ଓଡ଼ିଶା

ବ୍ରହ୍ମପୁର ଏବଂ ପାରଳାଖେମୁଣ୍ଡି ସରକାରୀ ପଲିଟେକ୍ନିକ କଲେଜରେ ଆଡମିଶନ୍ ସଂମ୍ବନ୍ଧରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ପତ୍ର

ଭୁବନେଶ୍ୱର ୮-୪ (ଓଡ଼ିଆ ପୁଅ) ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାନବ ବିକାଶ ସମ୍ବଳ ମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କୁ ଏକ ପତ୍ର ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ବ୍ରହ୍ମପୁର ଏବଂ ପାରଳାଖେମୁଣ୍ଡି ସରକାରୀ ପଲିଟେକ୍ନିକ ଡ଼ିପ୍ଲୋମା ଇନ୍ଷ୍ଟିଚ୍ୟୁଟ୍ ରେ ଆଡମିଶନ୍ ସଂମ୍ବନ୍ଧରେ ଲେଖିଛନ୍ତି। ଏଆଇସିଟିଇ (AICTE) ର ନିଷ୍ପତି ଉପରେ ପୁନର୍ବିଚାର କରିବା ପାଇଁ କେନ୍ଦ୍ର ମାନବ ବିକାଶ ସମ୍ବଳ ମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କ ହସ୍ତକ୍ଷେପ ଲେଡ଼ିଛନ୍ତି ମୁଖ୍ୟମନ୍ତ୍ରୀ। ନବୀନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତିଯେ, ନିକଟରେ, AICTE ଦ୍ୱାରା ବ୍ରହ୍ମପୁର ଏବଂ ପାରଳାଖେମୁଣ୍ଡି ସରକାରୀ ପଲିଟେକ୍ନିକ କଲେଜଦ୍ୱୟକୁ ୨୦୧୮-୨୦୧୯ ଶିକ୍ଷା ବର୍ଷ ପାଇଁ “No Admission Category”ରେ ରଖାଯାଇଛି। ଏଥିପାଇଁ କୌଣସି ଆଡମିଶନ୍ ହୋଇପାରିନାହିଁ। ଏଆଇସିଟିଇର ଏହି କଠୋର ନିର୍ଣ୍ଣୟର ଆଧାର ହେତୁ, ଦିଆଯାଇଥିବା ଆଦେଶରେ ଏହା ପରିଲକ୍ଷିତ ହେଉଛି।

ମୁଖ୍ୟମନ୍ତ୍ରୀ ନିଜ ପତ୍ରରେ ପ୍ରକାଶ କରିଛନ୍ତିଯେ, ଏଆଇସିଟିଇକୁ ରାଜ୍ୟ ସରକାରଙ୍କ ଦ୍ଵାରା ଅଧ୍ୟାପକଙ୍କର ଭର୍ତ୍ତି ପାଇଁ ଉଠାଯାଇଥିବା ପଦକ୍ଷେପ ବିଷୟରେ ପୂର୍ବରୁ ସୂଚନା ଦିଆଯାଇଛି। ଅଧ୍ୟାପକଙ୍କର ଭର୍ତ୍ତି ପ୍ରକ୍ରିୟା ବିଷୟ, ଅତିଥି ଅଧ୍ୟାପକମାନଙ୍କର ପର୍ଯାପ୍ତ ସଂଖ୍ୟା ଏବଂ ପାଠ୍ୟକ୍ରମ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଏଆଇସିଟିଇକୁ ପୂର୍ବରୁ ସୂଚନା ଦିଆଯାଇଛି। ଏହା ବ୍ୟତୀତ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ 309 ଅନୁଯାୟୀ ପଲିଟେକ୍ନିକ ଅଧ୍ୟପାକଙ୍କ ନିଯୁକ୍ତି ଏବଂ କ୍ୟାଡ଼ର ନିୟମ ଅନୁସାରେ ସରକାରୀ ପଲିଟେକ୍ନିକ କଲେଜରେ ପ୍ରିନ୍ସିପାଲଙ୍କର ନିଯୁକ୍ତି ପ୍ରକ୍ରିୟା କରାଯାଇଛି। ଅନେକ ଅନ୍ୟ ରାଜ୍ୟ ମଧ୍ୟ ସେହି ପ୍ରକ୍ରିୟାକୁ ପାଳନ କରୁଛନ୍ତି। କଲେଜପାଇଁ ଭୂମି, ନିର୍ମାଣ ଏବଂ ଅନ୍ୟ ଭିତ୍ତିଭୂମିରେ ରାଜ୍ୟ ସରକାରଙ୍କର ବହୁତ ଆର୍ଥିକ ନିବେଶକୁ ଦେଖି, ଏହି ଆଧାରରେ ଆଡ଼ମିଶନ୍ ପାଇଁ ପଲିଟେକ୍ନିକ କଲେଜକୁ ବଞ୍ଚିତ କରାଗଲେ ରାଜ୍ୟର ବିଦ୍ୟାର୍ଥୀ ତଥା ଯୁବକମାନଙ୍କ ପାଇଁ ଅତ୍ୟଧିକ ହାନିକାରକ ହେବ।

ଉପରୋକ୍ତ ବିଷୟ ଉପରେ ଏଆଇସିଟିଇ ନିଷ୍ପତି ଉପରେ ପୁନର୍ବିଚାର ଏବଂ ରାଜ୍ୟ ତଥା ବିଦ୍ୟାର୍ଥୀମାନଙ୍କର ହିତକୁ ଧ୍ୟାନରେ ରଖି ଶିକ୍ଷାବର୍ଷ 2018-19 ପାଇଁ ଏହି ଦୁଇ ସଂସ୍ଥାକୁ ଅନୁମୋଦନ କରିବା ଉପରେ ପୁନର୍ବିଚାର କରିବା ବିଷୟରେ ଜାଭଡ଼େକରଙ୍କର ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top