ad
ଓଡ଼ିଶା

କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିଲେ ନବୀନ: ବ୍ରହ୍ମପୁର ଏବଂ ସୁରାଟ ମଧ୍ୟରେ ଦୁଇଟି ନୂଆ ଦୈନିକ ଟ୍ରେନ ଚଳାଚଳ ପାଇଁ ପତ୍ର

ଭୁବନେଶ୍ୱର ୧୫-୧୨ (ଓଡ଼ିଆ ପୁଅ) ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ପୁଣି ଏକ ପତ୍ର ଲେଖିଛନ୍ତି। ନବୀନ ତାଙ୍କ ପତ୍ରରେ ବ୍ରହ୍ମପୁର ଏବଂ ସୁରାଟ ମଧ୍ୟରେ ଦୁଇଟି ନୂଆ ଦୈନିକ ଟ୍ରେନ ଚଳାଚଳ ପାଇଁ ଅନୁରୋଧ କରିଛନ୍ତି। ଏହା ପୂର୍ବରୁ ଅଗଷ୍ଟ ୨୮ ତାରିଖରେ ମଧ୍ୟ ଏହି ସମ୍ବନ୍ଧରେ ପତ୍ର ଲେଖିଥିଲେ। ନବୀନ ତାଙ୍କ ପତ୍ରରେ ଲେଖିଛନ୍ତିଯେ, ଓଡ଼ିଶାର ପ୍ରାୟତଃ ୭ ଲକ୍ଷ ଲୋକ ସୁରାତ ସହରରେ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକ ଦକ୍ଷିଣ ଓଡିଶାର, ବିଶେଷ ଭାବରେ ଗଞ୍ଜାମ ଜିଲ୍ଲାର ଅଟନ୍ତି। ମୁଖ୍ୟତଃ ଏହି ପ୍ରବାସୀ ଓଡ଼ିଆମାନେ ମୁଖ୍ୟ ରୂପରେ ପାୱାରଲୁମ, କପଡ଼ା ଓ ପ୍ରିଣ୍ଚି, ହୀରା କାଟିବା ଏବଂ ବ୍ୟାପାର, ବାଣିଜ୍ୟ ଆଦି କ୍ଷେତ୍ରରେ କାମକରୁଛନ୍ତି। ବ୍ରହ୍ମପୁର ଏବଂ ସୁରାତ ମଧ୍ୟରେ କୌଣସି ସିଧା ଟ୍ରେନ ସେବା ନାହିଁ। ଓଡିଶା ଏବଂ ଗୁଜରାତର ଅନ୍ୟ ସ୍ଥଳ ସହିତ କିଛି ଟ୍ରେନ ଚାଲୁଥିଲେ ମଧ୍ୟ ସିଧା ଟ୍ରେନ୍ ନଥିବାରୁ ଏହା କେବଳ ଅସୁବିଧାଜନକ ନୁହେଁ, ସୁରାତରେ ରହୁଥିବା ଓଡିଶାର ଲୋକମାନଙ୍କର ଯାତାୟତର ଆବଶ୍ୟକତା ସମ୍ପୂର୍ଣ୍ଣ କରିବା ପାଇଁ ଏହା ଅପର୍ଯାପ୍ତ ଅଟେ। ତେବେ ସୁରାତରେ ରହୁଥିବା ଦକ୍ଷିଣ ଓଡିଶାର ଲୋକମାନଙ୍କର ବାସ୍ତବିକ ଦାବିକୁ ନଜରରେ ରଖି ବ୍ରହ୍ମପୁର ଏବଂ ସୁରାତ ମଧ୍ୟରେ ଦୁଇଟି ନୂଆ ଦୈନିକ ଟ୍ରେନର ଶୁଭାରମ୍ଭ କରିବା ପାଇଁ ନବୀନ ଅନୁରୋଧ କରିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top