Home ଓଡ଼ିଶା ନୟାଗଡ଼ରେ ଜିମ୍ ନାଁରେ ଚାଲିଥିଲା ଦେହ ବେପାର

ନୟାଗଡ଼ରେ ଜିମ୍ ନାଁରେ ଚାଲିଥିଲା ଦେହ ବେପାର

121

ନୟାଗଡ଼, ୩୧ା୩(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ରେ ଫିଟ୍ନେସ୍ ପ୍ଲାନେଟ୍ ନାମକ ଏକ ଜିମ୍ରେ ଦେହ ବେପାରକୁ ନେଇ ଚାଲିଥିବା ଚର୍ଚ୍ଚା ଦିନକୁ ଦିନ ଜୋର ଧରିବାରେ ଚାଲିଛି। ବର୍ଷ ବର୍ଷ ଧରି ଏଠାରେ ଜିମ୍ ନାଁରେ ଚାଲିଥିଲା ଦେହ ବେପାର। ଏଠାରେ ଦେହ ବେପାର ଚାଲିଥିବା ବହୁ ଆଗରୁ ନୟାଗଡ଼ରେ ଟୁପୁରୁ ଟାପର ଚାଲିଥିବାବେଳେ ପୁଲିସ କେମିତି ଏତେ ଡେରିରେ ଜାଣିଲା ତାହାବି ଏକ ଆଉ ଆଲୋଚନାର ବିଷୟ ହୋଇଛି। ନୟାଗଡ଼ କଲେଜ ନିକଟରେ ଚାଲିଥିବା ଏହି ଜିମ୍ରେ ପୁଲିସ ଅଚାନକ ଚଢାଉ କରି ୪ଜଣ ଯୁବକ ଓ ୪ଜଣ ଯୁବତୀଙ୍କୁ ଧରି ଥାନାରେ ଅଟକ ରଖି ପଚରା ଉଚୁରା କରିବା ପରେ ସତକଥା ପଦାକୁ ଆସିଛି। ପୁଲିସ ୫୪/୧୮ରେ ଏକ ମାମଲା ରୁଜୁ କରିଥିବାବେଳେ ଏହାର ତଦନ୍ତ କରି ଏମାନଙ୍କ ଡାକ୍ତର ମାଇନା ପରେ ଏଠାରେ ଦେହ ବେପାର ଚାଲୁଥିବା ଠୋସ୍ ଖବର ପାଇଛି। ତେବେ ଏମାନଙ୍କ ମଧ୍ୟରୁ ୪ଜଣଙ୍କୁ ପୁଲିସ ଜେଲ ହାଜତକୁ ପଠାଇ ଦେଇଥିବାବେଳେ ଏଥିରେ ମୁଖ୍ୟ ଜିମ୍ର ମାଲିକ ନୟାଗଡ଼ ବାସିନ୍ଦା ବି. ଜୀବନ କୁମାର ପାତ୍ର(୨୭.ଗୋଦାବରୀ ଶତପଥୀ(୨୬), ସଞ୍ଜିତ ସେନାପତି(୨୦) ଓ ଗଞ୍ଜାମର ସିଦ୍ଧାନ୍ତ ଦାସ(୨୫)ଙ୍କୁ ପୁଲିସ ଗିରଫ କରିଛି। ଏହି ୪ଜଣ ଯୁବତୀଙ୍କ ମଧ୍ୟରୁ ୨ଜଣଙ୍କ ଘର ନୟାଗଡ଼ ହୋଇଥିବାବେଳେ ଜଣଙ୍କର କଟକର ନରସିଂହପୁର ଓ ଆଉଜଣଙ୍କ ଘର ଭୁବନେଶ୍ୱର ବୋଲି ଜଣାପଡ଼ିଛି। ପୁଲିସରେ ଅଭିଯୋଗ ପରେ ଅତର୍କିତ ଭାବେ ଏପରି ଚଢାଉ କରାଯାଇ ଏମାନଙ୍କୁ ଧରାଯାଇଥିବା ଏସପି ଆଶିଷ ସିଂହଙ୍କ ଠାରୁ ଜଣାପଡ଼ିଥିବାବେଳେ ଜିମ୍ ନାମରେ ଏପରି ବହୁ ଦିନ ଧରି ସେକ୍ସ ଚାଲିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ଏସପି ଶ୍ରୀ ସିଂ ଙ୍କ ସମେତ ଏସଡିପିଓ ଜୟରାମ ଶତପଥୀ, ନୟାଗଡ଼ ଟାଉନଥାନା ଅଧିକାରୀ ରଶ୍ମୀ ରଂଜନ ପଟ୍ଟନାୟକ ସଦଳବଳେ ଜିମ୍ରେ ଚଢାଉ କରି ଏହି ୮ଜଣ ଯୁବକ ଯୁବତୀଙ୍କୁ ଧରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.