Home ଜିଲ୍ଲା ପରିକ୍ରମା ନୟାଗଡ଼ ‘ମୋ ସ୍କୁଲ’ କର୍ମଶାଳାରେ ଅବ୍ୟବସ୍ଥା

ନୟାଗଡ଼ ‘ମୋ ସ୍କୁଲ’ କର୍ମଶାଳାରେ ଅବ୍ୟବସ୍ଥା

113

ନୟାଗଡ଼, ୨୧ା୫:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହରେ ‘ମେ ସ୍କୁଲ’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ତେବେ ଆୟୋଜକଙ୍କ ଦ୍ୱାରା ହୋଇଥିବା ଏହି କର୍ମଶାଳାରେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ନୂଆ ଜିଲ୍ଲାପାଳ ଡ.ଏନ.ତିରୁମାଲା ନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କର୍ମଶାଳାରେ ବିଧାୟକ ଡ.ଅରୁଣ କୁମାର ସାହୁ, ରଣପୁର ୍ବିଧାୟକ ରବି ନାରାୟଣ ମହାପାତ୍ର, ଜିଲ୍ଳାପରିଷଦ ଅଧ୍ୟକ୍ଷା ବୈଜୟନ୍ତୀମାଳା ମହାନ୍ତି, ପିଡି ଅଭୟ କୁମାର ନାୟକ, ଉପଜିଲ୍ଲାପାଳ ଜିତେନ୍ଦ୍ର କୁମାର ସାହ.ଜିଲ୍ଲା ସୂଚନା ଅଧିକାରୀ ଡ.ପ୍ରମୋଦ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲାବେଳେ ନିୟନ୍ତ୍ରିତ ବହୁ ସଂଖ୍ୟାରେ ଶିକ୍ଷକ ଯୋଗଦେଇଥିଲେ। ସଭାକାର୍ଯ୍ୟ ୯ଟାରେ ଆରମ୍ଭ ହେବାକୁ ଥିବାବେଳେ ସଭାକାର୍ଯ୍ୟ ଆରମ୍ଭ ହେଲାବେଳକୁ ୧୦ଟା ହୋଇଯାଇଥିଲା। ସେତେବେଳେକୁ ଏସି ଲାଗିଥିବା ସଭାଗୃହରେ କେତେକ ଶିକ୍ଷକ ଶୋଇଯାଇଥିବା ପରିଲକ୍ଷିତ ହୋଇଥିଲା। ଗଣମାଧ୍ୟମର କେତେକ ପ୍ରତିନିଧି ବସିବାକୁ ସ୍ଥାନ ନପାଇ ଏଣେ ତେଣେ ଚଉକି ଖୋଜୁଥିବାବେଳେ ଆଉ କେତେକ ବସିବାକୁ ଚଉକି ନପାଇ ସଭାଗୃହ ଛାଡ଼ି ଚାଲିଯାଇଥିଲେ। ତେବେ ଏପରି ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଆଉ ଯେତେକ ଗଣମାଧ୍ୟମର ପ୍ରତିନିଧି ବସିଥିଲେ ସେମାନେ ସମସ୍ତେ ସଭାଗୃହରୁ ଉଠି ଚାଲିଯାଇଥିଲେ। ଯାହାକି ସଭାଗୃହରେ କିଛି ସମୟପାଇଁ ଅସ୍ୱାଭାବିକ ପରିସ୍ଥିତି ଉପୁଜିଥିଲା। ମୋ ସ୍କୁଲ କାର୍ଯ୍ୟକ୍ରମ ମାଧ୍ୟମରେ ସ୍କୁଲକୁ ଆଦର୍ଶ ଭାବେ ଗଢି ତୋଳିବା ସହ ସ୍କୁଲର ଟେକ ରଖିବା ଦିଗରେ ବ୍ରତି ରହିବା ପାଇଁ ଗୁରୁତ୍ୱାରୋପ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.