ଓଡ଼ିଶା

ଜୁଏଲଙ୍କୁ ନବୀନଙ୍କ ଚିଠି : କେନ୍ଦ୍ର ବାକୀ ରଖିଛି ଛାତ୍ରବୃତ୍ତି ପାଇଁ ଧନରାଶି: ଶୀଘ୍ର ରିଲିଜ କରିବାପାଇଁ ନବୀନ ଲେଖିଲେ ଚିଠି

– ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ପୋଷ୍ଟ ମାଟ୍ରିକ ଛାତ୍ରବୃତ୍ତି ଧନରାଶି ରିଲିଜ କରିବା ଉଦ୍ଦେଶ୍ୟରେ
ଭୁବନେଶ୍ୱର ୨୬-୩ (ଓଡ଼ିଆ ପୁଅ) ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କୁ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ପୋଷ୍ଟ ମାଟ୍ରିକ ଛାତ୍ରବୃତ୍ତି ଧନରାଶି ରିଲିଜ କରିବା ଉଦ୍ଦେଶ୍ୟରେ ଏକ ପତ୍ର ଲେଖିଛନ୍ତି। ଏହି ପତ୍ରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତିଯେ, ଓଡ଼ିଶା ସରକାର ବିଶେଷ ରୂପରେ ଅନୁସୂଚିତ ଜନଜାତି (ST) ଏବଂ ଅନୁସୂଚିତ ଜାତି (SC) ଛାତ୍ରଛାତ୍ରୀମାନଙ୍କର ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ପ୍ରାୟତଃ ୨ ଲକ୍ଷ ଏସଟି ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ପୋଷ୍ଟ-ମାଟ୍ରିକ ଛାତ୍ରବୃତ୍ତି ଯୋଜନାରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ 75:25 ଅନୁପାତରେ ଏହି ଛାତ୍ର ବୃତ୍ତି ଦିଆଯାଇଥିଏ। କିନ୍ତୁ ବଡ଼ ଚିନ୍ତାର ବିଷୟ କି ପୋଷ୍ଟ-ମାଟ୍ରିକ ଛାତ୍ରବୃତ୍ତିର କେନ୍ଦ୍ରୀୟ ଭାଗର ପର୍ଯ୍ୟାପ୍ତ ଧନରାଶି ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ଵାରା ଜାରି କରାଯାଇନାହିଁ।

କିନ୍ତୁ ଅନୁସୂଚିତ ଜନଜାତିର ଛାତ୍ରମାନଙ୍କୁ କୌଣସି ଆର୍ଥିକ ସମସ୍ୟା ନହେଉ ସେଥିପାଇଁ ରାଜ୍ୟ ସରକାର ନିଜସ୍ୱ ସମ୍ବଳରୁ ଏହି ଛାତ୍ରମାନଙ୍କୁ ଛାତ୍ରବୃତ୍ତି ପ୍ରଦାନ କରୁଛନ୍ତି। ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟରେ ଅନୁସୂଚିତ ଜନଜାତିର ବିଦ୍ୟାର୍ଥିମାନଙ୍କ ପାଇଁ ପୋଷ୍ଟ ମାଟ୍ରିକ ଛାତ୍ର ବୃତ୍ତିର ସର୍ବମୋଟ ବାକୀ ଦେୟ ରାଶି 2017-18 ରେ 18.06 କୋଟି ଟଙ୍କା ଅଟେ।

ରାଜ୍ୟ ସରକାରଙ୍କ ରାଜସ୍ଵ ସମ୍ବଳ ଉପରେ ଏହି ବିଶାଳ ଧନରାଶି ଏକ ଅତିରିକ୍ତ ଆର୍ଥିକ ବୋଝ ପକାଉଛି। ରାଜ୍ୟ ସରକାର ମନ୍ତ୍ରଣାଳୟକୁ ବାରମ୍ବାର ଅନୁରୋଧ କରିଛନ୍ତି ଏହି ଛାତ୍ରବୃତ୍ତି ପାଇଁ ଧନରାଶି ଜାରି କରିବା ପାଇଁ। ତେଣୁ ଏହି ବିଷୟରେ ମୁଖ୍ୟମନ୍ତ୍ରୀ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କର ପ୍ରତ୍ୟେକ୍ଷ ହସ୍ତକ୍ଷେପ ଜରିଆରେ ଏହି ଧନରାଶି ରିଲିଜ କରିବାକୁ ଅନୁରୋଧ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top