Home ଓଡ଼ିଶା ନୟାଗଡ଼: ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନରେ ଯୋଗଦେବା ପାଇଁ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ

ନୟାଗଡ଼: ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନରେ ଯୋଗଦେବା ପାଇଁ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ

123

ନୟାଗଡ଼, ୫ା୪: (ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆରମ୍ଭ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନରେ ଆସନ୍ତାକାଲି ଠାରୁ ଯୋଗଦେବା ପାଇଁ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷା ଖାତା ମୂଲ୍ୟାୟନ କାର୍ଯ୍ୟର ସଠିକ୍ ସମାପନ ଲାଗି ସମୁଚିତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ଦିଆଯାଇଥିବାବେଳେ ଏଥିପାଇଁ କୌଣସି ପ୍ରକାରର ଆଶଙ୍କା କିମ୍ବା ଭୟ କରିବା ଅବକାଶ ନାହିଁ ବୋଲି ଜିଲ୍ଲାପାଳ ଶ୍ରୀ ଡାକୁଆ ଜଣାଇଛନ୍ତି। ପରୀକ୍ଷା ଖାତା ମୂଲ୍ୟାୟନ କାର୍ଯ୍ୟରେ ଯୋଗ ଦେଉନଥିବା କିମ୍ବା ଏ ଦିଗରେ ଅନ୍ତରାୟ ସୃଷ୍ଟି କରୁଥିବା ବ୍ରକ୍ତି ବିଶେଷଙ୍କ ବିରୁଦ୍ଧରେ କଡ଼ା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ାପାଳ ଶ୍ରୀ ଡାକୁଆ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଗତ ୪ତାରିଖ ଠାରୁ ଯୁକ୍ତ ଦୁଇ ପରୀକ୍ଷାର ମୂଳ୍ୟାୟନକୁ ବିରୁଦ୍ଧ କରି ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚ ପକ୍ଷରୁ ନୟାଗଡ଼ ସ୍ୱୟଂ ଶାସିତ କଲେଜ ପରିସରରେ ଧାରଣା ଦିଆଯାଇଛି। ଫଳରେ ଖାତା ମୂଲ୍ୟାୟନ କାର୍ଯ୍ୟ ଦୁଇଦିନ ଧରି ବ୍ୟାହାତ ହୋଇଥିବାବେଳେ ଖାତା ଦେଖିବାକୁ ଜଣେ ହେଲେ ବି ଅଧ୍ୟାପକ ଓ ଅଧ୍ୟାପିକା କଲେଜ ଭିତରକୁ ପଶି ପାରି ନଥିଲେ। ଫଳରେ ପରୀକ୍ଷା ଖାତା ମୂଲ୍ୟାୟନ କାର୍ଯ୍ୟ ଆରମ୍ଭ ହୋଇପାରିନଥିବା ନେଇ ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଥିଲା। ଏହାକୁ ନେଇ ଆସନ୍ତାକାଲି କଡ଼ା ସୁରକ୍ଷା ମଧ୍ୟରେ ପରୀକ୍ଷା ଖାତା ଦେଖା କାର୍ଯ୍ୟ ଆରମ୍ଭ ହେବ ବୋଲି କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.