନ ପାଇଁ ଆନ୍ଦୋଳନ କରିବା ସହିତ ଧାରଣା ଦେଇଥିଲେ। ମଂଚର କହିବା ଅନୁଯାୟୀ ଅବାଂଛିତ ସତ୍ୟାପାଠ ଉଚ୍ଛେଦ, ବ୍ଳକ ଗ୍ରାଂଟ ପାଇଥିବା ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ, ଚାକିରି ସର୍ତ୍ତାବଳୀ ଲାଗୁ, ବକେୟା ଦରମା ପ୍ରଦାନ, ସପ୍ତମ ବେତନ କମିଶନ ସୁପାରିଶ ଆଧାରରେ ଦରମା ପ୍ରଦାନ, ଅବସର ବୟସ ସୀମା ୬୨ବର୍ଷକୁ ବୃଦ୍ଧି ଆଦି ଦାବିକୁ ସରକାର ବାରମ୍ବାର ପ୍ରତିଶୃତି ଦେଇ ପ୍ରତାରଣା ଦେଇ ଆସୁଛି। ସରକାରଙ୍କର ଏପରି ଟାଳଟୁଳ ନୀତିକୁ ସଂଘ ପକ୍ଷରୁ ଘୋର ନିନ୍ଦା କରାଯାଇଥିବାବେଳେ ଯେ ପର୍ଯ୍ୟନ୍ତ ସରକାର ଏସବୁ ଦାବିକୁ ମାନିନେଇ ନାହାନ୍ତି ସେପର୍ଯ୍ୟନ୍ତ ପରୀକ୍ଷା ଖାତା ମୂଲ୍ୟାୟନକୁ ଅସହଯୋଗ କରାଯିବ ବୋଲି କୁହାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମାଣିକେଶ୍ୱର ସ୍ୱାଇଁ, ବ୍ୟୋମକେଶ ରଥ, ମୁରଲୀଧର ବେହେରା, ପ୍ରଭାତ କୁମାର ବେହେରା, ସୂର୍ଯ୍ୟକାନ୍ତ ପଣ୍ଡା, ରଂଜନ କୁମାର ଦାସ ପ୍ରମୁଖ ଶିକ୍ଷକ ନେତାମାନେ ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି କହିଛନ୍ତି। ତେବେ ସୋମବାର ହେବାକୁ ଥିବା ଖାତଦେଖା କୁ କୌଣସି ଶିକ୍ଷକ ପରୀକ୍ଷା ଖାତା ଦେଖା କେନ୍ଦ୍ର ଭିତରକୁ ପ୍ରବେଶ କରିପାରିନଥିଲାବେଳେ ଆସନ୍ତାକାଲି ସରକାର ଏହାର ବିକଳ୍ପ ଖାତା ଦେଖା କରିବାକୁ ଯେଉଁ ପ୍ରୟାସ କରିଛନ୍ତି ତାହାକୁ କୌଣସି ପ୍ରକାରେ ବରାଦାସ୍ତ କରାଯିବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.