Home ଜିଲ୍ଲା ପରିକ୍ରମା ‘ନୟାଗଡ଼ ଦର୍ପଣ’ର ପଂଚମ ବର୍ଷି ପୂର୍ତ୍ତୀ ସମାରୋହ

‘ନୟାଗଡ଼ ଦର୍ପଣ’ର ପଂଚମ ବର୍ଷି ପୂର୍ତ୍ତୀ ସମାରୋହ

238

ନୟାଗଡ଼, ୧୫ା୩ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ରୁ ପ୍ରକାଶ ପାଉଥିବା ସାପ୍ତାହିକ ଖବରକାଗଜ ‘ନୟାଗଡ଼ ଦର୍ପଣ’ର ପଂଚମ ବର୍ଷ ପୂର୍ତ୍ତୀ ସମାରୋହ ଉତ୍ସବ ଶନିବାର ଓ ରବିବାର ଦୁଇଦିନ ଧରି ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନରେ ଅନୁଷ୍ଠିତ ହେବ। ଏହି ସମାରୋହରେ ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ଡ.ପ୍ରଭାସ କୁମାର ଆଚାର୍ଯ୍ୟ, ‘ସୁବାର୍ତ୍ତାର ସଂପାଦକ ତଥା ଓଡ଼ିଶା ନାଗରିକ ମହାମଂଚର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ଓ ନିଯୁକ୍ତିଭିତ୍ତିକ ଖବରକାଗଜ ‘ନିଯୁକ୍ତି ଖବର’ ଓ ଦୈନିକ ଖବର କାଗଜ’ପ୍ରତିଦିନ’ର ସଂପାଦକ ସୁଧିର କୁମାର ପଣ୍ଡା, ଓଡ଼ିଶା ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାବେଳେ ଉଦ୍ୟାପନୀ ସମାରୋହରେ ବରିଷ୍ଠ କଥାକାର ଓ ଶିଶୁ ସାହିତ୍ୟିକ ଦାଶ ବେନହୁର, ଅଳକାନନ୍ଦାର ସମ୍ପାଦକ ବାନ୍ଛାନିଧି ଦାସ, ବରିଷ୍ଠ ସାମ୍ବାଦିକ ଓ ରାଜନୈତିକ ସମୀକ୍ଷକ ଶ୍ରୀରାମ ଦାଶ ଓ ଓଟିଭି ଉପସ୍ଥାପକ ଭବାନୀ ମହାପାତ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମାରୋହରେ ବିଭିନ୍ନ କ୍ଷେତ୍ରରୁ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ନାନୀତ କରାଯିବାର କାର୍ଯ୍ୟକ୍ରମ ରହିଥିବା ଅନୁଷ୍ଠାନ ପକ୍ଷରୁ ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.