ad
ଓଡ଼ିଶା

ଗୁଜରାତର ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କୁ ନବୀନଙ୍କ ଚିଠି : ସୁରାଟରେ ପ୍ରବାସୀ ଓଡ଼ିଆଙ୍କ ସାମୁଦାୟିକ ଭବନ ପାଇଁ ଭୂମି ଯୋଗାଇଦେବା ପାଇଁ କଲେ ଅନୁରୋଧ

ଭୁବନେଶ୍ୱର ୧୫-୧୨ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜରାତର ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କୁ ଚିଠି ଲେଖିଛନ୍ତି। ନବୀନ ତାଙ୍କ ଚିଠିରେ ପ୍ରକାଶ କରିଛନ୍ତିଯେ, ସୁରାଟରେ ଓଡିଶାର ୭ ଲକ୍ଷରୁ ଅଧିକ ଲୋକ ରହୁଛନ୍ତି। ସେମାନେ ବିଭିନ୍ନ ଉଦ୍ୟୋଗ ଯେପରି ବସ୍ତ୍ରଶିଳ୍ପ, ହୀରା କାଟିବା ଇତ୍ୟାଦି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। କେତେକ ମଧ୍ୟ ବ୍ୟବସାୟ ବାଣିଜ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ସେମାନଙ୍କର ପରିବାରର ସଦସ୍ୟ ଏବଂ ବନ୍ଧୁମାନେ ଅନେକ ସମୟରେ ସୁରାତ ଯାଇଥାନ୍ତି।

ଓଡ଼ିଆ ଲୋକମାନଙ୍କର ସାମାଜିକ ସମାରୋହ ପାଇଁ ସୁରାତରେ ଏକ ସାମୁଦାୟକ ଭବନର ଆବଶ୍ୟକତା ରହିଛି। ସେଥିପାଇଁ ଓଡିଶା ସରକାର ସୁରାତରେ ଏହାର ନିର୍ମାଣ ପାଇଁ ଯୋଜନା କରୁଛନ୍ତି। ଏହା ଓଡିଶା ଏବଂ ଗୁଜରାତର ମଧ୍ୟରେ ସାଂସ୍କୃତିକ ଆଦାନ-ପ୍ରଦାନର କେନ୍ଦ୍ର ରୂପେ କାର୍ଯ୍ୟ କରିବ। ତେଣୁ ସୁରାତରେ ଉପଯୁକ୍ତ ସ୍ଥାନରେ ଏକ ଏକରର ଜମି ପ୍ରଦାନ କରିବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗୁଜରାତର ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କୁ ଅନୁରୋଧ କରିଛନ୍ତି। ନବୀନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତିଯେ, ଭୂମି ମିଳିଲେ ଓଡ଼ିଶା ସରକାର ଏହି କେନ୍ଦ୍ରର ନିର୍ମାଣ ଏବଂ ବିକାଶ ପାଇଁ ସମସ୍ତ ପଦକ୍ଷେପ ନେବେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top