ଜିଲ୍ଲା ପରିକ୍ରମା

ନୟାଗଡ଼ ଜେଲ୍ ୱାର୍ଡ଼ର ନିଲମ୍ବିତ

ନୟାଗଡ଼,୯ା୨: (ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ଗତ ସୋମବାର ନୟାଗଡ଼ ଜେଲରୁ ଇଟାମାଟି ୍ବଡ଼ଟାଙ୍ଗିପାଟଣାର ସୌରଭ କୁମାର ବିଶୋଇ ନାମକ ଜଣେ କଏଦୀ ପାଚେରୀ ଡେଇଁ ଚମ୍ପଟ ମାରିବା ଘଟଣାରେ ଜେଲ ୱାର୍ଡ଼ର ସନ୍ତୋଷ କୁମାର ସାମନ୍ତରାୟଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଏହି ଘଟଣାରେ ବ୍ରହ୍ମପୁର କାରାଗାରର ସିନିୟର ସୁପରିନ୍ଟେଡେଂଟ୍ ବିଶ୍ୱଭାନୁ ପଟ୍ଟନାୟକ ନୟାଗଡ଼ ଜେଲ ଆସି ତଦନ୍ତ କରିଥିଲେ । କଏଦୀ ସୌରଭ ନାଁରେ ୨ଟି ମାମଲା ଥିବାବେଳେ କୋର୍ଟ ସୌରଭକୁ ୧୦ବର୍ଷ ଓ ୧୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top