Home ଓଡ଼ିଶା ନୟାଗଡ଼ ରାଜନୀତିରେ ରାଜପରିବାରର ବିଜୟୀ ସ୍ୱାଧୀନ ପ୍ରାର୍ଥୀ

ନୟାଗଡ଼ ରାଜନୀତିରେ ରାଜପରିବାରର ବିଜୟୀ ସ୍ୱାଧୀନ ପ୍ରାର୍ଥୀ

107

ନୟାଗଡ଼, ୮ା୨(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ଜିଲ୍ଳାରେ ରାଜପରିବାରର ସଦସ୍ୟମାନେ ବିଭିନ୍ନ ସମୟରେ ନିଜ ନିଜର ପ୍ରାଧାନ୍ୟ ବିସ୍ତାର କରି ଆସିଛନ୍ତି। ଏପରିକି ବିଭିନ୍ନ ମୁଖ୍ୟଦଳକୁ ପଛରେ ପକାଇ ୧୯୫୨ ମସିହାରୁ ୨୦୦୯ ପର୍ଯ୍ୟନ୍ତ ୧୪ ଜଣ ବିଧାୟକ ବିଭିନ୍ନ କସମୟରେ ସ୍ୱାଧୀନଭାବେ ଜିତି ଆସିଛନ୍ତି। ଦେଖିବାକୁ ଗଲେ ରାଜପରିବାରର ସଦସ୍ୟମାନେ ୧୯୫୨ ମସିହାରୁ ଏପରି ପ୍ରାଧ୍ୟାନ୍ୟ ବିସ୍ତାର କରିଆସିଥିବା ଜଣାପଡ଼େ। ୧୯୫୨ ମସିହାରେ ଜିଲ୍ଳାର ଖଣ୍ଡପଡ଼ା ଏବଂ ନୟାଗଡ଼ରୁ ୨ଜଣ ସ୍ୱାଧୀନ ପ୍ରାର୍ଥୀ ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ। ୧୯୫୭ ମସିହାରେ ନୟାଗଡ଼ରୁ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲାବେଳେ ୧୯୬୭ ମସିହାରେ ପୁଣି ନୟାଗଡ଼ରୁ ଜଣେ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚିତ ହୋଇଯାଇଥିଲେ। ସେହିପରି ୧୯୭୧ ମସିହାରେ ଖଣ୍ଡପଡ଼ାରୁ ଜଣେ ବିଧାନସଭାକୁ ସ୍ୱାଧୀନ ପ୍ରାର୍ଥୀଭାବେ ନିର୍ବାଚିତ ହୋଇଥିବାବେଳେ ୧୯୭୪ରେ ଦଶପଲ୍ଲା ଏବଂ ଖଣ୍ଡପଡ଼ାରୁ ୨ଜଣ, ୧୯୮୦ରେ ଖଣ୍ଡପଡ଼ାରୁ ଜଣେ, ୧୯୯୭ରେ ଦଶପଲ୍ଲାରେ ଅନୁଷ୍ଠିତ ଉପନିର୍ବାଚନରେ ଜଣେ ଏବଂ ୨୦୦୪ ମସିହାରେ ଖଣ୍ଡପଡ଼ା ଏବଂ ଦଶପଲ୍ଲାରୁ ୨ଜଣ ସ୍ୱାଧୀନ ପ୍ରାର୍ଥୀ ୍ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତେବେ ରାଜରାଜୁଡ଼ା ଶାସନ ପରେ ପ୍ରାୟ ଦେଖିବାକୁ ଗଲେ ୧୯୫୨ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ ଅନୁଷ୍ଠିତ ୍ବିଧାନସଭା ବା ଲୋକସଭା ନିର୍ବାଚନକୁ ସ୍ଥାନୀୟ ରାଜପରିବାରର ପ୍ରତିନିଧିତ୍ୱ ରହିଆସିଛି। ୧୯୫୨ ଓ ୧୯୫୭ ରେ ବିଧାନିସଭା ନିମନ୍ତେ ଅନୁଷ୍ଠିତ ନିର୍ବାଚନରେ ଜିଲ୍ଲାର ୪ଟି ଯାକ ନିର୍ବାଚନ ମଣ୍ଡଳୀ ନୟାଗଡ଼, ଖଣ୍ଡପଡ଼ା, ଦଶପଲ୍ଲା ଓ ରଣପୁରରୁ ରାଜ ପରିବାରମାନଙ୍କରୁ ୪ଜଣ ସଦସ୍ୟ ନିର୍ବାଚିତ ହୋଇଥିଲେ। ସେହିଭଳି ପରବର୍ତ୍ତୀ ୧୯୬୨ ମସିହାରେ ଖଣ୍ଡପଡ଼ା ଓ ନୟାଗଡ଼ ରାଜପରିବାରରୁ ୨ଜଣ ସଦସ୍ୟ ଏବଂ ୧୯୬୭ ମସିହାରେ ଖଣ୍ଡପଡ଼ା ଏବଂ ରଣପୁର ରାଜପରିବାରରୁ ୨ଜଣ ସଦସ୍ୟ, ୧୯୮୦, ୧୯୮୫, ୧୯୯୫ ଏବଂ ୨୦୦୯ ମସିହାରେ ଖଣ୍ଡପଡ଼ାର ରାଜପରିବାରରୁ ସଦସ୍ୟମାନେ ନିର୍ବାଚିତ ହୋଇଥିବାର ଲକ୍ଷ୍ୟ କରାଯାଏ। ଅନ୍ୟପକ୍ଷରେ ୧୯୭୨ ମସିହାରେ ମଧ୍ୟ ଦଶପଲ୍ଲା ରାଜପରିବାରରୁ ଜଣେ ସଦସ୍ୟ ଲୋକସଭାକୁ ନିର୍ବାଚିତ ହୋଇ ସେତେବେଳେ ହଟଚମଟ ସୃଷ୍ଟି କରିଥିଲେ। ଏହି ନେତାମାନଙ୍କର ମଧ୍ୟ ରାଜ୍ୟ ରାଜନୀତିରେ ଗୁରୁତ୍ୱ ରହିଥିବାବେଳେ ବିଭିନ୍ନ ସମୟରେ ମନ୍ତ୍ରୀପଦ ମଣ୍ଡନ କରି ଜିଲ୍ଳାପାଇଁ ଗର୍ବ ଓ ଗୌରବ ବହନ କରିଥିଲେ। ରଣପୁରୁ ନିର୍ବାଚିତ ହୋଇଥିବା ରାଣୀ ବସନ୍ତ ମଞ୍ଜରୀ ଦେବୀ, ଖଣ୍ଡପଡ଼ାରୁ ନିର୍ବାଚିତ ହୋଇଥିବା ହରିହହସିଂହ ମର୍ଦ୍ଦରାଜ, ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ ଏବଂ ଦଶପଲ୍ଲାରୁ ନିର୍ବାଚିତ ହୋଇଥିବା କିଶୋର ଚନ୍ଦ୍ର ଭଞ୍ଜ ଦେଓ ରାଜ୍ୟ ମନ୍ତ୍ରୀ ପରିଷଦରେ ସ୍ଥାନୀତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.